ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମ-ଦ ମାଫିଆଙ୍କ ପାଇଁ ପୋଲିସ ସହ ଅଜବ ଯୁକ୍ତିତର୍କ କରୁଛନ୍ତି ଜଣେ ବ୍ୟକ୍ତି। ମାଫିଆ ମାନଙ୍କୁ ଲୁଚାଇବାକୁ ଯାଇ ପୋଲିସକୁ ଜଗିଲେ ବ୍ୟକ୍ତି ଜଣଙ୍କ। ବ୍ୟକ୍ତି ଜଣଙ୍କ ମୁଁହ ଆଗରେ ହାତ ହଲାଇ ଏପଟସେପଟ କଥାବାର୍ତ୍ତା କରିଥିଲେ। ତେବେ ବନ୍ଧୁଗଣ ଆପଣ ମାନେ ଭିଡିଓଟିରେ ଦେଖିପାରୁଥିବେ କେମିତି ଜଣେ ପୋଲିସ ଅଧିକାରୀ ଏବଂ ଗାଁର କିଛି ଲୋକଙ୍କ ସହିତ ହେଉଛି ଭୀଷଣ ଯୁକ୍ତିତର୍କ। ବ୍ୟକ୍ତି ଜଣଙ୍କ ପୋଲିସ ଆଗରେ ଯୁକ୍ତିତର୍କ କରୁଥିବାର ଦେଖିବାକୁ ମିଳିଛି। ଦୋଷୀକୁ ଲୁଚାଇବାକୁ ଯାଇ ବ୍ୟକ୍ତି ଜଣଙ୍କ ପୋଲିସ ଆଗରେ ଯୁକ୍ତି କରୁଛନ୍ତି।
ପୋଲିସଙ୍କ ମୁଁହ ଆଗରେ ହାତ ହଲାଇ ବ୍ୟକ୍ତି ଜଣଙ୍କ କଥାବାର୍ତ୍ତା କରୁଛନ୍ତି। ବ୍ୟକ୍ତି ଜଣଙ୍କ ଅଭଦ୍ରାମି ମଧ୍ୟ କରୁଥିବାର ଦେଖିବାକୁ ମିଳୁଛି। ମ-ଦ ମଫିଆଙ୍କୁ ଧରିବାକୁ ଯାଇ ହଟାହଟା ହେଇଛନ୍ତି ଅବକାରୀ ବିଭାଗ। ମାଫିଆଙ୍କ ସମ୍ପର୍କୀୟ ଘର ଭିତରକୁ ପୋଲିସଙ୍କୁ ଯିବାକୁ ଦେଇନଥିଲେ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ଼ ବ୍ଲକ କପୁରସିଂହ ଗାଁରେ। ଆଗକୁ ପାର୍ବଣ ଋତୁ ଥିବାରୁ ଏବେ ଅବକାରୀ ବିଭାଗ ବେଶ ସକ୍ରିୟ ହେଇପଡୁଛି।
ତେବେ ସକାଳୁ ସକାଳୁ ମ-ଦ ମାଫିଆଙ୍କୁ ଧରିବାକୁ ଯାଇ ହଟହାଟା ହେଇଛନ୍ତି ଆଠଗଡ଼ ଅବକାରୀ ବିଭାଗ। ପ୍ରଥମେ ଅବକାରୀ ବିଭାଗ ଦୁଇଜଣଙ୍କ ସହ ୧୭ ଲିଟର ଦେଶୀ ମ-ଦ ଧରିବା ପରେ ଅନ୍ୟ ଜଣଙ୍କ ଘରକୁ ପଶିବାକୁ ଉଦ୍ୟମ କଲାବେଳେ ଅଭିଯୁକ୍ତ ଜଣଙ୍କ ଘରୁ ବାହାରି ପଳାଇଥିଲେ। ମାତ୍ର ତାଙ୍କ ଭିଣେଇ ଓ ତାଙ୍କ ପରିବାର ଲୋକଙ୍କ ବିରୋଧର ଶିକାର ହେବାକୁ ପଡ଼ିଥିଲା ଅବକାରୀ ବିଭାଗଙ୍କୁ।
ଶେଷରେ ଖାଲି ହାତରେ ଅବକାରୀ ବିଭାଗ ଟିମ ଫେରିଥିଲେ। ଏପରି ହେବାର ମୁଖ୍ୟ କାରଣ ହେଉଛି ଆଠଗଡ଼ରେ ଚାରୋଟି ବଡ ବଡ଼ ଦୋଷୀ ମ-ଦ ଭାଟି ଥିବାବେଳେ ସେମାନେ କାହିଁକି ଛୋଟ ବେପାରୀଙ୍କୁ ଧରୁଛନ୍ତି ତାହା ସାଧାରଣରେ ବଡ ପ୍ରଶ୍ନ ସୃଷ୍ଟି କରିଛି। ଏହା ସହିତ ଅବକାରୀ ବିଭାଗ କିପରି ଜାଣିପାରୁନାହିଁ ସ୍କୁଲ, କଲେଜ, ମଠ ଓ ମନ୍ଦିର ଆଦି ଜାଗାରେ ମ-ଦ ବିକ୍ରି ହେଉଛି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳିଛି।