ନବ ଦାସ୍ ଙ୍କ ମୃ-ତ୍ୟୁ ର ତଦନ୍ତକୁ ନେଇ ଦିପାଳୀ ଦାସ ଙ୍କୁ ସିଧା ଟାର୍ଗେଟ କରିଛନ୍ତି ବାବୁ ସିଂ। ସେ କହିଥିଲେ କି ଯଦି ଦିପାଳୀ ଦାସ ସିବିଆଇ ତଦନ୍ତ କରିବାକୁ ଚାହୁଁଛନ୍ତି ତେବେ ଥର ଲେଖିକି ଦିଅନ୍ତୁ ନିଶ୍ଚିତ ଭାବରେ ଏହି ଘଟଣାର ସିବିଆଇ ତଦନ୍ତ ହେବ। ସେ କହିଥିଲେ କି ଦୁଇ ବର୍ଷ ତଳେ ଯେତେବେଳେ ତାଙ୍କ ବାପା ନବ ଦାସ ଙ୍କୁ ହ-ତ୍ୟା କରାଯାଇ ଥିଲା। ସେ ସେତେବେଳେ ଏକଥା କହି ପାରି ଥାଆନ୍ତେ।
ଦୁଇ ବର୍ଷ ତଳେ ଯେତେବେଳେ ସେ ବିଧାୟିକା ଭାବରେ ଲଢ଼ିଲେ ତାଙ୍କୁ ଅନେକ ଥର ଏହି ପ୍ରଶ୍ନ କରା ଯାଇଛି। ଯେ ସେ ଜିତିବା ପରେ ତାଙ୍କର ବାପାଙ୍କ ହ-ତ୍ୟା ଉପରୁ ରହସ୍ୟର ଉନ୍ମୋଚନ ହେବ ନା ନାହିଁ। ଯେଉଁ ମାନେ ଷଡ଼ଯନ୍ତ୍ର କରିଛନ୍ତି ଆଉ ତାଙ୍କର ବାପା ଙ୍କୁ ହ-ତ୍ୟା କରିଛନ୍ତି ଆଉ ଯିଏ ପ୍ରକୃତ ହ-ତ୍ୟା-କାରୀ ସେମାନେ ବାହାରିବେ ନା ନାହିଁ? ହେଲେ ଦୁଇ ବର୍ଷ ସେ ପୁରା ସରକାର ରେ ସାମିଲ ହୋଇ ଯାଇଥିଲେ।
ସେଥିପାଇଁ ସେତେବେଳେ ସେ ବିଜୁ ଜନତା ଦଳ ବିରୁଦ୍ଧରେ ଗୋଟେ ହେଲେ ମଧ୍ୟ ଶବ୍ଦ ଉଠାଇଲେ ନାହିଁ। ବାପାଙ୍କ ହ-ତ୍ୟା-କାରୀ କିଏ ତାହା ତାଙ୍କର ଆଉ ଦରକାର୍ ପଡିଲା ନାହିଁ ବୋଲି ବାବୁ ସିଂ କହିଛନ୍ତି। ଯେତେବେଳେ ସେ ବିଧାନସଭା ରେ ହାରୀ ଯାଇଛନ୍ତି ଆଉ ବିରୋଧୀ ଦଳରେ ତାଙ୍କର ଦଳ ପଳେଇ ଯାଇଛି ସେତେବେଳେ ତାଙ୍କ ମୁଣ୍ଡରେ ଏହି ଚିନ୍ତା ପଶିଲା ଯେ ତାଙ୍କର ବାପାଙ୍କୁ ବାସ୍ତବରେ କିଏ ହ-ତ୍ୟା କରିଥିଲା।
ଏହାପରେ ବାବୁ ସିଂ କହିଛନ୍ତି କି ଯଦି ତାଙ୍କ ଦଳ ଗାଦି ରେ ଥିବା ସମୟରେ ସେ ପ୍ରଶ୍ନ କରି ନାହାଁନ୍ତି ତେବେ ତଥାପି ଏବେ ମଧ୍ୟ ସମୟ ଅଛି ସେ ସିବିଆଇ ତଦନ୍ତ ହେବା ପାଇଁ ଲେଖିକି ଦିଅନ୍ତୁ। ତାହେଲେ ଏହି ମାମଲାର ନିଶ୍ଚିତ ଭାବରେ ସିବିଆଇ ତଦନ୍ତ ହେବ ବୋଲି ସେ କହିଥିଲେ। ଯାହାକୁ ନେଇ ଏବେ ବାବୁ ସିଂ ଙ୍କ ପ୍ରେସମିଟ ର ଏହି ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି। ଆଉ ଏହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।