Sep 28, 2024, 16:03 IST

ଏଠାରେ ନାହାନ୍ତି ଟ୍ରାଫିକ ପୋଲିସ ଦେଖନ୍ତୁ ଟ୍ରାଫିକ ଜଗୁଛନ୍ତି ଗାଈଗୋରୁ

Ff

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଦେଖିବାକୁ ମିଳୁଛି ଯେ, ଓଡ଼ିଶାର ବ୍ରହ୍ମପୁର ମହାନିଗମ ନଗରରେ ପୋଲିସ ନୁହେଁ ବରଂ ଗାଈ ଗୋରୁ ମାନେ ଟ୍ରାଫିକ ଜଗୁଛନ୍ତି। 
Gg
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରେଶନ ନଗର ବ୍ରହ୍ମପୁରର ଜନଗହଳିପୂର୍ଣ୍ଣ ରାସ୍ତାରେ। ପାଣିଚଳ ପେଣ୍ଠସ୍ଥଳ ହେଉଛି ବ୍ରହ୍ମପୁର। ପ୍ରତ୍ୟେକ ଦିନ ବ୍ରହ୍ମପୁର ଉପରେ ନିର୍ଭର କରନ୍ତି ଲକ୍ଷ ଲକ୍ଷ ଲୋକ। କେବଳ ଗଞ୍ଜାମ ଦିନ ତାହା ନୁହେଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ମଧ୍ୟ ଲୋକ ମାନେ ବ୍ରହ୍ମପୁର ବଜାର ଉପରେ ନିର୍ଭର କରନ୍ତି। ବ୍ରହ୍ମପୁର ମହାନଗର ନିଗମର ସବୁଠାରୁ ବଡ଼ ସମସ୍ୟା ହେଉଛି ଟ୍ରାଫିକ ସମସ୍ୟା। 
Bv
ଦୈନନ୍ଦିନ ଚାରି ଚକିଆ ଠାରୁ ଆରମ୍ଭ କରି ଦୁଇ ଚକିଆ ଏବଂ ଭାରି ଯାନ ମଧ୍ୟ ଚଳାଚଳ ହେଉଛି। ଯାହାଫଳରେ ଟ୍ରାଫିକ ସମସ୍ୟା ଦେଖା ଦେଇଛି। ସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବ୍ରହ୍ମପୁର ନିଗମ ଅଞ୍ଚଳରେ ଦିନକୁ ଦିନ ଗାଈ ଗୋରୁ ଗହଳି ଦେଖିବାକୁ ମିଳିଛି। ବିଭିନ୍ନ ଛକରେ ଏବଂ ରାସ୍ତା ମଝିରେ ଗାଈ ଗୋରୁ ବୁଲୁଥିବା ହେତୁ ପ୍ରତ୍ୟେକ ଦିନ ଛୋଟ ବଡ ଦୁ-ର୍ଘ-ଟ-ଣା ଘଟୁଛି। ଯାହାଫଳରେ ଧନହାନି ପ୍ରାଣହାନୀ ଭଳି ଘଟଣା ଦେଖିବାକୁ ମିଳୁଛି। 
ସବୁଠାରୁ ବଡ଼ କଥା ହେଲା ରାସ୍ତାରେ ଗାଈ ଗୋରୁ ବୁଲିବା ଦ୍ଵାରା ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକ ମାନେ। ଅନ୍ୟପଟେ ପାଖେଇ ଆସୁଛି ପାର୍ବଣ ଋତୁ। ଏହି ପାର୍ବଣ ଋତୁରେ ବ୍ରହ୍ମପୁର ନଗରରେ ନାହିନଥିବା ଭିଡ ଦେଖିବାକୁ ମିଳିବ। ଯାହାଫଳରେ ଟ୍ରାଫିକ ସମସ୍ୟା ନିହାତି ଉପୁଜିବ। ଏଭଳି ପରିସ୍ଥିତିରେ ସହରର ବିଭିନ୍ନ ଛକ ମାନଙ୍କରେ ରାସ୍ତା ଉପରେ ଗୋରୁ ଗାଈ ହେତୁ ଟ୍ରାଫିକ ସମସ୍ୟା ଆହୁରି ଜଟିଳ କରିବା। ଯାହାକୁ ନେଇ ସହର ବାସି କ୍ଷବ ପ୍ରକାଶ କରିଛନ୍ତି।

Advertisement