Updated: Jul 7, 2024, 15:20 IST

ପରାଜୟ ପରେ ରଥ ଟାଣିବାକୁ ନେଇ ଏମିତି କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

hj

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆସନ୍ତାକାଲି ରଥ ଟାଣିବାକୁ ଯିବାକୁ ନେଇ ମୁହଁ ଖୋଲିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥର ଦୁଇଦିନ ଧରି ଅନୁଷ୍ଠିତ ହେବ ରଥଯାତ୍ରା। ଏବେଠୁ ପୁରୀରେ ଲାଗିଛି ପ୍ରବଳ ଭିଡ଼ି। ଏଥର ରାଷ୍ଟ୍ରପତି ମଧ୍ୟ ଆସିବେ ରଥ ଟାଣିବା ପାଇଁ। ଦେଶ ବିଦେଶରୁ ଭକ୍ତଙ୍କ ଭିଡ଼ ଜମିଥିବାର ଦେଖିବାକୁ ମିଳୁଛି। ଏହାରି ଭିତରେ ନବୀନଙ୍କୁ ବି କେହି ଭୁଲି ନାହାନ୍ତି। 
Hh
ନବୀନ ପ୍ରତିବର୍ଷ ରଥ ଟାଣିବାକୁ ଆସି ଥାଆନ୍ତି। ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି ହେଇଥାଏ। ୨ ସେକେଣ୍ଡରେ ନବୀନ ପଟ୍ଟନାୟକ ପୁରୀରେ ପହଞ୍ଚୁ ଥିଲେ। ହେଲେ ଏବେ ତାଙ୍କ ପାଖରେ ସେ ପାୱାର ଆଉ ନାହିଁ। ମୁଖ୍ୟମନ୍ତ୍ରୀଙ୍କର ଶପଥ ଗ୍ରହଣ ଉତ୍ସବରେ ମଧ୍ୟ ପହଞ୍ଚିଥିଲେ। ନବୀନ ପଟ୍ଟନାୟକ କାହାର ସାହାର ନନେଇ ମଞ୍ଚ ଉପରେ ପହଞ୍ଚି ଥିଲେ ଆପଣ ସମସ୍ତେ ଜାଣିଥିବେ। ସେଦିନ ନବୀନ ପଟ୍ଟନାୟକ ସେଠାରେ ଅଧଘଣ୍ଟା ମଧ୍ୟ ରହିଥିଲେ। 
Hh
ଆଉ ପ୍ରଥମଥର ପାଇଁ ଟ୍ରାଫିକରେ ଫସି ଶପଥ ଗ୍ରହଣ ଉତ୍ସବରେ ପହଞ୍ଚି ଥିଲେ ନବୀନ ପଟ୍ଟନାୟକ। ଏବେ ନବୀନ ପଟ୍ଟନାୟକ ପୁରୀ ରଥ ଟାଣିବାକୁ ଯିବେ କି ନାହିଁ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ତାଙ୍କୁ ଆସିଛି ନିମନ୍ତ୍ରଣ ପତ୍ର। ସୂଚନା ଅନୁସାରେ ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଯୋଗ ଦେବାକୁ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ଦେଇଛନ୍ତି ସେବାୟତ ମଣ୍ଡଳୀ। 
ରାଜ୍ୟସଭା ସାଂସଦ ସୁବାଶିଷ ଖୁଣ୍ଟିଆଙ୍କ ନେତୃତ୍ୱରେ ସେବାୟତଙ୍କ ଏକ ପ୍ରତିନିଧି ଦଳ ନବୀନ ନିବାସ ଯାଇ ରଥଯାତ୍ରାରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିବା ସୂଚନା ମିଳିଛି। ତେବେ ପ୍ରତିବର୍ଷ ଭଳି ପୁରୀ ଯାଏ ରଥଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ରଥ ଟାଣିବେ ବୋଲି ନବୀନ ପ୍ରତିଶ୍ରୁତି ଦେଇଥିବା ସେବାୟତ ପ୍ରତିନିଧି ସୂଚନା ଦେଇଛନ୍ତି।

Advertisement