Aug 5, 2023, 18:30 IST

ଏବେବି ରାତିରେ ଶୁଭୁଛି ମା ତାରିଣୀଙ୍କ ପାଉଁଜିର ଶବ୍ଦ ଦେଖନ୍ତୁ କେମିତି ମିଳିଲା ପ୍ରମାଣ

Viral

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଓଡ଼ିଶା ରାଜ୍ୟ କେନ୍ଦୁଝର ଜିଲ୍ଲା ଘଟଗାଁ ରେ ଅବସ୍ଥିତ ମା ତାରିଣୀଙ୍କ ଭବ୍ୟ ମନ୍ଦିର। ଏହି ମନ୍ଦିରର ରହସ୍ୟ କଣ। ପୌରାଣିକ ମତ ଅନୁସାରେ ତ୍ରେତୟା ଯୁଗରେ ଯେତେବେଳେ ଭଗବାନ ଶ୍ରୀରାମଚନ୍ଦ୍ର ବନବାସ ଯାଇଥିଲେ। ସେହି ସମୟରେ ମାତା ସୀତାଙ୍କୁ ରାବଣ ଅପହରଣ କରି ନେଇ ଯାଇଥିଲା।
Tarini
ଆଉ ସେହି ସମୟରେ ଭଗବାନ ଶ୍ରୀରାମଚନ୍ଦ୍ର ଦୁର୍ଗତିନାଶିନୀ ମା ଦୁର୍ଗାଙ୍କୁ ଆରାଧନା କରିଥିଲେ। ପୂଜାରେ ସନ୍ତୁଷ୍ଟ ହୋଇ ମାତା ଦୁର୍ଗା ଶୂନ୍ୟବାଣୀ କରିଥିଲେ, ମୁଁ ତୁମ ଆରାଧନାରେ ସନ୍ତୁଷ୍ଟ ହେଲି। ତୁମ ସମ୍ମୁଖରେ ମା ତାରିଣୀଙ୍କ ରୂପରେ ଆବିର୍ଭୂତ ହେବି କିନ୍ତୁ ଯଦି ତୁମେ ମତେ ଦେଖି ଦେବ ତାହାଲେ ମୁଁ ପଥର ହୋଇଯିବି। 
ଏତିକି କହିସାରିବା ପରେ ପ୍ରଭୁ ରାମଚନ୍ଦ୍ର ମାଆଙ୍କୁ ମୁଣ୍ଡିଆ ମାରି ଯେତେବେଳେ ଛିଡା ହୋଉଥାନ୍ତି ସେହି ସମୟରେ ପ୍ରଭୁ ରାମଚନ୍ଦ୍ର ଆଖି ମାତାଙ୍କ ଉପରେ ପଡ଼ିଗଲା ଓ ପ୍ରଭୁ ମାଆଙ୍କୁ ଦର୍ଶନ କରିଦେଲେ। ଆଉ ନିଜର ବଚନ ଅନୁସାରେ ମାତା ପଥର ହୋଇଗଲେ।
Tarini
ଇତିହାସ ଅନୁସାରେ କେନ୍ଦୁଝରର ରାଜା ଥିଲେ ତ୍ରିଲୋଚନ ଭଞ୍ଜ ତାଙ୍କର ପୁତ୍ର ଥିଲେ ଗୋବିନ୍ଦ ଭଞ୍ଜ। ଗୋବିନ୍ଦ ଭଞ୍ଜ ମାତାଙ୍କର ବହୁତ ବଡ଼ ଭକ୍ତ ଥିଲେ ହେଲେ ନିଜର ରାଜ କାର୍ଯ୍ୟରେ ବ୍ୟସ୍ତ ଥିବା କାରଣରୁ ସେ ମାତାଙ୍କୁ ପୁରୀରୁ କେନ୍ଦୁଝର ଆଣି ପାରୁ ନଥିଲେ। ଥରେ ଗୋବିନ୍ଦ ଭଞ୍ଜ ପୁରୀ ଯାଇଥିଲେ। ରାଜା ପୁରୁଷୋତ୍ତମ ଦେବ ତାଙ୍କୁ ବହୁତ ପସନ୍ଦ କରୁଥିଲେ ଓ ତାଙ୍କୁ ଜୟ ଗୋବିନ୍ଦ ଭଞ୍ଜ ମହାରାଜା ଆଖ୍ୟା ଦେଇଥିଲେ। 
