ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ସମସ୍ତେ ମାଳିକା ବଚନ ବିଷୟରେ ନିଶ୍ଚୟ ଶୁଣିଥିବେ। ମାନବ ସମାଜ ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ତଥ୍ୟ ମାଳିକାରେ ରହିଛି। ୬୦୦ ବର୍ଷ ପୂର୍ବେ ଅଚ୍ୟୁତା ନନ୍ଦ ମହାପୁରୁଷ ମାଳିକା ଲେଖିଥିଲେ।

ତେଣୁ ଆଜିର ଆଧୁନିକ ମଣିଷ ଅନେକାଂଶରେ ଏହି ମାଳିକା ବଚନକୁ ବିଶ୍ୱାସ କରୁନାହାନ୍ତି। ମହାପୁରୁଷ ମାନେ ଯେଉଁ ଲେଖା ମାଳିକା ରେ ଲେଖି ଯାଇଛନ୍ତି ତାହାର ସତ୍ୟତା ଆଜି ଦେଖିବାକୁ ମିଳୁଛି ଏ କଳି ଯୁଗରେ।
ଅନେକ ବର୍ଷ ପୂର୍ବେ ଲେଖା ଯାଇଥିବା ରହସ୍ୟମୟ ମାଳିକା ର ସମସ୍ତ ତଥ୍ୟ ଆଜି ଧୀରେ ଧୀରେ ଖୁଲାସା ହେବାରେ ଲାଗିଛି। ମାଳିକା ପୁରୁଷ ଅଚ୍ୟୁତାନନ୍ଦ ଦାସ ଯାହା ଲେଖି ଯାଇଛନ୍ତି ତାହାର ପ୍ରମାଣ ଆଜି ସମୟ ଅନୁଯାୟୀ ଦେଖିବାକୁ ମିଳୁଛି।
ମାଳିକା ଅନୁଯାୟୀ ସତ୍ୟ ଯୁଗର ଆରମ୍ଭ ହେବା ପୂର୍ବରୁ ଅନେକ କିଛି ସଂକେତ ଆମକୁ ମିଳିବ । ଯାହା ବିଷୟରେ ଲୋକ ମାନେ ଜାଣି ନାହାନ୍ତି।

ତେବେ ଆପଣମାନେ ଜାଣିଥିବେକି ସତ୍ୟଭଞ୍ଜ ୟୁଟ୍ୟୁବ ଚ୍ୟାନେଲ ଭବିଷ୍ୟତ ବାଣୀକୁ ନେଇ ଲୋକମାନଙ୍କ ସମ୍ନାରେ ସତ୍ୟତା ପ୍ରକାଶ କରିବା ପାଇଁ ସବୁବେଳେ ଚେଷ୍ଟା କରିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ମାଳିକା ବିଶେଷଜ୍ଞ ଦିବ୍ୟସିଂ ହରିଚରଣ କହିଛନ୍ତି ଯେ, ୨୦୨୪ ରେ ବରଫ ପାହାଡ଼ ତରଳିବ।
ଆଣ୍ଟଲାଟିକ ମହାସାଗର, ପ୍ରଶାନ୍ତ ମହାସାଗର ବୁଡିଯିବ। ଏବଂ ଭାରତ ହାତରୁ ଚାଲିଯିବ ଲାଦାଖ। ଆଉ ଏକ ବଡ ସୌରଝଡ ମଧ୍ୟ ଆସିବ ଯାହା ମଣିଷ କେବେ ବି ଦେଖିନଥିବ।
ଯେଉଁଥିରେ ପୃଥିବୀର ଚୁମ୍ବକୀୟ କ୍ଷେତ୍ରର କ୍ଷତି ହେବ। ଏତତ୍ ବ୍ୟତୀତ ସବୁ ସାଟେଲାଇଟ୍ ମଧ୍ୟ ଧ୍ୱଂସ ପାଇଯିବ। ଫଳରେ କୌଣସି ଉଲେକ୍ଟ୍ରିକାଲ ଜିନିଷ କାମ କରିବ ନାହିଁ। ତେବେ ଏହିସବୁ ଘଟଣା ୨୦୨୪ ମସିହା ମଧ୍ୟରେ ଘଟିବ।
ଫୋନ ସାଟେଲାଇଟ୍ ସିଷ୍ଟମ ଧ୍ୱଂସ ହେବା କାରଣରୁ ମୋବାଇଲ ବ୍ୟବହାର ବନ୍ଦ ହୋଇଯିବ। ଏଲିୟନ ମାନେ ପୃଥିବୀ ଉପରେ ଆକ୍ରମଣ କରିବେ। ଯେଉଁ ସମୟରେ ୩ ଦିନ ୩ ରାତି ଅନ୍ଧାର ହେବ।