ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର, ଅନେକ ଦେଶ ବିଦେଶର ଏବଂ ଅନେକ ଅଞ୍ଚଳର ଖବର ପାଇପାରିବେ । ସୋସିଆଲ ମିଡ଼ିଆରେ ଆପଣମାନେ ଅନେକ ଦେବଦେବୀଙ୍କର ମହିମା ବିଷୟରେ ଜାଣିବାକୁ ପାଉଥିବେ ।
![Special Report](https://news38times.com/static/c1e/client/93724/uploaded/d9ca0044368661bf8dcd1656d3eb2fa1.jpg)
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ମହାଦେବଙ୍କ ମହିମା ଦେଖିବାକୁ ପାଇବେ । ଆଉ ଏହି ଭିଡିଓ ମାଧ୍ୟମରେ ଏକ ଆଶ୍ଚର୍ଯ୍ୟ ଜିନିଷ ଦେଖିପାରିବେ । ଏହି ଖବର ଯେ କେହିବି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ।
ଆପଣମାନେ ତ ଏଭଳି ଅଲୌକିକ ଘଟଣା ବିଷୟରେ ଆଗରୁ ଶୁଣିଥିବେ । କିନ୍ତୁ ଏହା ଏବେ ଘଟିଛି । ମହାଦେବଙ୍କ ମନ୍ଦିରରେ ବୃଷଭ ସବୁବେଳେ ଆଗରେ ଥାଆନ୍ତି । ଲୋକମାନେ ବୃଷଭଙ୍କୁ ପ୍ରଥମେ ଦର୍ଶନ କରି ମହାଦେବଙ୍କୁ ଦର୍ଶନ କରିଥାନ୍ତି ।
![Special Report](https://news38times.com/static/c1e/client/93724/uploaded/25948398d399c7f572d10e86167700e4.jpg)
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ କି ମହାଦେବଙ୍କ ମନ୍ଦିରରେ ବୃଷଭ ପିଉଛନ୍ତି ପାଣି । ଏହି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ । କେନ୍ଦ୍ରାପଡ଼ା ଜିଲ୍ଲାର ତରାଣ୍ଡୋ ଗ୍ରାମର ଇଶାନେଶ୍ୱର ମହାଦେବ ମନ୍ଦିରରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି ।
ଏହି ବୃଷଭ ମୁଗୁନି ପଥରରେ ନିର୍ମିତ ହୋଇଛି । ଏଭଳି ଚମତ୍କାର ଏବେ ଦେଖିବାକୁ ମିଳୁଛି । ସେହି ତରାଣ୍ଡୋ ଗ୍ରାମର ପ୍ରତାପ ଜେନା ନାମକ ଜଣେ ଶ୍ରଦ୍ଧାଳୁ ତାଙ୍କର ମାନସିକ ମୁତାବକ ମହାଦେବ ମନ୍ଦିରରେ ଗୋଟିଏ ମୁଗୁନି ପଥରରେ ନିର୍ମିତ ବୃଷଭ ଦାନ ଦେଇଥିଲେ ।
![Special Report](https://news38times.com/static/c1e/client/93724/uploaded/8e073cd3f11660a487822c3eccb9ed8d.jpg)
ମନ୍ଦିରର ପୂଜକ ଯଥାବିଧି ଅନୁସାରେ ପୂଜାପାଠ କରି ବୃଷଭଙ୍କୁ ସ୍ଥାପନ କରିଥିଲେ । ସେହି ସମୟରେ କେହି ଜଣେ ସମ୍ପର୍କୀୟ ପୂଜାରୀଙ୍କୁ କଲ୍ କରିଥିଲେ । ଆଉ ସେହି ସମ୍ପର୍କୀୟ ଜଣକ କହିଥିଲେ ବୃଷଭଙ୍କୁ ପାଣି ଦେଲେ ସେ ପିଉଛନ୍ତି ।
ଆଉ ଏହି କଥା ଶୁଣିବା ପରେ ପୂଜାରୀ ଜଣକ କୌତୁହଳ ହୋଇ ପଡ଼ିଥିଲେ । ସେ ସଂଗେସଂଗେ ଚାମଚ ସାହାଯ୍ୟରେ ବୃଷଭଙ୍କ ପାଖକୁ ପାଣି ନେଇ ଦେଲେ । ଆଉ ଦେଖିବାକୁ ମିଳିଲା ଯେ ବୃଷଭ ପାଣି ପିଇଲେ । ଏହି ଦୃଶ୍ୟ ଏବେ କ୍ୟାମେରାରେ ରେକର୍ଡ କରାଯାଇଛି ।
ଆଉ ଏହି ଦୃଶ୍ୟ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ପୂଜାରୀ ଜଣକ ଲୋଟାରେ ପାଣି ଆଣି ଚାମଚ ସାହାଯ୍ୟରେ ବୃଷଭଙ୍କୁ ପାଣି ପିଆଇଲେ । ଏହି ଖବର ପ୍ରଘଟ ହେବା ପରେ ମନ୍ଦିରରେ ଭକ୍ତଙ୍କ ଭିଡ ଲାଗି ଯାଇଥିଲା । ଏହାକୁ କିଛି ଲୋକ ମହାଦେବଙ୍କ ମହିମା ବୋଲି କହିଛନ୍ତି । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।