Jan 22, 2024, 17:54 IST

ପ୍ରାଣ ପ୍ରତିଷ୍ଠା ଆଗରୁ କାହିଁକି ବନ୍ଧାଯାଏ ଆଖିରେ ପଟି ସତ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ କିଛି ଖବର ଆସିଛି ମୂର୍ତ୍ତିକୁ ନେଇ ।
Special report
ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମୂର୍ତ୍ତି ସବୁର ଆଖି କାହିଁକି ବନ୍ଧା ହୋଇଥାଏ ? ଆପଣମାନେ ଜାଣିଛନ୍ତି କି କାହିଁକି । ଏବେ ଏହି ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏହାକୁ ନେଇ କଣ କୁହେ ଜ୍ୟୋତିଷ ଶାସ୍ତ୍ର । 
ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଆଖି ଖୋଲିଲେ ଘଟିଥାଏ କି ଅଘଟଣ ? ଆଜି ଅଯୋଧ୍ୟାରେ ହୋଇଥିବା ରାମ ମନ୍ଦିରରେ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ଏହାକୁ ନେଇ ସାରା ଦେଶରେ ଉତ୍ସବ ପାଳନ ହେଉଛି ।
Special report
ସାରା ଦେଶ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ନେଇ ପର୍ବ ପାଳନ କରୁଛନ୍ତି । ସାରା ଦେଶରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଦେଶର ପ୍ରତିଟି କୋଣରୁ ଜୟ ଶ୍ରୀରାମ ଧ୍ଵନି ଶୁଭୁଛି । ପ୍ରତିଟି କୋଣରୁ ଭକ୍ତି ଭାବ ଦେଖିବାକୁ ମିଳୁଛି । 
ଦୀର୍ଘ ୫୦୦ ବର୍ଷ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଯାଇ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା କରାଯାଉଛି । ପ୍ରାଣ ପ୍ରତିଷ୍ଠା ସମୟରେ ସବୁ କାର୍ଯ୍ୟ ବିଧି ବିଧାନରେ କରାଯାଇଥାଏ । ଏହା ବ୍ୟତୀତ ମୂର୍ତ୍ତି ପୂଜା ପୂର୍ବରୁ ଏଠାରେ ପ୍ରାଣ ପ୍ରତିଷ୍ଠା କରାଯାଏ । ଏହା ପୂର୍ବରୁ ମୂର୍ତ୍ତିର ଆଖିରେ ଏକ ବସ୍ତ୍ର ବନ୍ଧା ଯାଇଥାଏ ।
ପ୍ରଭୁ ରାମ ଲାଲାଙ୍କ ଆଖିରେ ସେହିଭଳି ହଳଦିଆ ରଙ୍ଗର ବସ୍ତ୍ର ବନ୍ଧା ଯାଇଛି । ଏହି ବସ୍ତ୍ର ବନ୍ଧାଯିବାର କାରଣ କଣ ? ପ୍ରାଣ ପ୍ରତିଷ୍ଠା ସମୟରେ ମୂର୍ତ୍ତିର ଆଖିରେ ବସ୍ତ୍ର ବାନ୍ଧିବା ନିତ୍ୟାନ୍ତ ଆବଶ୍ୟକ ଅଟେ । ଏହି ସମୟରେ ପଣ୍ଡିତଙ୍କ ଦ୍ଵାରା ଶକ୍ତିଶାଳୀ ମନ୍ତ୍ର ଉଚ୍ଚାରଣ କରାଯାଇଥାଏ । 
ପ୍ରାଣ ପ୍ରତିଷ୍ଠା ସମୟରେ ମୂର୍ତ୍ତିର ଏକ ଅଧିବାସ କରାଯାଇଥାଏ ଯାହାଦ୍ଵାରା ମୂର୍ତ୍ତିରେ ଏକ ଉଜ୍ବଳ ପୁଞ୍ଜ ସ୍ଥାପିତ ହୋଇଥାଏ । ସେଥିପାଇଁ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ବିଗ୍ରହଙ୍କ ଆଖିରେ କପଡା ବନ୍ଧା ଯାଇଥାଏ । ବିଗ୍ରହରେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଆଖିରେ କପଡ଼ା ବାନ୍ଧିବାର ନିୟମ ରହିଛି ।
ପରେ ଦର୍ପଣ ସାମ୍ନାରେ ରଖି ସେହି ବସ୍ତ୍ର ଖୋଲା ଯାଇଥାଏ । ବସ୍ତ୍ର ଖୋଲିବା ପରେ ମୂର୍ତ୍ତିର ଆଖିରୁ ଏକ ଅଦୃଶ୍ୟ ଶକ୍ତି ଉତ୍ପନ୍ନ ହୋଇଥାଏ। ଯାହା ତୀବ୍ର ହୋଇଥାଏ । ଏହା ବ୍ୟକ୍ତି ପାଇଁ କ୍ଷତିକାରକ ହୋଇଥାଏ । ସେଥିପାଇଁ ଦର୍ପଣ ରଖା ଯାଇଥାଏ । ବେଳେବେଳେ ଦର୍ପଣ କାଚ ଭାଙ୍ଗି ଯାଇଥାଏ ଆଉ ଏହା ଶୁଭ ହୋଇଥାଏ ।

Advertisement