Updated: Jan 10, 2024, 19:07 IST

ସାମ୍ନାକୁ ଆସିଲା ବହୁତ୍ ବଡ ଦୁଃଖ ଖବର ଦେଖନ୍ତୁ ଅଚାନକ ଭାବେ ମୃତ୍ୟୁ ବରଣ କଲେ ଆପଣଙ୍କ ଲୋକପ୍ରିୟ କଳାକାର

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଆପଣମାନେ ଓଲିଉଡ, ବଲିଉଡ୍ ଜଗତକୁ ନେଇ ଏନେକ ପ୍ରକାର ଖବର ଜାଣିବାକୁ ପାଇଥାନ୍ତି। ତେବେ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି, ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିବା ସଙ୍ଗୀତଜ୍ଞ ତଥା ଶାସ୍ତ୍ରୀୟ ସଙ୍ଗୀତର ଓସ୍ତାଁଦ ରସିଦ ଖାନଙ୍କ କୋଲକାତାର ଏକ ହସ୍ପିଟାଲରେ ପରଲୋକ ଘଟିଛି।
Special Report
ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ଏହି ସୁନାମଧନ୍ୟ ବ୍ୟକ୍ତିଙ୍କର ମୃତ୍ୟୁ ବେଳକୁ ୫୫ ବର୍ଷ ହୋଇଥିଲା। ପ୍ରଶଂସକମାନେ ଶେଷ ଦର୍ଶନ କରିବା ପାଇଁ ପ୍ରାର୍ଥୀବ ଶରୀରକୁ କୋଲକାତାର ପିସ୍ ହେଭେନକୁ ପଠାଯିବ। ଜାନୁଆରୀ ୧୦ ତାରିଖରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। 
କର୍କଟ ରୋଗରେ ପୀଡ଼ିତ ହୋଇ ସେ ଦୀର୍ଘ ଦିନ ଧରି କୋଲକାତାର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ସୂଚନା ଅନୁଯାୟୀ, ଗତବର୍ଷ ସେରିବ୍ରାଲ ଆଟାକ୍ ହେବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରେ ଲାଗିଥିଲା।
Special Report
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମବେଦନା ଜଣାଇବା ଜାନୁଆରୀ ୧୦ ଉସ୍ତାଦ ରସିଦ ଖାନଙ୍କ ଅନ୍ତିମ ସଂସ୍କାରରେ ତାଙ୍କୁ ତୋପ ସଲାମି ଦିଆଯିବ ବୋଲି ଘୋଷଣା କରିଛନ୍ତି। 
ସେ କହିଛନ୍ତି ଯେ ଖାନ୍ ଆମ ସମୟର ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଅନ୍ୟତମ ଶ୍ରେଷ୍ଠ ପ୍ରତିପାଦକ ଥିଲେ ଏବଂ ବଙ୍ଗଳାକୁ ନିଜର ଘର କରି ଲୋକଙ୍କୁ ଗର୍ବିତ କରାଇଥିଲେ।
Special Report
ସେ ଏବଂ ସୋମା, ତାଙ୍କ ପତ୍ନୀ, ପୁଅ ଅରମାନ ଏବଂ ପୂରା ପରିବାର ଆମର ନିକଟତର ଥିଲେ ଏବଂ ଆମକୁ ଜୀବନର ଶେଷ ଯାତ୍ରାରେ ସେମାନଙ୍କ ପାଖରେ ରହିବାକୁ ଅନୁମତି ଦେଇଥିଲେ ବୋଲି ମମତା ବାନାର୍ଜୀ କହିଛନ୍ତି। କୋଲକାତାର ରବୀନ୍ଦ୍ର ସଦନରେ ଉସ୍ତାଦ ରସିଦ ଖାନଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ ପାଇଁ ରଖାଯିବ।
ତେବେ ବନ୍ଧୁଗଣ ଉସ୍ତାଦ୍ ରସିଦ୍ ଖାନ୍ ଶାହିଦ କପୁର ଏବଂ କରୀନା କପୁର ଖାନଙ୍କ ଫିଲ୍ମ ‘ଜବ୍ ଉଇ ମେଟ୍’ ପାଇଁ ‘ଆଓଗେ ଜବ୍ ତୁମ୍’ ଗାଇଥିଲେ, ଯାହାକି ବେଶ୍ ଲୋକପ୍ରିୟ ହୋଇଥିଲା।
ଏହା ବ୍ୟତୀତ ସେ ‘ମାଇଁ ନେମ ଇଜ୍ ଖାନ୍’, ‘ରାଜ୍’ ‘,’ ମଣ୍ଟୋ ‘ଏବଂ ‘ଶାଦି ମେନ୍ ଜରୁର ଆନା ‘ଭଳି ଚଳଚ୍ଚିତ୍ରରେ ନିଜ ସ୍ବରର ଯାଦୁ ଦେଖାଇଥିଲେ। ଶାସ୍ତ୍ରୀୟ ସଙ୍ଗୀତ ପାଇଁ ଖ୍ୟାତି ଅର୍ଜନ କରିଥିବା ରସିଦ ଖାନଙ୍କୁ ଅନେକ ବଡ଼ ବଡ଼ ପୁରସ୍କାର ଦିଆଯାଇ ସମ୍ମାନିତ କରାଯାଇଥିଲା।

Advertisement