Sep 18, 2024, 17:58 IST

ଯେଉଁ ମାନେ ପାଇ ନାହାନ୍ତି ସୁଭଦ୍ରା ଯୋଜନା ଦେଖନ୍ତୁ କେମିତି ପାଇବେ ଜାଣନ୍ତୁ ଏହାର ସମ୍ପୂର୍ଣ ବିବରଣୀ

Gh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।ବନ୍ଧୁଗଣ ଏବେ ଠିକ୍ ନିୟମରେ ସୁଭଦ୍ରା ଯୋଜନା ଆବେଦନ ନକଲେ ମିଳିବ ନାହିଁ ସୁଭଦ୍ରା ଟଙ୍କା। ପୂର୍ବାପେକ୍ଷା ଏବେ ଅଧିକ ଧ୍ୟାନ ଦେଇ ପଞ୍ଜିକରଣ କରିବାକୁ ପଡ଼ିବ। ଭୁଲ ହେଲା ମାନେ ଖାତାକୁ ଟଙ୍କା ଆସିବ ନାହିଁ।
Hb
ସୁଭଦ୍ରା ଟଙ୍କା ପାଇନଥିବା ମହିଳା ମାନେ କିପରି ପାଇବେ ସୁଭଦ୍ରା ଟଙ୍କା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି। ତେବେ ଯେଉଁ ମାନେ ସୁଭଦ୍ରା ଟଙ୍କା ପାଇ ନାହାନ୍ତି ସେମାନେ ଚିନ୍ତା କରିବା ଦରକାର ନାହିଁ ଆଗକୁ ଟଙ୍କା ନିଶ୍ଚିନ୍ତ ମିଳିବ ବୋଲି ସରକାର କହିଛନ୍ତି। ଆପଣ ଯଦି ସୁଭଦ୍ରା ଟଙ୍କା ପାଇବା ପାଇଁ ଯୋଗ୍ୟ ହିତାଧିକାରୀ କିନ୍ତୁ ଆପଣ ସୁଭଦ୍ରା ଯୋଜନା ପଞ୍ଜିକରଣ କରିନାହାଁନ୍ତି, ତାହାଲେ ଆପଣଙ୍କୁ ପ୍ରଥମେ ବ୍ୟାଙ୍କ ଯିବାକୁ ପଡିବ। 
Hh
ବ୍ୟାଙ୍କ ଗଲା ପରେ ଆପଣଙ୍କ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ ହେଇଛି କି ନାହିଁ ଦେଖିବେ। ତା'ପରେ ବ୍ୟାଙ୍କ୍ ଖାତାରେ ଡିବିଡିର ସୁବିଧା ଅଛି କି ନାହିଁ ତାହା ମଧ୍ୟ ଦେଖିବେ। ଡିବିଡିର ଅର୍ଥ ହେଉଛି ସିଧାସଳଖ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିପାରୁଥିବାର ସୁବିଧା। ଯଦି ସବୁ ଠିକ୍ ଥାଏ ତାହାଲେ ଜନସେବା କେନ୍ଦ୍ର ଏବଂ ଅଙ୍ଗନବାଡି କେନ୍ଦ୍ରରେ ଯାଇ ପଞ୍ଜୀକରଣ କରିପାରିବେ ସୁଭଦ୍ରା ଯୋଜନା ପାଇଁ। 
ତେବେ ପଞ୍ଜିକରଣ ହେବା ପରେ ଆପଣଙ୍କ ପାଖକୁ ଓଟିପି ଆସିଲା ତାହାଲେ ଜାଣିବେ ଯେ ଆପଣଙ୍କ ଆକାଉଣ୍ଟ ଠିକ୍ ଅଛି ବୋଲି। ଆଉ ପଞ୍ଜିକରଣ ହେବାର କିଛିଦିନ ପାରେ ଆପଣଙ୍କ ଆକାଉଣ୍ଟକୁ ଆସିବ ସୁଭଦ୍ରା ଟଙ୍କା। ସେପଟେ ଯଦି ଦେଖିବାକୁ ମଙ୍ଗଳବାର ୨୫ ଲକ୍ଷ ୧୧ ଜଣ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଭୁବନେଶ୍ୱରରେ ଏହି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ଖାଲି ସୁଭଦ୍ରା ଯୋଜନା ନୁହେଁ ପିଏମ୍ ଆବାସ ଯୋଜନାରେ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଆବାସର ଚାବି।

Advertisement