Sep 11, 2023, 19:10 IST

ଶ୍ରୀ ମନ୍ଦିରରେ ୨୦ ପାହାଚ ନା ୨୨ ପାହାଚ ଦେଖନ୍ତୁ କଣ ରହିଛି ରହସ୍ୟ ଜାଣି ରଖନ୍ତୁ ଏହାର ସଠିକ ତଥ୍ୟ

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ତ ଚାରି ଧାମ ଭିତରୁ ପୁରୀ ଧାମକୁ ନେଇ ଆସୁଥିବା ଖବର ସବୁ ଜାଣିଥିବେ । ପୁରୀ ଧାମରେ ପ୍ରଭୁ ଜଗନ୍ନାଥ ବିରାଜମାନ କରିଛନ୍ତି । ଯିଏ ହେଉଛନ୍ତି ଆମ କୋଟି କୋଟି ଓଡ଼ିଆ ମାନଙ୍କର ଆରାଧ୍ୟ ଦେବତା । ତାଙ୍କୁ ଲୋକମାନେ ବହୁତ ବିଶ୍ବାସ କରିଥାନ୍ତି । 
ଲୋକମାନେ ମାନସିକ ରଖି ସେଠାକୁ ଯାଇଥାନ୍ତି । ନିଜର ମାନସିକ ପୂରଣ କରିଥାନ୍ତି । ଲୋକମାନେ ସେଠାକୁ ଯାଇ ଖୁସି ହୋଇଥାନ୍ତି । ଏବେ ଏହି ପୁରୀ ଶ୍ରୀମନ୍ଦିରକୁ ନେଇ କିଛି ଖବର ଆସିଛି । ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ।
Special report
ଲୋକମାନେ ସମସ୍ତେ ତ ଏହି କଥା ଜାଣିଥିବେ ସିଂହଦ୍ଵାରରେ ୨୨ ପାହାଚ ଅଛି । ଆଉ ଏହି ବାଇଶି ପାହାଚକୁ ନେଇ ମଧ୍ୟ ଅନେକ କଥା ଆସିଥାଏ । ଲୋକମାନେ ସବୁ ଏହି ପାହାଚରେ ମାନସିକ ଠିକ୍ ଗଡିଥାନ୍ତି । 
ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସିଂହଦ୍ଵାର ଠାରୁ ପୂର୍ବ ବେଢ଼ା ଆରମ୍ଭ ପର୍ଯ୍ୟନ୍ତ ପାହାଚ ଶ୍ରେଣୀକୁ ବାଇଶି ପାହାଚ କୁହାଯାଏ । ଏହି ପାହାଚ ବଉଳା ମାଳା ଆଉ ମଙ୍କଡା ପଥରରେ ତିଆରି ହୋଇଛି । ଏହି ବାଇଶି ପାହାଚ ନିର୍ମାଣ ସମ୍ପର୍କରେ କିମ୍ବଦନ୍ତୀ ରହିଛି ।
Special report
ଜଣେ ରାଜା ଭାନୁଦେବ ଜମ୍ବେଶ୍ଵର ନିଃ ସନ୍ତାନ ଥିଲେ । ଆଉ ସେ ଯଜ୍ଞ କରି ନିଜ ସନ୍ତାନ ପାଇଥିଲେ । ତାଙ୍କ ସନ୍ତାନର ଜାତକ ଦେଖି ସେ ଜାଣିଥିଲେ ତାଙ୍କ ଆୟୁଷ ବିଷୟରେ । ସେ ତାଙ୍କ ସନ୍ତାନକୁ ଏହି ବାଇଶି ପାହାଚରେ ଗଡ଼ାଇ ଦେଇଥିଲେ । ଆଉ ଏହାର ରହସ୍ୟ ବି ଅଛି ।
ସେହି ଦିନ ଠାରୁ ଏହି ବାଇଶି ପାହାଚରେ ସମସ୍ତ ଶ୍ରଦ୍ଧାଳୁ ଗଡିଥାନ୍ତି । ଏହି ବାଇଶି ପାହାଚ ପରିବର୍ତ୍ତେ ସେଠାରେ କୋଡ଼ିଏ ଟି ପାହାଚ ରହିଛି । ପାହାଚର ଓସାର ୬ ଫୁଟ ଆଉ ଲମ୍ବରୁ ୭୦ ଫୁଟ ଅଟେ । ଏହା ଆନନ୍ଦ ବଜାରରେ ମଧ୍ୟ ପ୍ରବେଶ କରିଛି ।
ଏହାର ବାଇଶି ପାହାଚର ନାମ ହେଉଛି,ତୀବ୍ରା, କୁମୁଦବତୀ, ମାନ୍ଦା, ଛନ୍ଦୋବତୀ, ଦୟାବତୀ, ରଞ୍ଜନୀ, ରାତୀକା, ରୌଦ୍ରା, କ୍ରୋଧା, ବଦ୍ରିକା, ପ୍ରସାରିଣୀ, ବ୍ରତୀ, ମାର୍ଜନୀ, କ୍ଷାତି, ରକ୍ତା, ସାନ୍ଦୀପନି, ଆଜାପନୀ, ମଦନ୍ତୀ, ରୋହିଣୀ, ରମ୍ୟା, ଉଗ୍ରା, କ୍ଷୋଭିନ ।

Advertisement