Mar 2, 2025, 12:02 IST

ଦିଦି ଦେଖାଉଛନ୍ତି ରଙ୍ଗ ଓଡ଼ିଆ ଗାଁକୁ କବଜା କରୁଛି ବଙ୍ଗ

Vg

ପଶ୍ଚିମବଙ୍ଗ ନକ୍ସା ପୁର୍ବରୁ ଗୋଟିଏ ପ୍ରକାରର ଥିଲା ଆଉ ଏବେ ଏହା ସୀମା ଲଂଘୁଛି ବୋଲି ଖବର ଆସିଛି । ସୀମା ଲଙ୍ଘୁଛି ପଶ୍ଚିମବଙ୍ଗ ନକ୍ସା । ଅଣନିଃଶ୍ୱାସୀ ଓଡ଼ିଆ ପ୍ରଶାସନ କିନ୍ତୁ କୋଢିଆ ହୋଇ ରହିଛନ୍ତି । ବଙ୍ଗାଳୀ ହୋଇ ଓଡ଼ିଶାର ଯୋଜନା ପାଉଛନ୍ତି କିନ୍ତୁ ଓଡ଼ିଆଙ୍କୁ ଯୋଜନା ମିଳୁନାହିଁ । ପ୍ରଥମେ କୋଟିଆକୁ ନେଇ ବିଚ୍ଛେଦ ଭୟ ଥିଲା ଆଉ ଏବେ ଜଳେଶ୍ଵରକୁ ନେଇ ବିଚ୍ଛେଦ ଭୟ ଦେଖାଦେଇଥିଲା ଆଉ ଏବେ ଶଙ୍ଖାମେଦିକୁ ନେଇ ଭୟ ଦେଖିବାକୁ ମିଳୁଛି ।
Gg
ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନିଳିଆ ପଞ୍ଚାୟତ ଗାଁ ହେଉଛି ଶଙ୍ଖାମେଦି । ଏହି ଗାଁରେ ୧୫୦ ପରିବାର ରୁହନ୍ତି ଆଉ ଏହି ଗାଁରେ ୪୫୦ ଜଣ ଲୋକ ରହିଥାନ୍ତି । ସ୍କୁଲରେ ୩୦ ଜଣ ପିଲା ପାଠ ପଢନ୍ତି । ଆଉ ଦୁଇଜଣ ଶିକ୍ଷକ ଅଛନ୍ତି । କିନ୍ତୁ ଏହି ଲୋକମାନେ ସ୍ଥାୟୀ ବାସିନ୍ଦା ହୋଇ ନଥିବାରୁ ଏମାନଙ୍କୁ ପକ୍କା ଘରର ସୁବିଧା ମିଳୁ ନାହିଁ । ଓଡ଼ିଆ ହୋଇଥିଲେ ମଧ୍ୟ ଓଡ଼ିଶା ସରକାରଙ୍କ କିଛି ସୁବିଧା ପାଇ ପାରୁନାହାନ୍ତି । ଜାତି ପ୍ରମାଣ ପତ୍ର କି ବାସିନ୍ଦା ପ୍ରମାଣ ପତ୍ର ନାହିଁ । 
Gg
ଏହି ଗାଁକୁ ସ୍ୱଚ୍ଛ ଭାରତ ଯୋଜନା ଅନୁସାରେ କିଛି ପାଇଖାନା, ରାସନ୍ କାର୍ଡ ଭଳି ସୁବିଧା ଦିଆଯାଇଛି କିନ୍ତୁ ଏହି ଗାଁରେ କାହାକୁ ବି ପକ୍କା ଘର ଯୋଜନା ମିଳି ନାହିଁ । ଏହି ଗାଁ ଲୋକମାନଙ୍କୁ ପଶ୍ଚିମବଙ୍ଗ ସରକାର କି ଓଡ଼ିଶା ସରକାର କେହି ବି ଦେଖୁ ନାହାଁନ୍ତି । ଆଉ ସେମାନେ ଓଡ଼ିଶାର ନା ପଶ୍ଚିମବଙ୍ଗର ବାସିନ୍ଦା ସେମାନେ ଜାଣି ନାହାନ୍ତି । ୧୯୮୭ ମସିହା ପର୍ଯ୍ୟନ୍ତ ଓଡ଼ିଶା ସରକାର ଖଜଣା ଦେଉଥିଲେ । ମାତ୍ର ଏବେ ସରକାର ଖଜଣା ନେଉ ନଥିବାରୁ ଆବାସ ଯୋଜନାରେ ଘର ମିଳି ପାରୁନାହିଁ । 
ଏଠାରେ ଓଡ଼ିଆ ପିଲାମାନେ ଓଡ଼ିଆ ପଢ଼ି ଓଡ଼ିଶାରେ ଚାକିରୀ କରିବାରୁ ବଞ୍ଚିତ ହେଉଛନ୍ତି । ଏବେ ଏହି ଗ୍ରାମର ଗ୍ରାମବାସୀ କ୍ଷୋଭର ସହ କହିଛନ୍ତି ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ପଶ୍ଚିମବଙ୍ଗର କିମ୍ବା ଓଡ଼ିଶାର କରାଯାଉ । କିନ୍ତୁ ଏହି ଗ୍ରାମବାସୀମାନେ ଓଡ଼ିଶାର ହେବାକୁ ଚାହୁଁଛନ୍ତି । ଏବେ ଏହି ଗାଁର ଲୋକମାନେ ଓଡ଼ିଶାର ବାସିନ୍ଦା ପ୍ରମାଣ ପତ୍ର ପାଇବାକୁ ଚାହୁଁଛନ୍ତି । ଓଡ଼ିଶା ସରକାର ଏହି ପ୍ରମାଣ ପତ୍ର ଦେଲେ ଗ୍ରାମବାସୀ ଖୁସି ହେବେ ବୋଲି କହିଛନ୍ତି । ଏବେ ଏନେଇ ଓଡ଼ିଶା ରାଜ୍ୟ ସରକାର କହିଛନ୍ତି ଏହି ସମସ୍ୟା ଶୀଘ୍ର ସମାଧାନ ହେବ । ଆଉ ଯେଉଁମାନେ ସ୍ଥାୟୀ ବାସିନ୍ଦା ତାଙ୍କୁ ସୁବିଧା ମିଳିବ ବୋଲି କହିଛନ୍ତି ସରକାର ।

Advertisement