Oct 18, 2023, 18:49 IST

କାହିଁକି ନବରାତ୍ରିରେ ମା ଦୁର୍ଗା ନିଅନ୍ତି ଏହି ୯ ରୂପ ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ କଣ ଅଟେ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବହୁତ କାଳରୁ ହିନ୍ଦୁ ଧର୍ମ ଅନୁସାରେ ପାଳନ ହୋଇ ଆସୁଛି ମା'ଙ୍କର ନବରାତ୍ରୀ ପୂଜା। ମା'ଙ୍କର ଦୁର୍ଗା ପୂଜା ସାଧାରଣତଃ ବର୍ଷକୁ ଦୁଇଥର ପଡ଼ିଥାଏ। ଚୈତ୍ର ମାସରେ କରାଯାଉଥିବା ପୂଜାକୁ ବାସନ୍ତୀ ଦୁର୍ଗା ପୂଜା ବୋଲି କୁହାଯାଇଥାଏ।
Special report
ସେହିଭଳି ଆଶ୍ୱିନ ମାସରେ କରାଯାଉଥିବା ମା'ଙ୍କ ପୂଜାକୁ ଶାରଦୀୟ ଦୁର୍ଗାପୂଜା ବୋଲି କୁହାଯାଏ। ବିଭିନ୍ନ ଶକ୍ତିପୀଠରେ ମା'ଙ୍କର ଏହି ନବରାତ୍ରୀ ପୂଜାର ରହିଛି ସ୍ୱତନ୍ତ୍ର ମହତ୍ତ୍ଵ। ପୁରାଣ ଶାସ୍ତ୍ର ଅନୁସାରେ ଦୁର୍ଗ ରାକ୍ଷସ ମହିଷାସୁର ବ୍ରହ୍ମାଙ୍କ ଠାରୁ ବର ପ୍ରାପ୍ତ ପାଇ ଭୀଷଣ ଶକ୍ତିଶାଳୀ ଓ ଅତ୍ୟାଚାରୀ ହୋଇଯାଇଥିଲା। 
ମହିଷାସୁର ତ୍ରିଲୋକ ଯିବା ପରେ ଦେବ ଲୋକ ଯାଇ ଦେବରାଜ ଇନ୍ଦ୍ରଙ୍କୁ ଭୟ ଦେଖାଇଥିଲା। ଆଉ ସମସ୍ତେ ଦେବଗଣ ମିଶି ମହିଷାସୁର ସହ ଯୁଦ୍ଧ କରିବାକୁ ଲାଗିଲେ। କିନ୍ତୁ ସମସ୍ତଙ୍କ ପରିଶ୍ରମ ବ୍ୟର୍ଥ ଗଲା।
Special report
ଆଉ ଶେଷରେ ମହିଷାସୁର ସମସ୍ତଙ୍କୁ ବନ୍ଦୀ କରି ତା ଦୁର୍ଗର କଳା କୋଠରୀ ଭିତର ବନ୍ଦ କରି ନିର୍ଯାତନା ଦେବାରେ ଲାଗିଲା। ମହିଷାସୁର ଏହି ଅତ୍ୟାଚାରରେ ଅଧିଷ୍ଟ ହୋଇ ସମସ୍ତ ଦେଵତା ଶିବ, ବିଷ୍ଣୁ ଓ ବ୍ରହ୍ମାଙ୍କ ପାଖକୁ ଗଲେ। ଆଉ ଏହାପରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ମିଶି ଆଦିଶକ୍ତିକୁ ଆବାହନ କଲେ। 
ଭଗବାନ ଶିବ ଓ ବିଷ୍ଣୁଙ୍କ କ୍ରୋଧ ଓ ଅନ୍ୟ ଦେଵତା ମାନଙ୍କ ମୁଖରୁ ତେଜ ପ୍ରକଟ ହେଲା ଯାହାକି ନାରୀ ରୂପରେ ବଦଳି ଗଲା। ଅନ୍ୟ ଦେଵତା ମାନେ ତାଙ୍କୁ ଅସ୍ତ୍ରଶସ୍ତ୍ର ପ୍ରଦାନ କଲେ। ଏହାପରେ ଦେବତାଙ୍କ ଠାରୁ ଶକ୍ତି ପାଇ ଦେବୀ ଦୁର୍ଗା ମହିଷାସୁର ସହ ଯୁଦ୍ଧ ଆରମ୍ଭ କଲେ ଯାହାକି ୯ଦିନ ଧରି ଚାଲିଥିଲା।
Special report
ମାନ୍ୟତା ରହିଛି କି ୯ ଦିନ ଧରି ଦେବତା ମାନେ ଦୁର୍ଗାଙ୍କୁ ପୂଜା ଅର୍ଚ୍ଚନା କରି ତାଙ୍କୁ ବଳ ପ୍ରଦାନ କରୁଥିଲେ। ଆଉ ସେବେଠାରୁ ହିଁ ନବରାତ୍ରୀ ପୂଜା ଆରମ୍ଭ ହୋଇଛି। ମହିଷାସୁରକୁ ବଦ୍ଧ କରିବା ପାଇଁ ଯୁଦ୍ଧର ପ୍ରତ୍ୟେକ ଦିନ ମା'ଦୁର୍ଗା ଭିନ୍ନ ଭିନ୍ନ ରୂପ ନେଇ ମହିଷାସୁର ସହ ଯୁଦ୍ଧ କରିଥିଲେ। 
ଆଉ ଶେଷରେ ଦଶମ ଦିନ ମା'ଦୁର୍ଗା ମହିଷାସୁରକୁ ବଦ୍ଧ କରିଥିଲେ। ତେଣୁ ନବରାତ୍ରୀର ନଅ ଦିନରେ ମା'ଙ୍କର ଏହି ନବ ରୂପକୁ ପୂଜା କରାଯାଏ। ମା'ଙ୍କର ଏହି ନଅ ରୂପ ହେଉଛି ଶୈଳପୁତ୍ରି, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, ପୁଷ୍ପମାଣ୍ଡା, ସ୍କନ୍ଧମାତା, କାର୍ତାୟନି, କାଳରାତ୍ରୀ, ମହାଗୌରି, ସିଦ୍ଧିଦାତ୍ରୀ।
ପ୍ରଥମ ତିନିଦିନ ମା'ଦୁର୍ଗାଙ୍କୁ ଦୁଷ୍ଟ ବିନାଶିନି କାଳୀ ରୂପେ ପୂଜା କରାଯାଏ। ଆଉ ମଝି ତିନିଦିନ ମା'ଦୁର୍ଗାଙ୍କୁ ଧନଧନ୍ୟାର ଦେବୀ ରୂପେ ପୂଜା ପାଇଥାନ୍ତି। ସେହିପରି ଶେଷ ତିନିଦିନ ବିଦ୍ୟାଦାତ୍ରୀ ସରସ୍ଵତୀ ରୂପରେ ପୂଜା ପାଇଥାନ୍ତି ମା'ଦୁର୍ଗା।

Advertisement