Sep 29, 2024, 18:28 IST

ଫିକା ପଡ଼ିବ ଦଶହରା ବଜାର ଦେଖନ୍ତୁ ସତର୍କ ରୁହନ୍ତୁ ଏହି ୯ଟି ଜିଲ୍ଲା

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି ଯେ, ଏଥର ପାର୍ବଣ ପୂଜାରେ ଭିଜିବ ଓଡିଶା। ଆଗୁଆ ଚେତାବନୀ ଦେଲାଣି ପାଣିପାଗ ବିଭାଗ। ସମୁଦ୍ରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। 
Hh
୯ଟି ଜିଲ୍ଲାକୁ ସତର୍କରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। କିନ୍ତୁ ଏବେ ରାଜ୍ୟରେ କମିଛି ବର୍ଷାର ପରିମାଣ। ବର୍ତ୍ତମାନ କୌଣସି ପାଣିପାଗ ନୀୟାମିକ ସକ୍ରିୟ ନଥିବା ବେଳେ ଆଗାମୀ ଚାରିଦିନ ଯାଏଁ ଅର୍ଥାତ ୩ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ପାଈଁ କୌଣସି ସତର୍କ ସୂଚନା ନାହିଁ। ମାତ୍ର ୪ ତାରିଖ ପାଖରୁ ବଦଳି ଯିବ ପାଣିପାଗ। ଆକାଶରେ ସୂର୍ଯ୍ୟ ହଜି ଯିବା ସହିତ ମାଡ଼ି ଆସିବ କଳାହାଣ୍ଡିଆ ମେଘ। ବିଜୁଳି ଘଡଘଡି ସାଙ୍ଗକୁ କାଚିଵ ବର୍ଷା। 
Vg
ତେବେ ୪ ତାରିଖ ବେଳକୁ ବଢ଼ିପାରେ ବର୍ଷାର ପରିମାଣ। ସେପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ଅବସାରଣ କରିବା ଆରମ୍ଭ ହେଇଯାଇଥିବା ବେଳେ ଯାହାଫଳରେ ଗରମ ସହ ଗୁଳୁଗୁଳି ଅନୁଭୁତ ହେଉଛି। ରାଜ୍ୟରେ ବର୍ଷାର ପରିମାଣ କମିଥିବା ବେଳେ ଅନେକ ସ୍ଥାନରେ ପରଦା ଉପର ମୁହାଁ ହେଉଛି। ତେବେ ଗତକାଲି ଅନେକ ସ୍ଥାନରେ ଗରମ ଗୁଳୁଗୁଳି ହେଇଥିବା ବେଳେ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। 
ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷାକୁ ନେଇ କୌଣସି ସତର୍କ ସୂଚନା ଦିଆଯାଇନଥିବା ବେଳେ ବିଜୁଳି ଘଡଘଡି ପାଇଁ ସତର୍କ କରାଯାଇଛି। ବିଜୁଳି ଘଡଘଡି ମୁଖ୍ୟତଃ ଉତ୍ତର ଦକ୍ଷିଣ ଓଡିଶାରେ ଅଧିକ ରହିବ। ଏଥିପାଇଁ ମୟୂରଭଞ୍ଜ, ବାଲେଶ୍ଵର, କେନ୍ଦୁଝର, ସୁନ୍ଦରଗଡ଼, ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡା ଜିଲ୍ଲାକୁ ୟେଲୋ ୱାରିଂ ଜାରି କରିଛି ପାଣିପାଗ ବିଭାଗ।

Advertisement