ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମନ୍ଦିର ପରି ପବିତ୍ର ସ୍ଥାନରେ କୁକୁର କାହିଁକି ପୂଜା ପାଉଛି ଆସନ୍ତୁ ଜାଣିବା। ତେବେ ପୂର୍ବ କାଳରେ କୁକୁରକୁ ଲୋକମାନେ ଅଛୁଆଁ ବୋଲି ମାନୁଥିଲେ। ଭୁଲରେ କୁକୁର ଯଦି ଘରକୁ ପଶିଆସେ। ତାହାଲେ ଏହା ଅଶୁଭ ବୋଲି ମାନି ଘରକୁ ଲୋକେ ଲିପାପୋଛା କରୁଥିଲେ।

କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆଛୁଆଁ ମାନୁଥିବା ଏହି କୁକୁର ଶ୍ରୀ ମନ୍ଦିରରେ ପୂଜା ପାଉଛି। ତେବେ ଯଦି ଆପଣ କେବେ ଶ୍ରୀ ମନ୍ଦିର ଯାଇଥିବେ ତାହାଲେ ଦେଖିବାକୁ ପାଇଥିବେ ଯେ ମନ୍ଦିରର ଦକ୍ଷିଣ ପକ୍ଷରେ ମୁକ୍ତି ମଣ୍ଡପ ପଛରେ ଏକ କୁକୁର ମୂର୍ତି ପୂଜା ପାଉଛି।
ଯାହା ଦୀର୍ଘ ବର୍ଷ ହେବ ସେଠାରେ ପୂଜା ପାଇ ଆସୁଛି। ତେବେ ଏହା ପଛର କାରଣ ହେଉଛି ଯେତେବେଳେ ପୁରୀ ମନ୍ଦିର ପ୍ରଥମ ଥର ପାଇଁ ପ୍ରତିଷ୍ଠା ହେବାକୁ ଯାଉଥିଲା ସେତେବେଳେ ବ୍ରହ୍ମଦେବ ମନ୍ଦିରର ପ୍ରତିଷ୍ଠା ପାଇଁ ଆସିଥାନ୍ତି ଆଉ ସେହି ମୁକ୍ତି ମଣ୍ଡପ ଉପରେ ବସିଥାନ୍ତି।

ବ୍ରହ୍ମଦେବଙ୍କ ସହ ଅନେକ ମହାନ ଋଷି ମଧ୍ୟ ବସି ବେଦ ପାଠ କରୁଥାନ୍ତି। ଆଉ ଠିକ ଏତିକି ବେଳେ ବାହାରୁ କୁକୁର ଭୁକିବାର ଶବ୍ଦ ଶୁଣାଗଲା। କୁକୁର ଭୁକିବା କାରଣରୁ ବେଦ ପାଠ ପଢିବାରେ ବାଧା ସୃଷ୍ଟି ହେଲା।
ଯାହା ପରେ ବ୍ରହ୍ମଦେବ ଯାଇ ସେହି କୁକୁର କୁ କହିଲେ ଯେ ଆଜି ହେଉଛି ସବୁଠାରୁ ପବିତ୍ରଦିନ। ଆଜିପରି ଦିନରେ ମହାପ୍ରଭୁଙ୍କ ମନ୍ଦିର ପ୍ରତିଷ୍ଠା ହେଉଛି। ତୁମେ କାହିଁକି ଭୁକି ଭୁକି ବାଧା ସୃଷ୍ଟି କରୁଛ। ତାପରେ କୁକୁର କହିଥିଲା ଯେ ମତେ କ୍ଷମା କରନ୍ତୁ ବ୍ରହ୍ମଦେବ।

କିନ୍ତୁ ଆଜି ପରି ଦିନରେ ସବୁ ଋଷି,ମୁନି ଏବଂ ଦେବତା ଆସି ପ୍ରଭୁଙ୍କର ସେବା କରିଛନ୍ତି। ମୁଁ ମଧ୍ୟ ସେବା କରିବାକୁ ଚାହୁଁଛି। ମତେ ବି ଭଗବାନଙ୍କ ସେବା କରିବାର ସୁଯୋଗ ଦିଅନ୍ତୁ। ତେବେ ଏହା ଶୁଣି ବ୍ରହ୍ମଦେବ କହିଥିଲେ ଯେ ଠିକ ଅଛି ତୁମେ ସର୍ବଦା ମନ୍ଦିରର ଦକ୍ଷିଣ ଦିଗରେ ଜଗି ରହିବ।
ଏବଂ ଆଉ ରୋଷେଇ ଶାଳକୁ ଜଗିବ। ଯଦି କେବେ କିଛି ଅଘଟଣ ଦେଖାଯାଏ ତେବେ ତୁମେ ହଠାତ ଆବିର୍ଭାବ ହେବ ଏବଂ ସମସ୍ତଙ୍କୁ ଦେଖାଦେବ। ଆଉ ସେହିଦିନ ପ୍ରଭୁଙ୍କୁ ଭୋଗ ଲାଗିବ ନାହିଁ।
ସେ ଯେତେ ପରିମାଣର ଭୋଗ ଆସିଥାଉ ନା କାହିଁକି ସବୁ ଖତରେ ଯିବ। ତାକୁ କେହି ଖାଇବେ ନାହିଁ। ଆଉ ସେଦିନ ପ୍ରଭୁ ଦର୍ଶନ ଦେବେ ନାହିଁ। ଆଉ ସେହିଦିନ ଠାରୁ କୁକୁରଟି ମନ୍ଦିରରେ ପୁଜା ପାଉଛି ଆଉ ଦକ୍ଷିଣ ଦିଗରେ ପହରା ଦେଉଛି।