Oct 3, 2024, 18:48 IST

ଏହିପରି ଭାବରେ କରନ୍ତୁ ନିଜ ଶତ୍ରୁ ମାନଙ୍କୁ ପରାସ୍ତ ଦେଖନ୍ତୁ କଣ କହିଛନ୍ତି ଚାଣକ୍ୟ

Vg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ସମୟରେ ଯେକୌଣସି କାରଣକୁ ନେଇ ସମସ୍ତେ ସମସ୍ତଙ୍କର ଶତ୍ରୁ ପାଲଟି ଯାଉଛନ୍ତି। ତେବେ କାରଣ ଯାହାବି କିଛି ଥାଉ ନା କାହିଁକି ସମସ୍ତେ ସମସ୍ତଙ୍କର ଶତ୍ରୁ ପାଲଟି ଯାଉଛନ୍ତି। ଶତ୍ରୁଙ୍କୁ ନିଜ ବୃଦ୍ଧିରେ ନାଶ କରିଥିବା ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ମନୁଷ୍ୟ ଜୀବନରେ ପୁରା ସାହଯ୍ୟକାରୀ ପ୍ରମାଣିତ ହୁଏ। କୌଟିଲ୍ୟ ଏବଂ ବିଷ୍ଣୁଗୁପ୍ତ ନାମରେ ପ୍ରସିଦ୍ଧ ଚାଣକ୍ୟ ଶତ୍ରୁଙ୍କୁ ବାଦ ଦେବା ପାଇଁ ଅନେକ ନୀତିର ବର୍ଣ୍ଣନା କରିଛନ୍ତି। 
Bb
ତେବେ ଚାଲନ୍ତୁ ଏବେ ଜାଣିବା ସେହିସବୁ ନୀତି ବିଷୟରେ ଯାହାର ପ୍ରୟୋଗ ଆପଣ ନିଜ ଜୀବନରେ କରିପାରିବେ। ପ୍ରଥମେ ତ ଶତ୍ରୁ ଆପଣଙ୍କର ବିଫଳତା ପାଇଁ ବାରମ୍ଵାର ଆପଣଙ୍କୁ ଶୁଣାଉଥିବ। କିନ୍ତୁ ଆପଣଙ୍କୁ ଶତ୍ରୁର କଥାରେ ଜମାବି ପଡ଼ିବାର ନାହିଁ। ଆପଣଙ୍କୁ ଶତ୍ରୁ ସାମ୍ନାରେ ଭିତରୁ ଶାନ୍ତ ରହିବା ଦରକାର। ଏମିତି ହେବା ଦ୍ଵାରା ସେ ଆପଣଙ୍କର ଦୁର୍ବଳତାକୁ ଧରିପାରିବେ ନାହିଁ। ଯାହାଦ୍ୱାରା ଆପଣ ଶତ୍ରୁକୁ ପରାଜିତ କରିବାରେ ସାହାର୍ଯ୍ୟ ପାଇପାରିବେ। 
Bb
ତେବେ ଶତ୍ରୁ କେତେବେଳେ ଦୁର୍ବଳରୁ ସବଳ ହେଇଯିବ ତାହା ମଧ୍ୟ କେହି ଜାଣିପାରନ୍ତି ନାହିଁ। ଏଥିପାଇଁ ଶତ୍ରୁକୁ କେବେବି ଦୁର୍ବଳ ଭାବିବା ଉଚିତ ନୁହେଁ। ଚାଣକ୍ୟଙ୍କ କହିବା ଅନୁସାରେ, ଆପଣଙ୍କୁ ଶତ୍ରୁର ପ୍ରତ୍ୟେକ ଗତିବିଧି ଉପରେ ଧ୍ୟାନ ଦେବା ଜରୁରୀ। ଯାହାଦ୍ୱାରା ଆପଣ ତା ପକ୍ଷରୁ ହାମଲା ହେବା ପୂର୍ବରୁ ଜବାବ ଦେଇପାରିବେ। ସେହିପରି ଶତ୍ରୁ ଉପରେ ବିଜୟ ଲାଭ କରିବା ପାଇଁ ତା ବିଷୟରେ ଅଧିକରୁ ଅଧିକ ତଥା ମଧ୍ୟ ହାସଲ କରିବା ଉଚିତ୍। ତାର ଅତିନିକଟତମ ପର୍ଯ୍ୟନ୍ତ ଯିବା ଜରୁରୀ। 
ଶତ୍ରୁର ନିକଟ ଲୋକଙ୍କ ସହିତ ମିତ୍ର ଭଳି ଆଚରଣ ଉଚିତ୍। ଯାହାଦ୍ୱାରା ଅଧିକରୁ ଅଧିକ ତଥ୍ୟ ଆପଣ ମାନେ ପାଇପାରିବେ ଶତ୍ରୁକୁ ପରାଜିତ କରିବାକୁ। ଏହା ବାଦ ଆପଣଙ୍କ ଶତ୍ରୁ ଆପଣଙ୍କୁ ପରାସ୍ତ କରିବାକୁ ଅତିନିକଟତର ହେବାକୁ ମଧ୍ୟ ଚେଷ୍ଟା କରିବ ସେଥିପାଇଁ ତା ଉପରେ ଭରଷା କରିବା ଅନୁଚିତ୍। କାରଣ ସେ ହେଉଛି ଆପଣଙ୍କର ଶତ୍ରୁ। କେତେବେଳେ ବି ରୂପ ବଦଳାଇ ପାରେ ସୁଯୋଗ ଦେବା ମାତ୍ରେ ସେ ଆପଣଙ୍କ ଉପରେ ଆଘାତ ମଧ୍ୟ କରିପାରେ। ତେବେ ଆପଣ ମାନେ ଚାଣକ୍ୟଙ୍କର ଏଭଳି କିଛି ନୀତିକୁ ଆପଣାଇ ନିଜ ଶତ୍ରୁକୁ ବାଦ୍ ଦେଇପାରିବେ।

Advertisement