Oct 28, 2023, 11:38 IST

ଦେଖନ୍ତୁ କଣ ହେଲା ଏମିତି ଯେ ମା ମଙ୍ଗଳାଙ୍କ ପାଖକୁ ଧାଇଁଲେ ଶହ ଶହ ଲୋକେ ଦେଖନ୍ତୁ ଏହି ଦୃଶ୍ୟ

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ହିନ୍ଦୁ ରୀତି ଅନୁସାରେ ଅନେକ ପ୍ରକାର ଠାକୁର ରହିଛନ୍ତି।ଲୋକ ଙ୍କ ମନ ରେ ଭଗବାନ ଙ୍କୁ ନେଇ ଅନେକ ବିଶ୍ଵାସ ରହିଛି।ଏପରି ଅନେକ ଗାଁ ଅଛି ଯେଉଁ ଠାରେ ଭିନ୍ନ ଭିନ୍ନ ଉପାୟ ରେ ଠାକୁର ଙ୍କୁ ପୂଜା କରା ଯାଏ।
Special report
ଆଜି ଆମେ ସେଭଳି ଏକ ଗାଁ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ତାହା ଯାଜପୁର ଜିଲ୍ଲା ର ବିଛାପୁର ଗ୍ରାମ ରେ ଅବସ୍ଥିତ।ଏଠାରେ ମା ମାନଗଲା ମଙ୍ଗଳା ଙ୍କୁ ପୂଜା କରା ଯାଏ।ଲୋକ ମାନେ ସେହି ଠାକୁରାଣୀ ଙ୍କୁ ଖୁବ୍ ବିଶ୍ଵାସ କରନ୍ତି। ସମସ୍ତଙ୍କ ଭଲ ପାଇ ମା ଙ୍କ ନିକଟ ରେ କାମନା କରନ୍ତି।
ସୂଚନା ଅନୁସାରେ ମା ମଙ୍ଗଳା ଙ୍କୁ ମେଥି ହଳଦୀ ଓ ସିନ୍ଦୂର ରେ ସ୍ଥାପନା କରା ଯାଏ।ଏଠାରେ ବିଭିନ୍ନ ପ୍ରକାର ପୂଜା କରା ଯାଏ।କିନ୍ତୁ ଦଶହରା ସମୟ ରେ ମା ମଙ୍ଗଳା ଙ୍କ ର ସ୍ଵତନ୍ତ୍ର ପୂଜା କରା ଯାଏ।ଅନେକ ସ୍ଥାନ ରୁ ଲୋକ ମାନେ ମା ଙ୍କୁ ଦେଖିବା ପାଇଁ ଆସନ୍ତି।
Special report
ମା ଙ୍କ ନିକଟ ରେ ମାନସିକ କରି ଯାଆନ୍ତି।ମା ମଧ୍ୟ ନିଜ ଭକ୍ତ ମାନଙ୍କ ର ଦୁଃଖ ବୁଝି ସେମାନଙ୍କ ଆଶା କୁ ପୂର୍ଣ୍ଣ କରନ୍ତି।ଏହି ସମୟ ରେ ସେଠାରେ ଏକ ମେଳା ର ଆୟୋଜନ ହୋଇ ଥାଏ।ଏହି ପର୍ବ ତିନି ଦିନ ଧରି ସେଠାରେ ପାଳନ କରା ଯାଏ।
ସ୍ତ୍ରୀ ଲୋକ ମାନେ ତିନି ଦିନ ମା ମଙ୍ଗଳା ଙ୍କୁ ପୂଜା କରନ୍ତି।ପରିବାର ର ବଡ ପୁଅ ମାନଙ୍କ ପାଇଁ ଏହି ପୂଜା କରା ଯାଇ ଥାଏ।ଏହି ପୂଜା ରେ ସ୍ତ୍ରୀ ଲୋକ ମାନେ ସେମାନଙ୍କ ପସରା ଲେଊଟାଇ ଥାଆନ୍ତି।ଓ ଶେଷ ରେ ଗାଁ ରେ ଥିବା ଛୋଟ ଛୋଟ ପିଲା ମାନେ ଏହି ପସରା ରେ ଥିବା ଖାଦ୍ୟ କୁ ଖାଆନ୍ତି।
Special report
ଏହାକୁ ଦେଖିବାକୁ ଅନେକ ସ୍ଥାନ ରୁ ଲୋକ ମାନେ ଆସନ୍ତି।ଅନେକ ଦିନ ରୁ ଏହି ପର୍ବ ପାଳନ କରା ଯାଇ ଆସୁ ଅଛି।ପରିବାର ର ବଡ ପୁଅ କିଭଳି ସୁଖ ଶାନ୍ତି ରେ ରହିବେ ତାହା ଉପରେ ଏଠାରେ ଗୁରୁତ୍ବ ଦିଆ ଯାଏ।
ଯେଉଁ ମାନେ ମାନସିକ କରି ଥାନ୍ତି ସେମାନେ ଖଇ କଦଳୀ ନଡ଼ିଆ ଦେଇ ପସରା ମୁଣ୍ଡ ରେ ଦିଅନ୍ତି।ଏହା ପରେ ତାକୁ ଓଲଟାଇ ଦେଇ ଥାନ୍ତି।ଗାଁ ର ପିଲା ମାନେ ଏହାକୁ ଖାଇ ଥାଆନ୍ତି।ଏହି ନିଆରା ପର୍ବ କୁ ଦେଖିବା ପାଇଁ ଲୋକ ଙ୍କ ମଧ୍ୟ ରେ ଭିଡ ଜମି ଥାଏ।

Advertisement