ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇବା ସହ ଅନେକ କିଛି ବିଷୟରେ ଜାଣି ପାରୁଛନ୍ତି । ଏବେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଶିକ୍ଷକ ହୋଇ ଏଭଳି କାମ କରୁଛନ୍ତି ଯାହା ନିନ୍ଦନୀୟ ଅଟେ । PET ସାର କରିଛନ୍ତି ଏଭଳି କାମ ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । PET ସାର ପଖାଳ ଖାଇ ଘରେ ଶୋଇଥିଲେ ଆଉ ତାଙ୍କ ଦୋକାନ ଘର କାନ୍ଥ କଲର କରୁଥିଲେ ଛାତ୍ରମାନେ ।
PET ସାର ଏହି କାମ କରୁଥିବା ବେଳେ ସ୍କୁଲର ଚେୟାରମ୍ୟାନ ଏହା ଦେଖି ଦେଇଥିଲେ । ଆଉ ଏହାପରେ ସେ ଏହିସବୁ କାମ ଯାହା ପିଲାମାନେ କରୁଥିଲେ ତାହାର ଭିଡିଓ କରିଥିଲେ । ଆଉ ଏହାସହ ଗଣମାଧ୍ୟମରେ ଏହି ବିଷୟରେ ଜଣାଇଥିଲେ । ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଶିକୁଳିପଦର ସରକାରୀ ବିଦ୍ୟାଳୟରେ । ଏହି ସ୍କୁଲରେ ହଷ୍ଟେଲରେ ରହି ପାଠ ପଢୁଥିବା ୭ ଜଣ ପିଲାଙ୍କ ସହିତ PET ସାର କରିଥିଲେ ଏହି କାମ । ଏହି ୭ ଜଣ ଛାତ୍ର ଦୁଇଦିନ ଧରି ଏହି କାମ କରୁଥିଲେ ।
ବିଦ୍ୟାଳୟର କ୍ରୀଡା ଶିକ୍ଷକ ଏମ ରାଜେନ୍ଦ୍ର ଦ୍ଵରା ଚାନ୍ଦିପୁର ଗ୍ରାମ ସ୍ଥିତ ଏକ ଦୋକାନ ଦେଇଥିଲେ । ସେ ଲେଡିଜ୍ କର୍ଣ୍ଣର ଦେଇଥିଲେ । ଆଉ ସେହି ସ୍କୁଲର ପରିଚାଳନା କମିଟି ସଭାପତି ସୁଧୀର ପ୍ରଧାନ ଉକ୍ତ ରାସ୍ତା ଦେଇ ଯାଉଥିବା ବେଳେ ପିଲାମାନେ ଏଭଳି କାମ କରୁଥିବାର ଦେଖିଥିଲେ । ସେତେବେଳେ ଏହି PET ସାର ଜଣକ ଏଭଳି ଛାତ୍ରଙ୍କୁ କାମରେ ଲଗାଇଥିଲେ ବୋଲି ସେ ଜାଣିବାକୁ ପାଇଥିଲେ । ଆଉ ଏହାପରେ ସେ ଏହି ସବୁ କାମର ଭିଡିଓ କରିଥିଲେ ଆଉ ଗଣମାଧ୍ୟମକୁ ଜଣାଇଥିଲେ ।
ପରିଚାଳନା କମିଟିର ଚେୟାରମ୍ୟାନ କହିଛନ୍ତି ଆଉ ଏହି ବିଷୟରେ ଅନୁଧ୍ୟାନ କରିଛନ୍ତି । ଆଉ ପିଲାମାନଙ୍କୁ ଶିକ୍ଷକ ପରୀକ୍ଷା ଫର୍ମ ଫିଲପ୍ କରିବା ପାଇଁ ଡାକି ଏଭଳି କାମ କରିଥିଲେ । ସାର୍ ତାଙ୍କ ମାନଙ୍କୁ କାମରେ ଲଗାଇଥିଲେ । ଆଉ ଏବେ ଏହି କଥା ସେଠାକାର ଅଞ୍ଚଳରେ ଚର୍ଚ୍ଚା ହେଉଛି । ପୂର୍ବରୁ ଏହି ଗଜପତି ଜିଲ୍ଲାରେ ଶିକ୍ଷକମାନେ ମୋଟା ଅଙ୍କର ଦରମା ନେଉଥିବା ବେଳେ ପାଠ ପଢାଉ ନାହାନ୍ତି ବୋଲି ଖବର ଆସିଥିଲା । ଆଉ ଏବେ ଏହି ଘଟଣା ସାମ୍ନାକୁ ଆସିଛି । ଖବର ପ୍ରସାରଣ ପରେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଆଗାମୀ କାର୍ଯ୍ୟ କଣ ରହିବ ତାକୁ ହିଁ ଅପେକ୍ଷା ରହିଛି ।