Jun 8, 2024, 16:15 IST

ପ୍ରଥମେ ପାଣ୍ଡିଆନ ଲୁଚିଲେ ଏବେ ସ୍ତ୍ରୀ ୬ ମାସ ଛୁଟି ନେଇ ଚାଲିଲେ ଦେଖନ୍ତୁ ବର୍ତ୍ତମାନର ଆସିଲା ବଡ଼ ଖବର

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୁଜାତା ହେଉଛନ୍ତି ବିଜେଡି ନେତା ପାଣ୍ଡିଆନଙ୍କ ପତ୍ନୀ। ରାଜ୍ୟର ପ୍ରଭାବଶାଳୀ ଆଇଏଏସ୍ ଭାବେ ପରିଚିତ ସୁଜାତାଙ୍କୁ ନିର୍ବାଚନ କମିଶନଙ୍କ ଛାଟ ପଡ଼ିଥିଲା ଓ ତାଙ୍କୁ ମିଶନ ଶକ୍ତି ବିଭାଗରୁ ବଦଳି କରାଯାଇଥିଲା। ରାଜ୍ୟରେ ୧୦ତାରିଖରେ ବିଜେପି ସରକାର ଗଠନ ହେଉଥିବାରୁ ସୁଜାତା ନିଜ ଝିଅର ପାଠପଢ଼ାର ବାହାନା ଦେଖାଇ ଛୁଟିରେ ପଳାଇଥିବା ଚର୍ଚ୍ଚା ହେଉଛି। 
Vb
ବନ୍ଧୁଗଣ ରାଜ୍ୟରେ ବିଜେପି ସରକାର ଗଠନ ପୂର୍ବରୁ ବିଜେଡିର ଭିକେ ପାଣ୍ଡିଆନଙ୍କ ଆଇଏଏସ୍ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ ଛୁଟିରେ ପଳାଇଛନ୍ତି। ପିଲାର ଯତ୍ନ ନେବା ଆଳ ଦେଖାଇ ସେ ୬ମାସ ଛୁଟିରେ ଯାଇଛନ୍ତି। ଦୀର୍ଘ ୨୪ବର୍ଷର କ୍ଷମତାସୀନ ବିଜେଡିକୁ ଝଟକା ଦେଇ ବିଜେପି ଚଳିତ ନିର୍ବାଚନରେ ରାଜ୍ୟରେ ବିପୁଳ ବିଜୟ ହାସଲ କରିବା ଏବେ ପାଣ୍ଡିଆନଙ୍କୁ ମହଙ୍ଗା ପଡ଼ିଛି।ଜୁନରୁ ନଭେମ୍ବର ଯାଏଁ ସୁଜାତା ଛୁଟିରେ ରହିବେ। ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଥିଲେ ସୁଜାତା କାର୍ତ୍ତିକେୟନ। 
Gg
ତେବେ ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି ପାଇଁ ଛୁଟି ନେଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। ବନ୍ଧୁଗଣ ଛୁଟିରେ ଗଲେ ପାଣ୍ଡିଆନଙ୍କ ପତ୍ନୀ ତଥା ଆଇଏଏସ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ। ୫ ଦିନ କି ୧୦ ଦିନ ନୁହେଁ ବରଂ ୬ ମାସର ଲମ୍ବା ଛୁଟିରେ ଗଲେ ସୁଜାତା ପାଣ୍ଡିଆନ। ଏମିତି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ୬ ମାସ ପାଇଁ ଛୁଟିରେ ଗଲେ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ।
ମିଳିଥିବା ସୂଚନା ଅନୁସାରେ, ମେ ୩୧ ତାରିଖରୁ ଛୁଟିରେ ଅଛନ୍ତି ସୁଜାତା ପାଣ୍ଡିଆନ। ଆଉ ସେ ନଭେମ୍ବର ୨୬ ତାରିଖ ଯାଏ ଛୁଟିରେ ରହିବେ। ଝିଅର ଦଶମ ପରୀକ୍ଷା ଥିବାରୁ ୬ ମାସ ଛୁଟି ନେଇଛନ୍ତି ସୁଜାତା ପାଣ୍ଡିଆନ। କିନ୍ତୁ ଏହାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। କାରଣ ଜଣେ ଆଇଏଏସ ଅଧିକାରୀ ୬ ମାସ ଛୁଟିରେ ରହିବେ ଆଉ ଛୁଟିର କାରଣ ଝିଅର ପରୀକ୍ଷା, ଏହାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା।

Advertisement