ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଆପଣମାନେ ଏଭଳି କିଛି ଖବର ବିଷୟରେ ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ପୁଣି ଧାରଣା ଦେଇଛି ଜଣେ ସ୍ତ୍ରୀ । ନିଜର ଅଧିକାର ଆଉ ନିଜ ପୁଅକୁ ବାପାର ପରିଚୟ ଦେବାକୁ ସ୍ଵାମୀ ଘର ଆଗରେ ଧାରଣା ଦେଇଛି ଜଣେ ସ୍ତ୍ରୀ । ଏବେ ସିନ୍ଦୁରର ହକ ପାଇଁ ଲଢ଼ୁଛି ସ୍ତ୍ରୀ । ଏବେ ସଉଦା କରିବାକୁ ପଡୁଛି ଜଣେ ସ୍ତ୍ରୀକୁ । ଏବେ ନଖାଇ ନପିଇ ସ୍ତ୍ରୀ ଜଣକ ଧାରଣାରେ ବସିଛନ୍ତି ।
ଏବେ ୧୦ ବର୍ଷର ପୁଅକୁ ଧରି ଧାରଣା ଦେଇଛି ମାଆ ଜଣକ । ଏହି ଦୃଶ୍ୟ ଦେଖିଲେ ଆପଣ ସେହି ପରିବାରକୁ ଘୃଣା କରିବାକୁ ଲାଗିବେ ଯେଉଁ ପରିବାର ଭଲପାଇବାର ରୂପ ସ୍ତ୍ରୀ ଠାରୁ ତାର ସ୍ବାମୀଙ୍କୁ ଏବଂ ପୁଅ ଠାରୁ ତାର ବାପାକୁ ଅଲଗା କରି ଦେଇଛନ୍ତି । ଏହି ସ୍ଵାମୀ ଜଣକ ଏବେ ସ୍ତ୍ରୀ ଆଉ ନିଜ ୧୦ ବର୍ଷର ପୁଅକୁ ଛାଡ଼ି କୁଆଡେ ଚାଲି ଯାଇଛନ୍ତି । ଏବେ ଘର ବାହାରେ ଦୁଇ ଦୁଇଟି ବ୍ୟାଗ ଧରି ଧାରଣାରେ ବସିଛନ୍ତି । ଖରାବର୍ଷାରେ ଏହି ସ୍ତ୍ରୀ ଜଣକ ଧାରଣାରେ ବସିଛନ୍ତି । ସ୍ତ୍ରୀ ଜଣକ ଭାବୁଛନ୍ତି ତାଙ୍କ ସ୍ଵାମୀ ଆସିବେ ଆଉ ତାଙ୍କୁ ଘରକୁ ନେଇଯିବେ ।
କିନ୍ତୁ ଏହା ସମ୍ଭବ ବୋଧେ ନୁହେଁ । ନ୍ୟାୟ ଆଶାରେ ପୁଣି ସ୍ବାମୀଙ୍କ ଘର ଆଗରେ ସ୍ତ୍ରୀ ଧାରଣା ଦେଇଥିବା ଘଟଣା ସାମ୍ନାକୁ ଆସିଛି । ଆଇନକୁ ଭରଷା କରି ନପାରି ଦୀର୍ଘ ୧୦ ବର୍ଷ ଧରି ନ୍ୟାୟ ପାଇଁ ଲଢ଼ୁଥିବା ସ୍ତ୍ରୀ ଜଣକ ଆଜି ସ୍ଵାମୀ ଘର ଆଗରେ ଧାରଣା ଦେଇଛନ୍ତି । ଦୀର୍ଘ ବର୍ଷ ଧରି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହୁଥିବା ବେଳେ ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ଏବେ ଏହି ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଗୁରୁଝୁରୀ ପଞ୍ଚାୟତ ନୂଆ ଗାଁ ରାଧାକୃଷ୍ଣ ମନ୍ଦିର ସାହିରେ ।
ଶୁକ୍ରବାର ଦିନ ସ୍ବାମୀଙ୍କ ଘର ସାମ୍ନାରେ ସ୍ତ୍ରୀ ଜଣକ ଧାରଣା ଦେଇଛନ୍ତି । ଏହି ମହିଳା ଜଣକ ହେଉଛନ୍ତି ଦେବକୀ ଆଚାର୍ଯ୍ୟ । ଆଉ ତାଙ୍କ ସ୍ଵାମୀ ହେଉଛନ୍ତି ହରେକୃଷ୍ଣ ଆଚାର୍ଯ୍ୟ । ଏହି ମହିଳା ଜଣକ ଘର ଧବଳଗଡ । ୨୦୧୪ ମସିହା ଠାରୁ ତାଙ୍କ ଶାଶୁଘରେ ଯୌତୁକ ପାଇଁ କୁହନ୍ତି । ଏହି ଘଟଣାକୁ ନେଇ ସେ ଥାନାର ଆଉ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି କିନ୍ତୁ ତାଙ୍କୁ ନ୍ୟାୟ ମିଳିନାହିଁ । ଆଜି ତାଙ୍କ ପୁଅର ଜନ୍ମଦିନ କିନ୍ତୁ ତାଙ୍କ ଶାଶୁଘର ଲୋକେ ତାଙ୍କୁ ଗ୍ରହଣ କରୁନାହାନ୍ତି । କୋର୍ଟର ନିୟମକୁ ତାଙ୍କ ସ୍ଵାମୀ ମାନୁ ନାହାନ୍ତି । ଏବେ ବେଗୁନିଆ ଥାନା ପୋଲିସ ସ୍ଵାମୀ ଜଣକ ନାଁରେ ଗିରଫ ପରୱାନା ଜାରି ହୋଇଛି । ଏବେ ପୋଲିସ ତାଙ୍କୁ ଖୋଜୁଛି । ଏବେ ଦେଖିବାକୁ ବାକି ରହିଲା କେବେ ମିଳୁଛି ଦେବକୀକୁ ସ୍ୱାମୀର ପରିଚୟ ।