ଏହି ସମୟରେ ଗୋବିନ୍ଦ ଭଞ୍ଜ କହିଥିଲେ କି ମତେ ତୁମେ କାଞ୍ଚିରୁ ଆଣିଥିବା ମା ତାରିଣୀଙ୍କୁ କେନ୍ଦୁଝର ନେବାକୁ ଦିଅ। ତେଣୁ ରାଜା ପୁରୁଷୋତ୍ତମ ଦେବ କହିଥିଲେ ତୁମେ ମାତାଙ୍କୁ କେମିତି ନେବ ଏହି ସମୟରେ ରାଜା ଗୋବିନ୍ଦ ଭଞ୍ଜ ରାତି ସାରା ମା ତାରିଣୀଙ୍କୁ ପୂଜା ଅର୍ଚ୍ଚନା କଲେ। ଆଉ ମାଆ ରାଜା ପୁରୁଷୋତ୍ତମ ଦେବଙ୍କୁ ସ୍ୱପ୍ନାଦେଶ ଦେଲେ।
Tarini
କହିଲେ ଶୁଣ ହେ ପୁରୁଷୋତ୍ତମ ଦେବ ଗୋବିନ୍ଦ ହେଉଛି ମୋର ପରମ ଭକ୍ତ ତା ସହିତ ମୁଁ କେନ୍ଦୁଝରକୁ ଯିବି, ତାକୁ ତୁମେ ଅନୁମତି ଦିଅ। ଏହା ପରେ ରାଜା ପୁରୁଷୋତ୍ତମ ରାଜା ଗୋବିନ୍ଦ ଭଞ୍ଜଙ୍କୁ ଅନୁମତି ଦେଇଥିଲେ। ମାଆଙ୍କୁ କିପରି ଭାବେ ନେବେ ବୋଲି ଭାବି ଭାବି ଶେଷରେ ମାଆଙ୍କୁ ଧ୍ୟାନ କଲେ ଆଉ ତାଙ୍କୁ ମାତା ଶୂନ୍ୟବାଣୀ ଦେଲେ। 
ମୁଁ ଯେଉଁଭଳି ଘୋଡା ଚଢି କାଞ୍ଚିରୁ ପୁରୀ ଆସିଥିଲି ସେହିପରି ଘୋଡ଼ାରେ ଚଢି ଚଢି ତୋ ପଛେ ପଛେ ଯିବି ଆଉ ଘୋଡା ଚାଲିଲେ ମୋର ପାଉଁଜି ଶବ୍ଦ ଶୁଭିବ ତେଣୁ ତୁ ଜାଣିବୁ ଯେ ମୁଁ ତୋ ପଛେ ପଛେ ଆସୁଛି।ଏତିକି ଶୁଣି ରାଜା ବାହାରିଲେ ଓ ମାଆ ଆସୁଥାନ୍ତି ହେଲେ କେନ୍ଦୁଝର ମଧ୍ୟ ସ୍ଥଳରେ ମାତାଙ୍କ ପାଉଁଜି ଶବ୍ଦ ରାଜାଙ୍କୁ ଶୁଭିଲା ନାହିଁ ଓ ଗୋବିନ୍ଦଙ୍କ ଘୋଡା ଆଉ ଆଗକୁ ଗଲା ନାହିଁ।
ରାଜା ପଛକୁ ବୁଲି ଦେଖିଲେ ଆଉ କରୁଣାମୟୀ ମା ସେହି ସ୍ଥାନରେ ପଥର ରୂପ ନେଇଗଲେ। ଆଉ ପୁଣି ଶୂନ୍ୟବାଣୀ ହେଲା ଓ ମାଆ କହିଲେ , ମୁଁ ଏଠାରେ ହିଁ ପୂଜା ପାଇବି, ସେହିଦିନ ଠାରୁ ମାଆ ଏହି ଶାଳବଣରେ, ଘଟଗାଁରେ ପୂଜା ପାଇ ଆସୁଛନ୍ତି।

Advertisement