Updated: Dec 8, 2024, 11:13 IST

ଗାଁ ପୁରା ଖାଁ ଖାଁ କଣ୍ଟେଇ କୋଳି ପାଇଁ ଏକାସାଙ୍ଗରେ ଜଳିଲା ୨ ସାଙ୍ଗର ଜୁଇ

Gg

କୋଳି କରିଦେଲା ବାପା ମାଆଙ୍କ କୋଳ ଖାଲି। ହସଖୁସୀର ପରିବାର କୁ ଉଜାଡି ଦେଇଥିଲା କଣ୍ଟେଇ କୋଳି। ଦୁଇ ଦୁଇଟା ପରିବାର ହୋଇଗଲା କୋଳ ଶୂନ୍ୟ। କୋଳି ଖାଇବାକୁ ଯାଇ ଆଉ ଘରକୁ ଫେରି ନାହାଁନ୍ତି ବାପା ମାଆଙ୍କ ଏହି ଗେହ୍ଲା ପୁଅ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଧଳା କପଡ଼ା ଗୁଡେ଼ଇ ହୋଇ ଗାଁ ମଶାଣୀ କୁ ଚାଲିଗଲେ। ଯୋଉ ଖବର ପାଇବା ପରେ ଏବେ ବାପା ମାଆଙ୍କ ଛାତି ଫାଟି ପଡୁଛି।
Hb
ଦୁହେଁ ଥିଲେ ବାପା ମାଆଙ୍କ ଗୋଟେ ମାତ୍ର ପୁଅ। ନା ଆଗକୁ କେହି ଥିଲେ ନା ପଛକୁ। ଅଳ୍ପ ଆୟୁଷ ଦେଇ ବଢ଼ିଲା ପୁଅକୁ ନେଇଗଲା ଦଇବ। ଏହି ଘଟଣାକୁ ଦୁଇରୁ ତିନିଦିନ ବିତି ଯାଇଥିଲେ ମଧ୍ୟ ଏବେ ବି ଗାଁ ରେ ଖେଳି ଯାଇଛି ଶୋକର ଛାୟା। କାହାରି ମୁହଁ ରେ ହସ ନାହିଁ। ସମସ୍ତଙ୍କ ଆଖିରୁ ବୋହି ପଡ଼ୁଛି ଲୁହ। ପୂରା ଗାଁ ଆଜି ସତେ ଯେମିତି ଖାଁ ଖାଁ ହୋଇ ପଡ଼ିଛି। କୋଉଠି କେହି ସାଙ୍ଗ ହେଇ ବସୁ ନାହାଁନ୍ତି କି ହସୁ ନାହାଁନ୍ତି।
Bh
ସତେ ଯେମିତି ଏହି ଦୁଃଖରେ ପୂରା ଗାଁ ଆଜି ଭାଙ୍ଗି ପଡ଼ିଛି। ସାଙ୍ଗ ହୋଇ ଜନ୍ମ ହୋଇ ନାହାଁନ୍ତି ସତ ହେଲେ ଦୁହେଁ ଦୁହିଁଙ୍କ ପାଇଁ ଆଜି ମରି ଯାଇଛନ୍ତି। ଛୋଟ ବେଳୁ ଦୁଇଜଣ ସାଙ୍ଗ ଥିଲେ ଆଉ ଏକାଠି ପାଠପଢା ମଧ୍ୟ ଆରମ୍ଭ କରିଥିଲେ। ଏକାଠି କଲେଜ୍ ମଧ୍ୟ ଯାଉଥିଲେ ଦୁହିଁଙ୍କ ମଧ୍ୟରେ ଥିଲା ଅତି ନିବିଡ଼ ସମ୍ପର୍କ। ହେଲେ କିଏ ଜାଣିଥିଲା କି ଏହି ଦୁଇ ଜଣକ ଜୀବନ ଗୋଟେ ଦିନରେ ହିଁ ଚାଲିଯିବ। କୋଳି ଖାଇ ଘରକୁ ଫେରୁଥିବା ବେଳେ ,
ସାମ୍ନା ପଟରୁ ମାଡ଼ି ଆସିଥିଲା ଏକ ପିକଅପ୍ ଭ୍ୟାନ। ଯାହାକି ଦୁଇ ସାଙ୍ଗକୁ ଧକ୍କା ଦେଇ ରାସ୍ତା କଡକୁ ଓଲଟି ପଡ଼ିଥିଲା। ଗୁରୁତର ଦୁଇ ସାଙ୍ଗ ଙ୍କୁ ଆଠଗଡ଼ ମେଡିକାଲ ରେ ଭର୍ତ୍ତି କରାଯାଇ ଥିବା ବେଳେ ଜଣକ ଡାକ୍ତରଖାନା ରେ ମୃ-ତ୍ୟୁ ହୋଇଥିବା ବେଳେ ଆଉ ଜଣକୁ କଟକ ବଡ଼ ମେଡ଼ିକାଲ ନେଇଯିବା ରାସ୍ତାରେ ଜୀବନ ଚାଲି ଯାଇଛି। ମୃ-ତ-କ ଦୁଇଜଣ ହେଉଛନ୍ତି କନ୍ଦପୁର ଗ୍ରାମର ସୌମ୍ୟ ରଞ୍ଜନ ବେହେରା ଓ ଅଂଶୁମାନ ରାଉତ।

Advertisement