ନମସ୍କାର ପାଠକ ବନ୍ଧୁ।ଲୋକ ମାନଙ୍କ କାର୍ଯ୍ୟ କଳାପ ଯୋଗୁ ଏବେ ସମାଜ କୁ ଅନେକ ନିନ୍ଦା କରା ଯାଉଚି।ଲୋକ ମାନେ ଏପରି କାମ କରୁଛନ୍ତି ଯେ ଭଗବାନ ଙ୍କୁ ମଧ୍ୟ ଛାଡୁ ନାହାନ୍ତି।ନିଜ କାର୍ଯ୍ୟ କଳାପ ରେ ମା ଙ୍କୁ ସାମିଲ କରୁଛନ୍ତି।କିଛି ଲୋକ ଭଗବାନ ଙ୍କ ନାମ ନେଇ ପଇସା ଆଦାୟ କରୁଥିବା ବେଳେ କିଛି ଲୋକ

ସୋସିଆଲ ମିଡିଆରେ ରେ ଭଗବାନ ଙ୍କ ଫଟୋ ରଖି ଖରାପ ଖରାପ କାମ କରୁଛନ୍ତି।ଏଭଳି ଘଟଣା ଦେଖିବାକୁ ମିଳିଛି କାକଟପୁର ରେ ଥିବା ମା ମଙ୍ଗଳା ମନ୍ଦିର ରେ।ଏଠାରେ କେହି ଜଣେ ବ୍ୟକ୍ତି ମା ଙ୍କ ଫଟୋ କୁ ସୋସିଆଲ ଆକାଉଣ୍ଟ ପ୍ରୋଫାଇଲ୍ ଫଟୋ ରଖିଛି।
ଓ ମା ମଙ୍ଗଳା ନାମ ମଧ୍ୟ ଦେଇଚି।ଏମାନେ ମା ଙ୍କ ନାମ ନେଇ ସୋସିଆଲ ମିଡିଆରେ ରେ ବିଜନେସ କରୁଛନ୍ତି।ଝିଅ ମାନଂକ ଉଲଗ୍ନ ଫଟୋ ଏହି ଆକାଉଣ୍ଟ ରେ ପୋଷ୍ଟ କରା ଯାଉଛି।ଗୋଟିଏ କି ଦୁଇଟି ନୁହେଁ ଏପରି ଅନେକ ଫଟୋ ଏହି ଆକାଉଣ୍ଟ ରେ ରହିଛି।
କେବଳ ଲାଇକ ଫଲୋଅର୍ସ ପାଇଁ ମା ଙ୍କ ନାମକୁ ବଦନାମ କରିବାକୁ ପଛାଉ ନାହାନ୍ତି।ଫେସ୍ ବୁକ୍ ରେ ମା ଙ୍କ ର ଦୈନିକ ବେଶ ର ଫଟୋ ସହ ମହିଳା ମାନଙ୍କ ର ଉଲଗ୍ନ ଫଟୋ ମଧ୍ୟ ଅପଲୋଡ଼ କରା ଯାଇଛି।ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ବର୍ତ୍ତମାନ ଏହା କାକଟପୁର ଅଞ୍ଚଳ ରେ ଏକ ପ୍ରକାର ଜଟିଳ ପରିସ୍ଥିତି ସୃଷ୍ଟି କରିଛି।ଏହାକୁ ନେଇ କାହିଁକି ଏ ଯାଏଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇ ନାହିଁ ବୋଲି ସମସ୍ତ ଙ୍କ ମନ ରେ ପ୍ରଶ୍ନ ରହିଛି।ଏହି କାର୍ଯ୍ୟ କୁ ନେଇ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି।ଏ ନେଇ ମନ୍ଦିର ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ।
ଯାହାକୁ ନେଇ ସମସ୍ତେ ସନ୍ଦେହ କରୁଛନ୍ତି।ସେବାୟତ ମାନେ ଏହି ଘଟଣା କୁ ନେଇ ମୁଁହ ଖୋଲିଛନ୍ତି।ସେମାନେ କହିଛନ୍ତି କି ମା ହେଉଛନ୍ତି ଆମର ଆରାଧ୍ୟ ଦେବତା।ତାଙ୍କ ପ୍ରତି ଏପରି କରିବା ଠିକ୍ ନୁହେଁ।ଯିଏ ଏପରି କରିଛି ତାକୁ କଠିନ ରୁ କଠିନ ଦଣ୍ଡ ଦେବା ଆବଶ୍ୟକ।
ଏ ବିଷୟ ରେ ଗଣ ମାଧ୍ୟମ ପ୍ରତିନିଧି ମାନେ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ନିକଟ କୁ ଯାଇଥିଲେ।ସେ ଏହାର କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ।ଖୁବ୍ ଶୀଘ୍ର ଏହାର ସମାଧାନ ହେବ ବୋଲି ସେ କହିଥିଲେ।
ଓଡ଼ିଶା ବାସୀ ମା ଙ୍କୁ ବହୁତ ଭଲ ପାଆନ୍ତି।ମା ଙ୍କ ପ୍ରତି ଏଭଳି କରିଥିବା ବ୍ୟକ୍ତି ଙ୍କୁ ଦଣ୍ଡ ଦିଆ ଯାଉ ବୋଲି ସେମାନେ ଦାବି କରିଛନ୍ତି।ପୋଲିସ ଏହାକୁ ନେଇ ତଦନ୍ତ କରିବା ଆରମ୍ଭ କରିଛି।