Dec 10, 2024, 11:40 IST

୧୦ମ ପାସ୍ କରିଥିବା ମହିଳାଙ୍କୁ ମାସକୁ ମିଳିବ ୭,000 ଟଙ୍କା

Vg

ଦଶମ ପାସ କରିଛନ୍ତି କି? ମାସକୁ ମିଳିବ ୭ ହଜାର ଟଙ୍କା। ଏବେ ଆମେ ଆପଣଙ୍କୁ ପୂରା ପ୍ରକ୍ରିୟା ସମ୍ପର୍କରେ କହିବାକୁ ଯାଉଛୁ। ବର୍ତ୍ତମାନ ସମୟରେ ଲଞ୍ଚ ହୋଇଛି ଏକ ନୁଆ ଯୋଜନା ଆଉ ଏହି ଯୋଜନାର ଲକ୍ଷ ହେଉଛି ମହିଳା ମାନଙ୍କୁ ଆତ୍ମ ନିର୍ଭର କରିବା। ଏହି ଯୋଜନା ହିସାବରେ ମହିଳା ମାନଙ୍କୁ ଏଲଆଇସି ଏଜେଣ୍ଟ ହେବାରେ ତାଲିମ ମିଳିବ। ଆଉ ଏହାରି ମଧ୍ୟରେ ଆପଣଙ୍କୁ ପ୍ରତି ମାସରେ ମିଳିବ ୭ ହଜାର ଟଙ୍କା।
Gg
ଏହା ସହ ଆପଣ ଯଦି ପଲିସି କରାଇବେ ତେବେ ଏହା ଉପରେ ଆପଣ କମିଶନ ମଧ୍ୟ ପାଇବେ। ଏହି ଯୋଜନାରେ ମଧ୍ୟ ଯେକୌଣସି ଦଶମ ପାସ କରିଥିବା ମହିଳା କରି ପାରିବେ ଆବେଦନ। ଏଥିପାଇଁ ବୟସ ସୀମା ମଧ୍ୟ ରଖା ଯାଇଛି।୧୮ ବର୍ଷ ରୁ ୭୦ ବର୍ଷର ମହିଳା ଏଥିପାଇଁ ଆବେଦନ କରି ପାରିବେ। ଆବେଦନ କରିବା ପାଇଁ ଆପଣ ଆପଣଙ୍କ ନିକଟତମ ବ୍ରାଞ୍ଚ ରେ ଯାଇ ଦେଖା କରି ପାରିବେ। ଏଥି ସହ ଏହାର ଅଫିସିଆଲ୍ ପେଜ କୁ ଯାଇ କରି ପାରିବେ ଆବେଦନ।
Vghg
ଏହି ଯୋଜନା ଅଧୀନରେ ମହିଳାଙ୍କୁ ତିନି ବର୍ଷ ପାଇଁ ଏଯେଣ୍ଟ କରିବାକୁ ଟ୍ରେନିଂ ଦିଆଯିବ। ଏହାରି ମଧ୍ୟରେ ସେମାନଙ୍କୁ କିଛି ଦରମା ମଧ୍ଯ ମିଳିବ। ପ୍ରଥମ ବର୍ଷରେ ମାସକୁ ମିଳିବ ୭ ହଜାର ଟଙ୍କା ଆଉ ଦ୍ଵିତୀୟ ବର୍ଷରେ ମିଳିବ ୬ ହଜାର ଟଙ୍କା, ତୃତୀୟ ବର୍ଷରେ ମାସକୁ ମିଳିବ ୫ ହାଜର ଟଙ୍କା। ଟ୍ରେନିଂ ମଧ୍ୟରେ ମହିଳାଙ୍କୁ ଦରମା ବ୍ୟତୀତ କମିଶନ ମଧ୍ୟ ମିଳିବ। ଆଉ ଏହି କମିଶନ ସେତେବେଳେ ମିଳିବ ଯେତେବେଳେ ଆପଣ ଏଲଆଇସି ପଲିସି କରୁଛନ୍ତି।
ଏହି ପଲିସି କରାଇବାକୁ ନେଇ କିଛି ଟାର୍ଗେଟ ମଧ୍ୟ ମହିଳା ମାନଙ୍କୁ ମିଳିପାରେ। ଆଉ ଯେଉଁମାନେ ଏହି ଟାର୍ଗେଟ କୁ ପୂରା କରିବେ ସେମାନଙ୍କୁ ସାଲାରି ଓ କମିଶନ ବ୍ୟତୀତ ବୋନସ ମଧ୍ୟ ମିଳିବ। ଏଭଳି କିଛି ନୁଆ ଯୋଜନା ଆସି ଯାଇଥିବା ବେଳେ ଆପଣ ଏହାର ଫାଇଦା ଉଠାଇବା ଭୁଲି ଯିବେ ନାହିଁ। ଏହି ଯୋଜନାରେ ଆପଣ ଖୁବ୍ ଶୀଘ୍ର ଆବେଦନ କରନ୍ତୁ ଯାହାକି ଆପଣଙ୍କୁ ବେଶ ଲାଭବାନ ହେବ।

Advertisement