ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଆଗକୁ ପାର୍ବଣ ର ଋତୁ ଆରମ୍ଭ ହେବାକୁ ଯାଉଛି।ଅକ୍ଟୋବର ୨୧ ତାରିଖ ରୁ ଆରମ୍ଭ ହେବାକୁ ଯାଉଛି ମା ଦୁର୍ଗା ଙ୍କ ପୂଜା।ହେଲେ ଏହି ସମୟ ରେ ଆସିବାକୁ ଯାଉଛି ଏକ ବଡ ଲଘୁଚାପ।
ପ୍ରତିବର୍ଷ ପରି ଏଥର ମଧ୍ୟ ପୂଜା ରେ ବର୍ଷା ରେ ଭିଜି ବାକୁ ଯାଉଛନ୍ତି ଓଡ଼ିଶା ବାସୀ।ଆପଣ ମାନେ ସମସ୍ତେ ଜାଣି ଥିବେ ଓଡ଼ିଶା ଉପରେ ବାତ୍ୟା ର ପ୍ରଭାବ ପ୍ରତିବର୍ଷ ଅକ୍ଟୋବର ମାସ ରେ ଆସି ଥାଏ।ବର୍ଷା ର ପରିମାଣ ବଢି ଥାଏ।
ସୂଚନା ଅନୁସାରେ ବର୍ତ୍ତମାନ ସମୟ ରେ ଖରା ର ପରିମାଣ ବଢି ଚାଲିଛି।ଦିନ ୧୦ ଟା ପରେ ଆଉ ଘରୁ ବାହାରିବା ସମ୍ଭବ ପର ହେଉ ନାହିଁ।ଲୋକ ମାନେ ଖରା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ହେଲେ ଆଗକୁ ଏହି ଖରା ରୁ ମୁକ୍ତି ପାଇବା ପାଇଁ ଲୋକ ମାନେ ଯାଉଛନ୍ତି।ଅକ୍ଟୋବର ୨୩ ତାରିଖ ରୁ ଏକ ବଡ ଲଘୁଚାପ ଆରମ୍ଭ ହେବାକୁ ଯାଉଛି।ଏହା ଅକ୍ଟୋବର ୨୬ ତାରିଖ ଯାଏଁ ଚାଲିବ।ଏହା ପ୍ରଭାବ ରେ ରାଜ୍ୟ ର ଅଧିକାଂଶ ସ୍ଥାନ ରେ ବର୍ଷା ର ପରିମାଣ ବଢି ଚାଲିବ।
ଏଥର ଦଶହରା ରେ ଲୋକ ମାନେ ପାଣି ରେ ଭିଜିବେ।ଏକ ଲଘୁଚାପ ଓଡ଼ିଶା ଉପକୂଳ କୁ ଛୁଇଁବ।ଏହା ଯୋଗୁଁ ରାଜ୍ୟ ରେ ହାଲୁକା ରୁ ମଧ୍ୟମ ଧରଣ ର ବର୍ଷା ହେବାର ସମ୍ଭାବନା ରହିଛି।ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ଯେ ଆଗକୁ ଏକ ଲଘୁଚାପ ଘନୀଭୂତ ହୋଇ ଅବପାତ ରେ ପରିଣତ ହୋଇ ପାରେ।
ଏହା ଓଡ଼ିଶା ମୁହାଁ ହେବ।ଓ ଅକ୍ଟୋବର ୨୪ ତାରିଖ ରେ ଓଡ଼ିଶା ର କିଛି ସ୍ଥାନ ରେ ବର୍ଷା ଜୋର୍ ଜୋରରେ ହେବ।ଏପରିକି ଏହା ଗୋପାଳପୁର ଓ ଚିଲିକା ମଝିରେ ସ୍ଥଳ ଭାଗ ଛୁଇଁ ପାରେ।
ଏହା ଯୋଗୁଁ ବର୍ଷା ଜୋରେ ହେବା ସହିତ ପବନ ମଧ୍ୟ ବୋହିବାର ସମ୍ଭାବନା ରହିଛି।ପାଣିପାଗ ବିଭାଗ ଆଗୁଆ ପୂର୍ବାନୁମାନ କରିଛି।କୁହା ଯାଉଛି ଯେ ଦଶହରା ରେ ବର୍ଷା ର ପରିମାଣ ବଢି ଚାଲିବ।ଏବେ ଦେଖିବାକୁ ବାକି ରହିଲା ପାଣିପାଗ ବିଭାଗ ର ସୂଚନା ଅନୁସାରେ କେବେ ଓଡ଼ିଶା ରେ ବର୍ଷା ହେଉଛି।