Jun 14, 2024, 17:00 IST

ସମସ୍ତେ ବହୁତ୍ ଚିତ୍କାର କରୁଥିଲେ ହେଲେ ନବୀନ ପଟ୍ଟନାୟକ ପହଞ୍ଚିବା ପରେ ଚୁପ୍ ହେଇଗଲେ ଦେଖନ୍ତୁ Exclusive

Vg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ତ ଓଡ଼ିଶାରେ ରାଜନୀତି କରୁଥିବା ଦଳ ବିଷୟରେ ଜାଣିଥିବେ । ୨୪ ବର୍ଷର ଶାସନ ବିଜେଡି କରିବା ପରେ ୨୦୨୪ ମସିହା ନିର୍ବାଚନରେ ବିଜେଡି ହାରି ଯାଇଛି । ଆଉ ଏବେ ବିଜେପି ଦଳ ଓଡ଼ିଶାକୁ ଶାସନ କରୁଛି । ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ବିଜେପି ଦଳର ନେତା ମୋହନ ମାଝୀ ଅଟନ୍ତି ।
Vh
ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମୟରେ ସେଠାରେ ବିଜେଡି ଦଳର ନେତା ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ । ସେ ନିମନ୍ତ୍ରଣ ରକ୍ଷା କରି ସେଠାରେ ଉପସ୍ଥିତ ହୋଇଥିଲେ । ଆଉ ସେଠାରେ ସେ ପହଞ୍ଚିବା ପରେ ସେଠାରେ ହୋ ହାଲ୍ଲା ଚାଲୁଥିବା ବେଳେ ହଠାତ୍ ସମସ୍ତେ ଚୁପ୍ ହୋଇଗଲେ । ଏହି ସଭାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଯୋଗ ଦେବା ପରେ ସେଠାରେ ଥିବା ସମସ୍ତ ନେତା ମନ୍ତ୍ରୀ ତାଙ୍କୁ ସ୍ଵାଗତ କରିଥିଲେ । ଆଉ ସେମାନେ ନବୀନ ପଟ୍ଟନାୟକଙ୍କୁ ସମ୍ମାନ ଜଣାଇବା ପାଇଁ ଛିଡ଼ା ହୋଇ ଯାଇଥିଲେ । 
Bb
ଏବେ ଶାସନ ବଦଳିଛି ଆଉ ସମୟ ବି ବଦଳିଛି । ରାଜ୍ୟରେ ତାଙ୍କର ଆଉ ଶାସନ ନାହିଁ । ସେ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ହୋଇ ଯାଇଛନ୍ତି । କିନ୍ତୁ ତାଙ୍କର ବ୍ୟକ୍ତିତ୍ଵ ବଦଳି ନାହିଁ । ସେଠାରେ ଯେତେବେଳେ ନବୀନ ପଟ୍ଟନାୟକ ପହଞ୍ଚିଥିଲେ ସେତେବେଳେ ଏକ ଭିନ୍ନ ପରିବେଶ ସୃଷ୍ଟି ହୋଇଥିଲା । ବିଜେପି ସରକାରର ଶପଥ ଗ୍ରହଣ ସମାରୋହରେ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ବାଟ କଢାଇ ତାଙ୍କ ଆସନକୁ ନେଇ ଯାଉଥିଲେ । ଜଣେ ପରେ ଜଣେ ବିଜେପି ନେତା ଆସି ବିଜେଡି ସୁପ୍ରିମୋଙ୍କୁ ସ୍ବାଗତ ଜଣାଇଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କ ସହିତ ଭାବ ବିନିମୟ କରୁଥିଲେ । ଆଉ ଏହା ଥିଲା ରାଜନୀତିର ଆଉ ଏକ ରୂପ । ବିଜେପିର ନେତାମାନେ ବିଜେଡି ସୁପ୍ରିମୋଙ୍କ ପ୍ରତି ଭଲ ବ୍ୟବହାର ଦେଖାଇଥିଲେ । ନିଜ ଦଳର ବିପର୍ଯ୍ୟୟ ସତ୍ତ୍ୱେ, ନିଜ ଦଳ ହାରିଯିବା ସତ୍ତ୍ୱେ ଏବଂ ୨୪ ବର୍ଷର ବିଜେଡି ଶାସନ ଭାଙ୍ଗି ଯିବା ପରେ ମଧ୍ୟ ନବୀନ ପଟ୍ଟନାୟକ ସେଠାକୁ ଆସିଥିଲେ । ଆଉ ସେ ଏହି ଶପଥ ସମାରୋହରେ ଯୋଗ ଦେଇଥିଲେ । ଜନତା ମଇଦାନର କୋଳାହଳ ଏହା ଦେଖି ଭାବ ବିହ୍ବଳ ହୋଇ ପଡ଼ିଥିଲେ । ସମସ୍ତେ ଚୁପ୍ ହୋଇ ନବୀନ ପଟ୍ଟନାୟକଙ୍କୁ ଦେଖିଥିଲେ । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।

Advertisement