Nov 29, 2023, 11:45 IST

ଟନେଲ୍ ରୁ ବାହାରିଲା ବେଳେ ଜୟ ଜଗନ୍ନାଥ ଧ୍ଵନି ରେ କମ୍ପିଲା ଅଞ୍ଚଳ : ସମସ୍ତ ୪୧ ଜଣ ଶ୍ରମିକ ସୁସ୍ଥ..

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଉତ୍ତରାଖଣ୍ଡ ର ଟନେଲ ଘଟଣାକୁ ୧୭ ଦିନ ବିତି ସାରିଥିଲା। ଜାତୀୟ ବିପର୍ଯ୍ୟୟ ପରିଚାଳନା ଅଧିକାରୀ ତାଙ୍କୁ ଉଦ୍ଧାର କରି ସାରିଛନ୍ତି।
Special Report
ଦୀର୍ଘ ସମୟ ଧରି ଚାଲିଥିବା ଏହି ପ୍ରୟାସ ଏବେ ଶେଷ ହୋଇ ଯାଇଛି। ଏବେ ୪୧ ଜଣ ଶ୍ରମିକ ମଧ୍ୟ ସଂପୂର୍ଣ୍ଣ ସୁରକ୍ଷିତ ଭାବରେ ସେହି ଟନେଲ ମଧ୍ୟରୁ ଉଦ୍ଧାର କରାଯାଇଛି। ଏବେ ସେମାନେ ସୁସ୍ଥ ମଧ୍ଯ ଅଛନ୍ତି।
ଖୁବ୍ ଚେଷ୍ଟା ଓ ପ୍ରଚେଷ୍ଟା ପରେ ହିଁ ସେମାନଙ୍କୁ ଉଦ୍ଧାର କରାଯାଇଛି। ଉତ୍ତରାଖଣ୍ଡ ର ଉତରକାସି ର ଏହି ଟନେଲ ଅଘଟଣ ଖୁବ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ସାରା ଦେଶ ନୁହେଁ ବରଂ ସାରା ବିଶ୍ବରେ ମଧ୍ୟ ଏହାକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଥିଲା।
ବିଭିନ୍ନ ପ୍ରକାରର ପ୍ରକ୍ରିୟାରେ ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରାଯାଇ ଥିଲା। ମାତ୍ର ରାଟ ହୋଲ ଟେକ୍ନୋଲୋଜି ମାଧ୍ୟମରେ ହିଁ ତାଙ୍କୁ ଉଦ୍ଧାର କରାଯାଇ ଥିଲା।
Special report
ଏହା ମଧ୍ଯ ଦେଖାଯାଇ ଥିଲା କି ଯେତେବେଳେ ମାଟି ଖୋଳା ଯାଇଥିଲା ସେତେବେଳେ ମଧ୍ୟ ସେତିକି ମାଟି ଉପରୁ ଖସି ଥିଲା। ଏହାପରେ ଏହା ଖୁବ ସଙ୍ଗୀନ ହୋଇ ଯାଇଥିଲା। ଆଉ ଏହାପରେ ଏହି ରାଟ ହୋଲ ଟେକ୍ନୋଲୋଜି କୁ ଆପଣା ଯାଇଥିଲା।
ଯାହା ମାଧ୍ୟମରେ କି ଜଣେ ଶ୍ରମିକ ହିଁ ଗୋଟେ ଗାତ ମାଧ୍ୟମରେ ଭିତରକୁ ପ୍ରବେଶ କରି ପାରିବ। ଆଉ ଏଭଳି ଉପାୟ ମାଧ୍ୟମରେ ହିଁ ବର୍ତ୍ତମାନ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇଛି।
ଏହି ଉଦ୍ଧାର କାର୍ଯ୍ୟ ଉପରେ ସାରା ଦେଶବାସୀ ଙ୍କ ହିଁ ନଜର ଥିଲା। ଆଉ ଏହି ଉଦ୍ଧାର କାର୍ଯ୍ୟ କେତେବେଳେ ସମାପ୍ତ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଥିଲା। ଏହାପରେ ଏହି ଉଦ୍ଧାର କାର୍ଯ୍ୟ ସମାପ୍ତ ହୋଇଥିଲା।
ଏବଂ ୪୧ ଜଣ ଶ୍ରମିକଙ୍କୁ ମେଡିକାଲ କୁ ମଧ୍ୟ ଆମ୍ବୁଲାନ୍ସ ଯୋଗେ ତାଙ୍କର ସ୍ବାସ୍ଥ୍ୟବସ୍ଥା ପରୀକ୍ଷା ପାଇଁ ନିଆ ଯାଇଥିଲା। ଆଉ ଏହାକୁ ନେଇ ସାରା ଦେଶବାସୀ ମଧ୍ୟ ଖୁବ୍ ଖୁସୀ ମଧ୍ୟ ଅଛନ୍ତି।

Advertisement