ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ, ଖୁଦୁରୁକୁଣୀ ଓଷାରେ ଦେଖିବାକୁ ମିଳିଛି ବିଚିତ୍ର ଦୃଶ୍ୟ। କୁଆଁରୀ ଝିଅ ମାନଙ୍କ ଦେହରେ ଆବିର୍ଭାବ ହେଲେ ମା ମଙ୍ଗଳା। କୁଆଁରୀ ଝିଅ ମାନଙ୍କ ଦେହରେ ପ୍ରବେଶ କରୁଛନ୍ତି ମା ମଙ୍ଗଳାଙ୍କର କାଳେଶୀ।

ଆପଣ ମାନେ ଭିଡିଓଟିରେ ଦେଖି ପାରୁଥିବେ କେମିତି ଝିଅ ମାନେ ବିକଟାଳ ରଡ଼ି କରିବା ସହିତ ଝୁଲି ଝୁଲି ତଳେ ପଡ଼ି ଯାଉଛନ୍ତି। ଯାହାକି ଏହି ଦୃଶ୍ୟ ସେଠାକାର ଲୋକ ମାନଙ୍କୁ ଖୁବ୍ ଆଶ୍ଚର୍ଯ୍ୟ କରିଛି।
ଆଉ ପୂଜା କରିବା ସମୟରେ କଣ କଣ ତ୍ରୁଟି ରହିଥିଲା କହି ଚାଲିଛନ୍ତି। ଏହାକୁ ଦେଖି ସ୍ଥାନୀୟ ଲୋକେ ଭୟ କରିବା ସହିତ ମା ମଙ୍ଗଳା କୋପ କରିଛନ୍ତି ଭାବି ତାଙ୍କୁ ପ୍ରସନ୍ନ କରିବାକୁ ଲାଗି ପଡିଛନ୍ତି ଗ୍ରାମବାସୀ।

ଖୁଦୁରୁକୁଣୀ ବହି ପଢିବା ସାଙ୍ଗକୁ ଘଣ୍ଟ ହୁଳହୁଳି ସହିତ ପ୍ରକମ୍ପିତ ହେଉଛି ପୁରା ଅଞ୍ଚଳ। ସେପଟେ ଲମ୍ବା ଧାଡ଼ିରେ ଠିଆ ହୋଇ ମା ମଙ୍ଗଳାଙ୍କ ଗାଳି ଦେଖିବା ପାଇଁ ଲୋକ ମାନେ ଭିଡ ଜମାଇଛନ୍ତି।
ଖୁଦୁରୁକୁଣୀ ଓଷା ଚାଲିଥିବା ସମୟରେ ଢେଙ୍କାନାଳ କାମାକ୍ଷାନଗର ଗ୍ରାମରେ ଏଭଳି କିଛି ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଛି। ଆଉ ଏଠାରେ ମା ମଙ୍ଗଳା କୁଆଁରୀ ଝିଅ ମାନଙ୍କ ଦେହରେ କାଳେଶୀ ଲାଗି ସମସ୍ତଙ୍କର ମାନସିକ ପୂରଣ କରୁଥିବା ବେଳେ

ଯିଏ ଯାହା ଭୁଲ କରିଛନ୍ତି ତାକୁ ଚେତାବନୀ ମଧ୍ୟ ଦେଇଛନ୍ତି। ସୂଚନା ଅନୁସାରେ ଏହି ଗାଁର ଝିଅ ମାନେ ସମସ୍ତେ ଏକାଠି ହୋଇ ଗୋଟିଏ ଜାଗାରେ ଖୁଦୁରୁକୁଣୀ ଓଷା କରିଥାନ୍ତି।
ମାତ୍ର ଚଳିତ ବର୍ଷ ସମସ୍ତେ ଅଲଗା ଅଲଗା ହୋଇ ଓଷା କରୁଛନ୍ତି ଯାହା ଫଳରେ ମା ମଙ୍ଗଳା କୋପ କରିଛନ୍ତି। ଆଉ ସେଥିପାଇଁ ସ୍ଵୟଂ ଆବିର୍ଭାବ ହୋଇ ସମସ୍ତଙ୍କୁ ଚେତାବନୀ ଦେଇଛନ୍ତି।
ଗ୍ରାମବାସୀ କହିଛନ୍ତି ମା ମଙ୍ଗଳାଙ୍କୁ ପଣା ଦେବା ପରେ ସେ ପ୍ରସନ୍ନ ହୋଇଛନ୍ତି। ଆଉ ଏଥି ସହିତ ଗ୍ରାମବାସୀଙ୍କୁ ଚେତାବନୀ ଦେବା ସହ ଦୋଳି ଖେଳି ସେଠାରୁ ଚାଲି ଯାଇଥିଲେ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।