ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ କି ଜଣେ ମାଆ ତାର ପୁଅକୁ ହରାଇଛି । ମାଆ ଆଜି ତାର ଭେଣ୍ଡିଆ ପୁଅକୁ ହରାଇ କାନ୍ଦିବାରେ ଲାଗୁଛି । ପୁଅ ପାଖକୁ ରାତିରେ ଫୋନ ଆସିଥିଲା ଆଉ ସେ ବାହାରକୁ ଯିବାକୁ ବାହାରିଥିଲା କିନ୍ତୁ ତାର ମାଆ ଯିବାକୁ ମନା କରିଥିଲା ।
ଆଉ ପୁଅ ଜଣକ ମାଆ କଥା ନମାନି ବାହାରକୁ ଗଲା କିନ୍ତୁ ଆଉ ଫେରିଲା ନାହିଁ । ପରକୀୟା ପ୍ରୀତି ପାଇଁ ଚାଲିଗଲା ଭେଣ୍ଡିଆ ପୁଅର ଜୀବନ । ଆଜିକାଲି ଦୁନିଆରେ ପରକୀୟା ପ୍ରୀତି ପାଇଁ କେତେ ଯେ ଘଟଣା ଦେଖିବାକୁ ମିଳୁଛି ତାହାର ହିସାବ ନାହିଁ । ଲୋକମାନେ ପରକୀୟା ପ୍ରୀତି ପାଇଁ ନିଜ ଜୀବନ ବି ଦେବାକୁ ପଛାଉ ନାହାଁନ୍ତି । ଏବେ ଏହି ଯୁବକ ଜଣକର ଅକାରଣରେ ଜୀବନ ଚାଲି ଯାଇଛି । ଆଉ ଏହି ଯୁବକ ଜଣକ ପରକୀୟା ପ୍ରୀତି କରୁଥିବାରୁ ମାତ୍ର ୨୬ ବର୍ଷ ବୟସରେ ତାଙ୍କ ଜୀବନ ଚାଲି ଯାଇଛି ।
ଏବେ ଏହି ଯୁବକ ଜଣଙ୍କର ମାଆ ରାହା ଛଡ଼ାଇ କାନ୍ଦୁଛି । ମୁଣ୍ଡ ପିଟି ପିଟି କାନ୍ଦୁଛି ମାଆ ଆଉ ନିଜ ପୁଅକୁ ହରାଇ ପାଗେଳି ଭଳି ହେଉଛି । ଗୋଟିଏ ଫୋନ କଲ୍ ଆସିବା ପରେ ପୁଅ ବିଚଳିତ ହୋଇ ଘରୁ ବିଳମ୍ବିତ ରାତିରେ ବାହାରି ପଡ଼ିଥିଲା । ଆଉ ଏବେ ଏହି ପୁଅ ଜଣକର ମୃ-ତ୍ୟୁ କଲବଲ କରୁଛି ବାପା ମାଙ୍କୁ । ବାପା ମା ଦୁଃଖରେ ଭାଙ୍ଗି ପଡିଛନ୍ତି ତାଙ୍କର ସଂସାର ନାରଖାର ହୋଇଗଲା । କାନ୍ଦ ବୋବାଳିରେ ଫାଟି ପଡୁଛି ମେଡିକାଲ ପରିସର । ପରକୀୟା ପ୍ରୀତି ପାଇଁ ଏଭଳି ଘଟିଛି ।
ପରକୀୟା ପ୍ରୀତି ହିଁ ତାଙ୍କ ଜୀବନ ନେଇଯାଇଛି ବୋଲି ସନ୍ଦେହ କରାଯାଉଛି । ପୁଅର ରକ୍ତାକ୍ତ ଶରୀର କେନାଲରେ ମିଳିଛି । ପିପିଲି ଅଞ୍ଚଳର କେଣ୍ଟେଇ ଗ୍ରାମରେ ଏହି ଘଟଣା ଘଟିଛି । ଏହି ଯୁବକ ଜଣକ ହେଉଛନ୍ତି ନୀଳକଣ୍ଠ ପାଇକ । ଆଉ ତାଙ୍କ ବାପାଙ୍କ ନାମ ହେଉଛି ବିବେକାନନ୍ଦ ପାଇକ । ଏବେ ଏହି ଘଟଣା ପୋଲିସ ଥାନାରେ ଅଭିଯୋଗ ଦେବା ପରେ ପୋଲିସ ଚାରିଜଣଙ୍କୁ ଗିରଫ କରିଛି । ଏହି ଭିତରୁ ତିନିଜଣ ଯୁବକ ଆଉ ଜଣେ ଯୁବତୀ ଅଛନ୍ତି । ଏବେ ଏହି ଘଟଣାର ତଦନ୍ତ କରାଯାଉଛି ।