ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସମୁଦ୍ର ଗର୍ଭରେ ଲୀନ ହୋଇ ଯାଇଥିବା ଦ୍ବାରିକାପୂର କୁ ଏଣିକି ଯାଇ ହେବ। ସମୁଦ୍ର ଭିତରେ ରହି ଶ୍ରୀ କୃଷ୍ଣ ଙ୍କ ଏହି ପ୍ରସାଦକୁ ମଧ୍ୟ ବୁଲି ହୋଇ ପାରିବ।
ମଥୁରା ଛାଡ଼ି ଆସିବା ପରେ ସମୁଦ୍ର କୂଳରେ ହିଁ ଦ୍ବାରିକା ନଗରୀର ପ୍ରତିଷ୍ଠା କରିଥିଲେ ପ୍ରଭୁ ଶ୍ରୀ କୃଷ୍ଣ। ହେଲେ ତାଙ୍କର ଦେହାନ୍ତ ପରେ ଏହି ସୁନ୍ଦର ନଗରୀ ଟି ସମୁଦ୍ର ଭିତରେ ଲୀନ ହୋଇ ଯାଇଥିଲା। ଏହା ପଛରେ ଅନେକ କିମ୍ବଦନ୍ତୀ ଅଛି।
କୁହାଯାଏ କି ଗାନ୍ଧାରୀ ଙ୍କ ସବୁ ପୁଅ ମରିଯିବା ପରେ ଗାନ୍ଧାରୀ ଶ୍ରୀ କୃଷ୍ଣ ଙ୍କୁ ଅଭିଶାପ ଦେଇଥିଲେ। ତାଙ୍କ ଅଭିଶାପ ପାଇଁ ହିଁ ଏହି ନଗରୀ ସମୁଦ୍ର ଭିତରେ ଲିନ ହୋଇ ଯାଇଥିଲା। ସମୁଦ୍ର ଗର୍ଭରେ ଏହି ନଗରୀର ଉପସ୍ଥିତି ବୈଜ୍ଞାନିକ ଅନୁ ସନ୍ଧାନ ରୁ ଜଣା ପଡିଛି।
ସମୁଦ୍ରରେ ଥିବା ଏହି ଦ୍ବାରିକା ନଗରୀ କୁ ଏବେ ଖୋଲା ଆଖିରେ ଦେଖିବା ସମ୍ଭବ ହେବ। ହଜାର ହଜାର ବର୍ଷ ତଳେ ଆରବ ସାଗର ସେ ଲୁଚି ରହିଥିବା ଏହି ନଗରୀ କୁ ଦେଖିବା ପାଇଁ ଚାଲିବ ବୁଡ଼ା ଜାହାଜ।
ଆରବ ସାଗର ରେ ଏବେ ଯାତ୍ରୀ ବୁଡା ଜାହାଜ ଚଳାଇବାକୁ ଯାଉଛନ୍ତି ଗୁଜୁରାଟ ସରକାର। ଏହାର ଓଜନ ପ୍ରାୟ ୩୫ ଟନ ହେବ। ଏଥିରେ ଏକା ଥରରେ ୩୦ ଜଣ ଲୋକ ବସି ଯାତ୍ରା କରି ପାରିବେ।
ଜନ୍ମାଷ୍ଟମୀ କିମ୍ବା ଦୀପାବଳୀ ପର୍ଯ୍ୟନ୍ତ ଏହା ଆରମ୍ଭ ହୋଇ ଯିବା ନେଇ ଆଶା କରାଯାଉଛି। ସମୁଦ୍ରର ୩୦୦ ଫୁଟ୍ ତଳକୁ ଏହା ଯିବ। ଏହି ଯାତ୍ରା ପାଇଁ ଦୁଇ ରୁ ଅଢେଇ ଘଣ୍ଟା ସମୟ ମଧ୍ୟ ଲାଗିବ। ଏଥିରେ ଭଡ଼ା ଅଧିକ ରହିବ।
ମାତ୍ର ସାଧାରଣ ଲୋକଙ୍କୁ ଦୃଷ୍ଟିରେ ରଖି ଗୁଜୁରାଟ ସରକାର ସବସିଡି ମଧ୍ୟ ଦେଇ ପାରନ୍ତି। ଜାନୁଆରୀ ରେ ଏହାର ଘୋଷଣା ହେବ ବୋଲି ସୁଚନା ମିଳିଛି। ଏଥିରେ ସବୁ ସୁବିଧା ରହିବ।
ଏହା ର ପ୍ରତି ସିଟ ୱିଣ୍ଡୋ ଭିଉ ଦେବ ଯାହା ଦ୍ବାରା ଲୋକମାନେ ସମୁଦ୍ର ଭିତରେ ଥିବା ପ୍ରାକୃତିକ ସୋନ୍ଦର୍ଯ୍ୟ କୁ ଉପଭୋଗ କରି ପାରିବେ। ତେବେ ଏହା ଉପରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।