Jun 11, 2024, 17:08 IST

ନବକଳେବର ରାତିରେ କଣ ହୁଏ ଦେଖନ୍ତୁ କୋଇଲି ବୈକୁଣ୍ଠରେ ରାତି କେମିତି କାଟନ୍ତି ଏବଂ କିଏ କିଏ ଥାଆନ୍ତି ଜାଣନ୍ତୁ

Gh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।
Bb
ବନ୍ଧୁଗଣ ପ୍ରତି ବାରବର୍ଷକୁ ଥରେ ତିନି ଠାକୁରଙ୍କ ବିଗ୍ରହର ନବକଳେବର କରାଯାଏ। ପୁରୁଣା ବିଗ୍ରହରୁ ବ୍ରହ୍ମ କଢ଼ାଯାଇ ନୂଆ ବିଗ୍ରହରେ ସ୍ଥାପନ କରାଯାଏ। କୁହାଯାଏ ଯେ, ଏହି ଘଟଣାକୁ ଯଦି କେହି ଜୀବିତ ଲୋକ ଖାଲି ଆଖିରେ ଦେଖେ ତେବେ ସେ ଆଉ ବଞ୍ଚେଇ ନାହିଁ। କୋଇଲୀ ବୈକୁଣ୍ଠ ଏହା ଏକ ଏଭଳି ସ୍ଥାନ ଯେଉଁ ଠାରେ ତିନି ଠାକୁରଙ୍କର ପୁରୁଣା ବିଗ୍ରହକୁ ପୋତା ଯାଏ ବା ସମାଧି ଦିଆଯାଏ।
୧୯୬୯ ମସିହାରେ ତିନି ଠାକୁରଙ୍କର ଚାଲିଥିଲା ନବକଳେବର ଖୋର୍ଦ୍ଧାର କୃଷ୍ଣଚନ୍ଦ୍ର ରାୟ ନାମକ ଜଣଙ୍କ ବ୍ୟକ୍ତି ନବକଳେବର ପ୍ରକ୍ରିୟା ଓ ପ୍ରଭୁ ଜଗନ୍ନାଥଙ୍କ ବିଗ୍ରହକୁ ମାଟିରେ ପୋତିବା ଏକ ମୂର୍ଖତା ଓ ଅନ୍ଧ ବିଶ୍ବାସ ବୋଲି କହିଥିଲେ। ଆଉ ସେହି କଥାଟି ସତ କରିବାକୁ ଯାଇ, ନବକଳେବର ରାତିରେ ଶ୍ରୀମନ୍ଦିର କୋଇଲି ବୈକୁଣ୍ଠରେ ଏକ ଗଛ ଉପରେ ଲୁଚି ବସିଥିଲେ। ଦଇତାପତି ମାନେ ତିନି ଠାକୁରଙ୍କର ପୁରୁନ୍ସିବିଗ୍ରହକୁ ସମାଧି ଦେବାକୁ କୋଇଲି ବୈକୁଣ୍ଠକୁ ଆସିଯାଇଥିଲେ।
Hh
ଏସବୁ ଦୃଶ୍ୟକୁ କୋଇଲି ବୈକୁଣ୍ଠର ଗଛ ଉପରେ ବସି ବ୍ୟକ୍ତି ଜଣଙ୍କ ଦେଖୁ ଥାଆନ୍ତି। ଦଇତାପତି ମାନେ ମଧ୍ୟ ତିନି ଠାକୁରଙ୍କ ବିଗ୍ରହକୁ ମାଟିରେ ପୋତି ସେଠାରୁ ଚାଲିଯାଆନ୍ତି। ଏହାରି ଭିତରେ କୃଷ୍ଣଚନ୍ଦ୍ରଙ୍କୁ ଶୁଭେ କିଛି ସ୍ତ୍ରୀ ଲୋକଙ୍କ କାନ୍ଦିବାର ସ୍ୱର। ଖାଲି କାନ୍ଦିବାର ସ୍ୱର ନୁହେଁ ଭିନ୍ନ ଭିନ୍ନ ପ୍ରକାରର ଆଲୋକ ମଧ୍ୟ ତାଙ୍କୁ ଦେଖାଗଲା। ଏସବୁ ଦେଖି କୃଷ୍ଣଚନ୍ଦ୍ର କିଛି ସମୟ ପାଇଁ ସ୍ତବ୍ଧ ହେଇଗଲେ। 
ବନ୍ଧୁଗଣ କାରଣ କଥାରେ ଅଛି ଯେ, ସେହିଦିନ ସବୁ ଦେବଦେବୀ ମାନେ ମନ୍ଦିରରୁ ବାହାରି ମହାବାହୁଙ୍କ ବିଗ୍ରହ ପାଖକୁ କାନ୍ଦି କାନ୍ଦି ଯାଇ ମହାବାହୁଙ୍କ ଅନ୍ତିମ କ୍ରିୟାକୁ ଯୋଗ ଦିଅନ୍ତି। ଏମିତିକି ଅନେକ ଲୋକ ଦେବଦେବୀଙ୍କ ପାଦ ଶବ୍ଦ ଶୁଣିଥିବା ଅନୁଭବ କରିଛନ୍ତି। ସେଥିପାଇଁ ନବକଳେବର ରାତିରେ ଲୋକଙ୍କୁ ଘରୁ ବାହାରିବାକୁ ମନା କରାଯାଏ। ଏବଂ ପୁରା ସହରର ବିଜୁଳି ମଧ୍ୟ କାଟି ଦିଆଯାଏ। ତା'ପରଦିନ ସକାଳେ କୋଇଲି ବୈକୁଣ୍ଠରେ କୃଷ୍ଣଚନ୍ଦ୍ର ରାୟଙ୍କ ମୃ-ତ-ଦେ-ହ ପଡ଼ିଥିଲା।

Advertisement