Mar 13, 2025, 11:18 IST

ଦ୍ବିତୀୟ ସ୍ତ୍ରୀକୁ ବାହା ହେଲା ପରେ ପ୍ରଥମ ସ୍ତ୍ରୀକୁ ଘରେ ତାଲା ପକାଇ ନିର୍ଯାତନା ଦେଉଥିଲା ସ୍ବାମୀ

Vv

ଆଜିକାଲି ଦୁନିଆରେ ଲୋକମାନେ ଏଭଳି ସବୁ ଖବର ପାଇ ପାରୁଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ କି ଜଣେ ବ୍ୟକ୍ତି ଦୁଇଥର ବିବାହ କରିଛନ୍ତି । ପ୍ରଥମ ସ୍ତ୍ରୀର କିଛି ପିଲାଛୁଆ ନ ହେବାରୁ ବଲାଙ୍ଗୀର ଜିଲ୍ଲା ଟିଟଲାଗଡ ସହରରେ ରହୁଥିବା ରୁଦ୍ରମଣି ମହାନ୍ତ ଦ୍ଵିତୀୟ ବିବାହ କରିଲେ । ବ୍ୟକ୍ତି ଜଣକ ଦ୍ଵିତୀୟ ବିବାହ କରିବାର କିଛି ଦିନ ପରେ ପ୍ରଥମ ପତ୍ନୀ ଜଣଙ୍କର ଆଖି ଖରାପ ହୋଇଗଲା ।
Vv
ପ୍ରଥମ ପତ୍ନୀଙ୍କ ପ୍ରତି ଅଣଦେଖା ଆଉ ଅବହେଳା ଯୋଗୁଁ ତାଙ୍କର ଦୃଷ୍ଟି ଶକ୍ତି ସବୁଦିନ ପାଇଁ ଚାଲିଗଲା । ଆଉ ଏପଟେ ସ୍ଵାମୀ ଜଣକ ଦ୍ଵିତୀୟ ପତ୍ନୀଙ୍କ ସହ ହସଖୁସିରେ ରହିଥିଲେ । ଏହି ବ୍ୟକ୍ତିଙ୍କ ଦ୍ଵିତୀୟ ପତ୍ନୀଙ୍କର ଦୁଇଟି ସନ୍ତାନ ମଧ୍ୟ ହେଲା । ଆଉ ସେମାନେ ବେଶ୍ ହସଖୁସିରେ ରହୁଥିଲେ ଆଉ ପ୍ରଥମ ପତ୍ନୀଙ୍କୁ ଠିକସେ ଖାଇବାକୁ ଦେଉ ନଥିଲେ ଆଉ ଏହାସହ ସବୁମିଶି ଅକଥନୀୟ ଅତ୍ୟାଚାର ଦେଉଥିଲେ । ଦ୍ଵିତୀୟ ବିବାହ କରିବା ପରେ ଅନ୍ଧୁଣୀ ସ୍ତ୍ରୀକୁ ପର କରିଦେଲା ସ୍ଵାମୀ । 
Tg
୨୦ ବର୍ଷ ହେଲା ନିର୍ଯ୍ୟାତନା ପାଉଥିବାର ଅଭିଯୋଗ ଆଣିଛନ୍ତି ଏହି ମହିଳା ଜଣକ । ୨୦ ବର୍ଷ ହେବ ଏହି ମହିଳା ଜଣକ ଆଖି ହରାଇ ବନ୍ଦୀ ହୋଇ ରହିଛନ୍ତି । ଆଉ ସେହି ବ୍ୟକ୍ତି ଜଣକ ଦ୍ଵିତୀୟ ପତ୍ନୀ ଆଉ ଦୁଇ ଛୁଆଙ୍କ ସହ ଭଲରେ ରହିଛି । ଆଉ ଏବେ ପ୍ରଥମ ପତ୍ନୀ ଜଣକ ଏହି ବନ୍ଦୀ ଜୀବନରୁ ତାଙ୍କୁ ମୁକ୍ତି ଦେବାକୁ କହିଥିଲେ । ଏହି ପ୍ରଥମ ପତ୍ନୀ ଜଣକ ହେଉଛନ୍ତି ଜୟନ୍ତୀ ମେହୁରୁ । ଏହି ପ୍ରଥମ ପତ୍ନୀ ଜଣଙ୍କୁ ଦ୍ଵିତୀୟ ପତ୍ନୀ ଆଉ ତାଙ୍କ ପୁଅଝିଅ ନିର୍ଯ୍ୟାତନା ଦେଉଛନ୍ତି ।
ଏହି ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ଅଟେ । ଏହି ମହିଳା ଜଣଙ୍କୁ ଖାଇବାକୁ ବି ଠିକସେ ଦେଉ ନଥିଲେ । ଏହି ପ୍ରଥମ ପତ୍ନୀ ଜଣଙ୍କୁ ଏବେ ସ୍ବେଚ୍ଛାସେବୀ ସଂସ୍ଥା ସାହାଯ୍ୟ କରିଛି । ଏହି ପ୍ରଥମ ପତ୍ନୀ ଜଣକ ଉପରେ ହୋଇଥିବା ଅତ୍ୟାଚାର ଆଉ ନିର୍ଯ୍ୟାତନା ପରେ ମଧ୍ୟ ଏଭଳି ଦୁଃଖରେ ରହିଛନ୍ତି । ଏହି ମହିଳା ଜଣଙ୍କର ପୁଅ ଝିଅ ନଥିବାରୁ ଏଭଳି କରିଥିଲେ ତାଙ୍କ ସ୍ଵାମୀ ଆଉ ଦ୍ଵିତୀୟ ପତ୍ନୀ । ଏବେ ଏହି ମହିଳା ଜଣକ ନ୍ୟାୟ ଦାବି କରିଛନ୍ତି । ଦେଖାଯାଉ ତାଙ୍କୁ କେବେ ନ୍ୟାୟ ମିଳୁଛି ।

Advertisement