Updated: Aug 31, 2023, 20:56 IST

ଗୋଟିଏ ଝିଅ ପାଇଁ ବଦଳିଗଲା ନିୟମ ଦେଖନ୍ତୁ କଣ ହୋଇଥିଲା

Viral news

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରକ୍ଷାବନ୍ଧନ ଦିନଟିକୁ ଆମ ହିନ୍ଦୁ ଧର୍ମରେ ବହୁତହିଁ ପବିତ୍ର ବିଚାର କରାଯାଇଥାଏ ଏହି ଦିନଟି ସମଗ୍ର ପୃଥିବୀରେ ପବିତ୍ର ଏବଂ ସ୍ନେହର ଦିନ ବୋଲି ମାନ୍ୟତା ରହିଅଛି। ଏହି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଥାଏ।
ଭଉଣୀ ର ଭାଇ ର ମଙ୍ଗଳ କାମନା କରି ରାକ୍ଷୀ ବାନ୍ଧି ଥାଏ ଏବଂ ଭାଇ ମଧ୍ୟ ଭଉଣୀ ର ସୁରକ୍ଷା କରିବା କଥା ଦେଇଥାଏ। ତେବେ ରାକ୍ଷୀ ପୂର୍ଣ୍ଣିମା ଏକ ପବିତ୍ର ପର୍ବ ଅଟେ ଆମ ହିନ୍ଦୁ ଧର୍ମରେ। ତେବେ ବନ୍ଧୁଗଣ ଏହି ରାକ୍ଷୀକୁ ନେଇ ଏକ ସୁନ୍ଦର୍ କାହାଣୀ ଟିଏ ଆସନ୍ତୁ ଜାଣିବା।
Viral news
ବନ୍ଧୁଗଣ ଶ୍ରୀ କ୍ଷେତ୍ରର ଅନେକ ଦୂରରେ ଥିବା ପାଟପୁର ଗ୍ରାମରେ ଗୋଟିଏ କୁନି ଝିଅ ରହୁଥିଲା। ଯାହାର ନାମ ମାଳତୀ। ଯାହାର କୌଣସି ଭାଇ ନାହାନ୍ତି। ଆଉ ମାଳତୀ କାନ୍ଦି କାନ୍ଦି ବାପା ମାଆଙ୍କୁ ତାଙ୍କର ଭାଇ ନାହିଁ ବୋଲି କହିଥିଲେ।
ସେତେବେଳେ ମାଳତିଙ୍କ ବାପା କହିଥିଲେ, ବଡ଼ ଦେଉଳରେ ତୋର ଦୁଇଟି ଭାଇ ବସିଛନ୍ତି। ଏହାପରେ ମାଳତୀ ଦୁଇଟି ରଖି ଧରି ପହଞ୍ଚି ଗଲେ ଅରୁଣ ସ୍ତମ୍ବ ପାଖରେ। ମହାପ୍ରଭୁଙ୍କ ଦିବା ପହଡ଼ ଫିଟିବା ପର୍ଯ୍ୟନ୍ତ ମାଳତୀ ରଖି ଦୁଇଟିକୁ ଧରି ସେମିତି ବସିଛନ୍ତି। 
Viral
ଆଉ ପହଡ଼ ଫୁଟିବା ପରେ ମାଳତୀ ରଖି ନେଇ ମହାପ୍ରଭୁଙ୍କ ପାଖକୁ ଗଲେ। ଆଉ ସେତିକି ବେଳେ ସେବକ ମାନେ ମାଳତିକୁ ଏହିପରି କୌଣସି ପରମ୍ପରା ନାହିଁ ବୋଲି କହି ବାରଣ କରିଥିଲେ। ଏହାପରେ ମାଳତୀ ଆଣିଥିବା ରଖି ସେବକ ମାନେ ଫୋପାଡି ଦେଇଥିଲେ। ଏହାପରେ ଗଜପତି ମହାରାଜାଙ୍କୁ ସ୍ବପ୍ନଦେଶ ହେଲା। ଆଉ ସଙ୍ଗେ ସଙ୍ଗେ ମହାରାଜା ମାଳତୀ ଙ୍କ ଗାଁ ପାଟପୁରରେ ଯାଇ ପହଁଚିଗଲେ। 
ଆଉ ମାଳତୀଙ୍କ ବାପା ମାଆଙ୍କୁ କହିଲେ ମହାପ୍ରଭୁ ମାଳତୀ ବିନା ଏନେଇ ବସିଛନ୍ତି। ମାଳତୀ ପ୍ରଭୁଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଯାଇ ପ୍ରଭୁ ଭୋଜନ କରିବେ। ଏହାଶୁଣି ମାଳତୀ ଆନନ୍ଦିତ ହୋଇଗଲା।
ଆଉ ରାକ୍ଷୀ ଧରି ବଡ଼ ଦେଉଳରେ ପହଞ୍ଚି ମହାପ୍ରଭୁଙ୍କ ହାତରେ ରାକ୍ଷୀ ବାନ୍ଧିଲେ। ବନ୍ଧୁଗଣ ପ୍ରଭୁଙ୍କ ଦରବାର ଭିତରେ ଭକ୍ତ ଯଦି କଷ୍ଟ ପାଏ ତାହାଲେ ପ୍ରଭୁ ମଧ୍ୟ କଷ୍ଟ ପାଆନ୍ତି। ତେବେ ବନ୍ଧୁଗଣ ସେହି ମାଳତୀ ପାଇଁ ଆଜି ପାଟପୁର ଗ୍ରାମ ମାଳତୀ ପାଟପୁର ରେ ପରିଣତ ହେଲା।

Advertisement