Jan 12, 2025, 10:07 IST

ଡାଉନ୍ ଜ୍ୟାକେଟର କଳା ସତ ଷ୍ଟାଇଲ ମାରୁଛି ମଣିଷ ବଳି ପଡ଼ୁଛନ୍ତି ପକ୍ଷୀ

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ କିନ୍ତୁ ଏହି ଖବର ସତ୍ୟ ଅଟେ । ଆଜିକାଲି ଦୁନିଆରେ ଅଧିକ ଷ୍ଟାଇଲ ଆଉ ସୁନ୍ଦର ଦେଖିବା ପାଇଁ ସମସ୍ତେ ଚାହିଁ ଥାଆନ୍ତି କିନ୍ତୁ ଏହି ସୁନ୍ଦରତା ଦେଖାଯିବା ପାଇଁ ଆମେ କିଛି ଏଭଳି ଜିନିଷ ବ୍ୟବହାର କରିଥାଉ ଯାହା ଅନ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଏବେ ଶୀତ ଦିନରେ ଅନେକ ଲୋକ ଅନେକ ପ୍ରକାରର ଜ୍ୟାକେଟ ପରିଧାନ କରିଥାନ୍ତି । 
Vv
ଏବେ କିନ୍ତୁ ଟ୍ରେଣ୍ଡରେ ରହିଛି ଡାଉନ୍ ଜ୍ୟାକେଟ । ଏହି ଜ୍ୟାକେଟ ତୁଳା ପରି ନରମ ଆଉ ଦେହକୁ ଗରମ ରଖିଥାଏ । ଏହି ଜ୍ୟାକେଟ ପିନ୍ଧୁଛନ୍ତି କିଏ ଆଉ ଏହାର ଖରାପ ପ୍ରଭାବ ଭୋଗୁଛି କିଏ ? ଏହି ଜ୍ୟାକେଟ ପିନ୍ଧି ମଣିଷ ଷ୍ଟାଇଲ ମାରୁଛି ଆଉ ଏଥିରେ ବଳି ପଡୁଛନ୍ତି ପକ୍ଷୀ । ଶୀତରେ ପୁରା ଦେଶ ଥରୁଛି । ଦେଶର କୋଣ ଅନୁକୋଣରେ କେଉଁଠି ଅଧିକ ଶୀତ ଅନୁଭୂତ ହେଉଛି ତ ଆଉ କେଉଁଠି କମ୍ ଶୀତ ଅନୁଭୂତ ହେଉଛି । ବଜାରରେ ଅନେକ ପ୍ରକାରର ଜ୍ୟାକେଟ, ସିଓଟର, ସାଲ ଆଦିର ଚାହିଦା ଦେଖିବକୁ ମିଳିଛି । 
Gv
ପପକର୍ଣ୍ଣ ବା ଡାଉନ୍ ଜ୍ୟାକେଟ ନାଁରେ ବିକ୍ରି ହେଉଥିବା ଜ୍ୟାକେଟ ଯୁବପିଢିଙ୍କୁ ବେଶ୍ ପସନ୍ଦ ଆସୁଛି । ଏହି ଜ୍ୟାକେଟ ପିନ୍ଧିବାକୁ ଯେମିତି ଭଲ ତାର ଦାମ ମଧ୍ୟ ଗ୍ରାହକଙ୍କୁ ଠିକ୍ ଲାଗିଥାଏ । ଷ୍ଟାଇଲ ଆଉ ଅନେକ ପ୍ରକାରର ସୁବିଧାକୁ ଦେଖି ଏହି ଜ୍ୟାକେଟକୁ ପ୍ରସ୍ତୁତ କରାଯାଇଛି । ଏହି ଜ୍ୟାକେଟ ଫୁଲିବା ଭଳି ଦେଖାଯାଇଥାଏ । ଆଉ ଏହାର ଓଜନ ହାଲୁକା ହୋଇଥାଏ । ଏହି ଜ୍ୟାକେଟ ପିନ୍ଧିଲେ ଥଣ୍ଡା ପବନ ଦେହକୁ ଛୁଇଁ ପାରି ନଥାଏ । ଏହି ଜ୍ୟାକେଟ ତିଆରି ସମୟରେ କୌଣସି ତୁଳା ବ୍ୟବହାର କରାଯାଇନଥାଏ । 
ଏହା ପକ୍ଷୀର ପରରେ ତିଆରି ହୋଇଥାଏ ।ବତକ ପକ୍ଷୀର ପରରେ ଏହା ତିଆରି ହୋଇଥାଏ । ଦିଲ୍ଲୀର ଜଣେ ଦୋକାନୀଙ୍କୁ ଏହି ବିଷୟରେ ପଚାରିବାରୁ ସେ ଜ୍ୟାକେଟର ଗୋଟିଏ କୋଣରୁ କଣା କରି ପର ବାହାର କରି ଦେଖାଇଲେ ଆଉ କହିଲେ ସେ ନକଲି ମାଲ ବିକ୍ରି କରୁ ନାହାନ୍ତି । ଏହିସବୁ ଜ୍ୟାକେଟ ଚୀନରୁ ଆସୁଛି । ଭଲ ଗୁଣର ଡାଉନ୍ ଜ୍ୟାକେଟ ଖୋଜିଲେ ଏହା ୧୫ ରୁ ୨୦ ହଜାର ଟଙ୍କା ଆଉ ଟିକେ କମ୍ ଗୁଣର ଜ୍ୟାକେଟ ଖୋଜିଲେ ୩ ରୁ ୪ ହଜାର ଟଙ୍କାରେ ମିଳିଯିବ । 
ଏହି ଲକ୍ଷ ଲକ୍ଷ ଟଙ୍କା କାରବାର ହେଉଥିବା ଜିନିଷ ପାଇଁ ପକ୍ଷୀମାନେ ଅନେକ କଷ୍ଟ ପାଉଛନ୍ତି । ଏହି ଡାଉନ୍ ହେଉଛି ହଂସ ବା ବତକର ପର । ଏହାକୁ ବାହାର କରିବା ବହୁତ କଷ୍ଟ । ପକ୍ଷୀମାନେ ବହୁତ କଷ୍ଟ ସହି ଥାଆନ୍ତି । ଏମିତି ଜ୍ୟାକେଟ କିଣିବା ଯାହା ପଶୁ କ୍ରୁରତା ଏବଂ ଡାଉନ୍ ଇଣ୍ଡଷ୍ଟ୍ରିକୁ ସମର୍ଥନ କରିବା ତାହା ।

Advertisement