ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ ।ଆପଣମାନେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ର ଘଟଣା ଘଟୁଥିବାର ନିଶ୍ଚୟ ଭାବରେ ଦେଖିଥିବେ। ଭଦ୍ରକ ଜିଲ୍ଲାରେ ଘଟିଥିବା ଘଟଣା ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ବିବୀଦୀୟ ଫଟୋ ଆଉ ଭିଡିଓ ପାଇଁ ଆଜି ଭଦ୍ରକରେ ଜଳୁଛି ନିଆଁ ଆଉ ପୋଲିସ ଉପରକୁ କରାଯାଇଛି ଇଟା ପଥର ର ମାଡ।
ବିବାଦୀୟ ଫଟୋ ଆଉ ଭିଡିଓ କୁ ପ୍ରଥମେ କିଏ ସୋସିଆଲ ମିଡ଼ିଆ ରେ ଭାଇରାଲ କରିଥିଲା,ଆଉ କେଉଁ ଫଟୋ ଭିଡିଓ ପାଇଁ ଭଦ୍ରକ ରେ ବେଆଇନ ଭାବରେ ଆନ୍ଦୋଳନ କରାଗଲା ତାହା ସବୁ ସତ ଆଜି ସାମ୍ନାକୁ ଆସିଯାଇଛି। କେଉଁଠି ନିଆଁ ଜଳୁଛି ଆଉ କେଉଁଠି ପୋଲିସ ଙ୍କ ଉପର କୁ ପଥର ମାଡ କରାଯାଇଛି,ଆଉ କେଉଁଠି ବେଆଇନ ଆନ୍ଦୋଳନ କରୁଥିବା ଲୋକଙ୍କୁ ପୋଲିସ ଗୋଡେଇ ଗୋଡେଇ ଧରୁଛି।
କିନ୍ତୁ ଭଦ୍ରକ ପରି ଏକ ଭାଇଚାରା ର ସହର ରେ ଏଭଳି ଏକ ବଡ଼ ଘଟଣା କେମିତି ଘଟିଗଲା ତାହା ବର୍ତ୍ତମାନ ଜଣାପଡିଛି।ପ୍ରଥମେ ଜଣେ ଯୁବକ ସୋସିଆଲ ମିଡ଼ିଆ ରେ ଏକ ବିବାଦୀୟ ପୋଷ୍ଟ କରିଥିଲେ।ଯେଉଁ ବିବାଦୀୟ ପୋଷ୍ଟ ପାଇଁ କିଛି ସମ୍ପ୍ରଦାୟ ର ଲୋକ ଯୁବକ ଙ୍କୁ ଗିରଫ କରିବା ପାଇଁ ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଯାହାକୁ ନେଇ ଭଦ୍ରକ ପୋଲିସ ଘଟଣା କୁ ତଦନ୍ତ କରି ଯୁବକ ଙ୍କୁ ଗିରଫ କରିବା ପାଇଁ ଦୁଇ ଦିନ ସମୟ ମଧ୍ୟ ମାଗିଥିଲା।
କିନ୍ତୁ ଏହା ଭିତରେ ପ୍ରଥମେ ଭାଇ ରାଲ କରିଥିବା ଯୁବକ ଜଣଙ୍କ ଉକ୍ତ ସମ୍ପ୍ରଦାୟ ବିରୁଦ୍ଧ ରେ ପୁଣିଥରେ ଆଉ ଏକ ଫଟୋ ଭିଡିଓ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି ଦେଇଥିଲା।ଏହାପରେ ଝଗଡ଼ା ଉଗ୍ର ରୂପ ନେଇଛି।ବର୍ତମାନ ଏହି ଘଟଣା ଟି ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଏହି ଘଟଣା ଦେଖିବା ପରେ ଅନେକ କଥା ଆଲୋଚନା କରିବାରେ ଲାଗିଛନ୍ତି।