ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆସନ୍ତା ୨୮ତାରିଖ ଅର୍ଥାତ୍ ଶନିବାର ପଡ଼ୁଛି କୁମାର ପୂର୍ଣ୍ଣିମା। ସେହିଦିନ ଚନ୍ଦ୍ରଗ୍ରହଣ ବି ଲାଗୁଛି। କୁମାରପୂର୍ଣ୍ଣିମାରେ ହେବାକୁ ଥିବା ନୀତିକାନ୍ତିକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ।

ସେଦିନ ଚନ୍ଦ୍ର ଗ୍ରହଣ ପଡ଼ୁଥିବାରୁ ସନ୍ଧ୍ୟା ପୂର୍ବରୁ କୁମାର ପୂର୍ଣ୍ଣିମା ପୂଜା ସାରିବାକୁ ଜ୍ୟୋତିଷ ମତ ଦେଇଛନ୍ତି। ଯେହେତୁ ଗ୍ରହଣ ପାଇଁ ଅଶୁଭ କାଳ ରହିଛି, ତେଣୁ କୁମାରୀମାନେ ଅପରାହ୍ନ ୪ଟା ୦୫ ପୂର୍ବରୁ ଚନ୍ଦ୍ର ପୂଜା ଓ ବ୍ରତ ସାରିବାକୁ ପରାମର୍ଶ ଦିଆଯାଇଛି।

ଗଜଲକ୍ଷ୍ମୀ ପ୍ରତିମାଙ୍କ ପୂଜା ପାଇଁ ମଣ୍ଡପ ମାନଙ୍କରେ ଅପରାହ୍ନ ୪ଟା ପୂର୍ବରୁ ପୂଜା ବିଧି ସାରିବାକୁ କୁହାଯାଇଛି। ତେଣୁ ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ଚନ୍ଦ୍ର ଗହଣ ଏକ ଛାଇ ଆଲୁଅର ଖେଳ। ଭାରତର ସବୁ ସ୍ଥାନରେ ମଧ୍ୟରାତିରେ ଏହା ଦୃଶ୍ୟମାନ ହେବ।

ଏସିଆ, ଅଷ୍ଟ୍ରେଲିଆ, ୟୁରୋପ, ଆଫ୍ରିକା ଓ ଆମେରିକାରେ ମଧ୍ୟ ଦେଖି ହେବ। ତେବେ କୁମାର ପୁର୍ଣ୍ଣିମା ସାଙ୍ଗକୁ ଚନ୍ଦ୍ର ଗ୍ରହଣ ପଡୁଥିବାରୁ କିଛି ରାଶିଙ୍କ ପାଇଁ ଶୁଭ ସମୟ ରହିଛି। ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡ଼ିକ ବିଷୟରେ।
ମିଥୁନ:-
ଏହି ରାଶିର ବ୍ୟବସାୟ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ଏହା ଗୋଟିଏ ଶୁଭ ସମୟ। ସମସ୍ତ ଅସୁବିଧା ଦୂର ହୋଇଯିବ। କ୍ୟାରିୟର ରେ ଉନ୍ନତି ହେବ। ଆଉ ଚାକିରିଆଙ୍କର ବେଦ ର ବୃଦ୍ଧି ହେବ। ଦେହ ସୁସ୍ଥ ରହିବା ସହିତ ମାନସିକ ଚାପ ମଧ୍ୟ ଦୂର ହେବ।

କନ୍ୟା ରାଶି:-
କନ୍ୟା ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହା ଗୋଟିଏ ଶୁଭ ସମୟ ଅଟେ। ଭାଗ୍ୟର ସଂପୂର୍ଣ୍ଣ ସହଯୋଗ ମିଳିବ। ଚାକିରୀ କ୍ଷେତ୍ରରେ ମଧ୍ୟ ସହଯୋଗ ମିଳିବ।
କୁମ୍ଭ:-
କୁମ୍ଭ ରାଶିର ବ୍ୟକ୍ତି ମାନେ ପ୍ରତ୍ୟେକ ମାମଲାରେ ଶୁଭ ପରିମାଣ ପାଇବେ। ଚାକିରୀ ବ୍ୟବସାୟ କ୍ଷେତ୍ରରେ ସକାରାତ୍ମକ ପରିମାଣ ମିଳିବ। ଜୀବନ ସୁଖ ସମୃଦ୍ଧି ରେ ଭାରି ଯିବ। ଏବଂ ଧନ ବୃଦ୍ଧି ହେବ।