ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଏବେ ରାସନ୍ କାର୍ଡକୁ ନେଇ ଆସିଥିବା ଖବର ଆପଣମାନେ ଜାଣିପାରିବେ । ଏବେ ରାସନ୍ କାର୍ଡକୁ ନେଇ ଆସିଲା ବଡ ଅପଡେଟ । ଏବେ ଯେଉଁମାନେ ଅଯୋଗ୍ୟ ହିତାଧିକାରୀ ସେମାନେ ସାବାଡ ହେବେ । ରାସନ୍ କାର୍ଡରେ ନାଁ ରହିବା ପାଇଁ କିଛି ପ୍ରମାଣ ଦରକାର ହେଉଛି ଆଉ ଆପଣଙ୍କ ପାଖରେ ଏହିସବୁ ପ୍ରମାଣ ନଥିଲେ ଆପଣଙ୍କ ନାଁ ରାସନ୍ କାର୍ଡରୁ କଟିଯିବ ।
ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନଙ୍କ ପାଇଁ ଆସିଛି ଖୁସି ଖବର । ଏବେ ରାସନ୍ କାର୍ଡରେ ଚାଉଳ ସହ ଗହମ ମଧ୍ଯ ମିଳିବ । ଖାଦ୍ୟ ଯୋଗାଣ ମନ୍ତ୍ରୀ ଗହମ ମିଳିବା ନେଇ କହିଛନ୍ତି । କିଏ କେତେ ଗହମ ପାଇବ ତାହା ମଧ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି । ଚଳିତ ମାସରୁ ଚାଉଳ ସହ ଗହମ ପାଇବେ ହିତାଧିକାରୀ । ଗୋଟିଏ ପରିବାରକୁ ୨୦ ପ୍ରତିଶତ ଗହମ ଦିଆଯିବ । ଇ କେୱାସି ପରେ ମିଳିବ ନୂଆ ରାସନ୍ କାର୍ଡ । ପୁରୁଣା ହିତାଧିକାରୀଙ୍କ କାର୍ଡ କଟିଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ପୂର୍ବ ସରକାର ଗହମ ବନ୍ଦ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଗହମ ଦେବାକୁ ମନା କରିଥିଲେ କିନ୍ତୁ ବର୍ତ୍ତମାନ ସମୟରେ ରୁଟିର ଚାହିଦା ଅଧିକ ଥିବାରୁ ନୂତନ ରାଜ୍ୟ ସରକାରଙ୍କ ଅନୁରୋଧକୁ ରକ୍ଷା କରିଛନ୍ତି ହେନ୍ଦ୍ର ସରକାର । ୨୦ ପ୍ରତିଶତ ଗହମ ଦେବାକୁ ରାଜି ହୋଇଛନ୍ତି କେନ୍ଦ୍ର ସରକାର । ଚଳିତ ମାସ ଠାରୁ ୨୦ ପ୍ରତିଶତ ଗହମ ମିଳିବ । ଅର୍ଥାତ୍ ମୁଣ୍ଡ ପିଛା ୫ କିଲୋ ଚାଉଳ ପାଉଥିଲେ ଆଉ ଏବେ ୪ କେଜି ଚାଉଳ ସହିତ ୧ କେଜି ଗହମ ମିଳିବ ବୋଲି ସୂଚନା ମିଳିଛି ।
ଯେଉଁ ହିତାଧିକାରୀମାନେ ଓଡ଼ିଶା ବାହାରେ ରହୁଛନ୍ତି ସେମାନେ ନିକଟସ୍ଥ ଡିଲରଙ୍କ ପାଖରେ ଯାଇ ଇ କେୱାସି କରିପାରିବେ । ସେମାନେ ସହଜରେ ଏହି ପ୍ରକ୍ରିୟା କରିପାରିବେ । ଇ କେୱାସି ସରିବା ପରେ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯିବ । ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ୍ କାର୍ଡ ମିଳିବ । ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କରିବାର ଏହା ଏକ ପ୍ରକ୍ରିୟା । ଆଧାର କାର୍ଡ ଥିଲେ ମିଳିବ ରାସନ୍ କାର୍ଡ । ଆଉ ଯେଉଁ ମାନଙ୍କର ଆଧାର କାର୍ଡ ନଥିବ ସେମାନେ ନୂଆ ଆଧାର କାର୍ଡ ବନାଇବେ । ଆଉ ଏହାପରେ ସେମାନେ ରାସନ୍ କାର୍ଡ ପାଇପାରିବେ । ଏବେ ମଧ୍ଯ ନୂଆ ଆବେଦନ କରୁଛନ୍ତି ।