Feb 11, 2024, 12:05 IST

ଅଯୋଧ୍ୟା ରେ ରାମ ମନ୍ଦିର ପ୍ରତିଷ୍ଠା ପରେ ଘଟୁଛି ଅଲୌକିକ ଘଟଣା : ପାଣି ରେ ଭାସିବାକୁ ଲାଗିଲା ବଡ଼ ବଡ଼ ପଥର

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଏକ ଚମତ୍କାର ଘଟି ଯାଇଛି। ଭାର୍ଗବୀ ନଦୀ ସ୍ରୋତରେ ମିଳିଲା ଏକ ଭାସୁଥିବା ପଥର। ପୂଜିବା ବେଳେ ଘାଟ ମହାବୀର ଙ୍କ ମୁଣ୍ଡରୁ ଖସିଲା ଫୁଲ।
Special report
ସେଠାରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ପଥର ଦେଖିବା ପାଇଁ ଲୋକ ମାନଙ୍କ ଭିଡ଼ ମଧ୍ୟ ଲାଗୁଛି। ନଦୀ କୂଳର ଏହି ଶାନ୍ତ ଓ ଶୀତଳ ପରିବେଶରେ ପୁଜା ପାଉଛନ୍ତି ମହାବୀର ହନୁମାନ ଏବଂ ତାଙ୍କ ନିକଟରେ ରଖା ଯାଇଛି ଏକ ଓଜନିଆ ପଥର।
ଏହି ପଥର ର ମାହାତ୍ମ୍ୟ ଆପଣ ମାନେ ମଧ୍ୟ ଦେଖିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ପୂଜକ ଜଣକ ଏହି ପଥରକୁ ପାଣି କୁଣ୍ଡରେ ରଖିବା ଦ୍ବାରା ତାହା ଭାସିବା ରେ ଲାଗିଛି।
ଏଭଳି ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା, ସୁଆଁଲ ଗାଁ ଠାରେ। ଏଠାରେ ଥିବା ଭାର୍ଗବୀ ନଦୀ କୂଳକୁ ଜଣେ ଯୁବକ ସେଠାକୁ ମେଣ୍ଢା ଚରାଇବାକୁ ଆସୁଥିବା ବେଳେ ଅନ୍ୟ ମନସ୍କ ଭାବରେ ଏକ ପଥର ଫୋପାଡି ଥିଲେ।
Special report
ହେଲେ ଆଶ୍ଚର୍ୟ୍ଯର କଥା ଏହାକି ପଥର ଟି ଭାସିବାରେ ଲାଗିଥିଲା। ଏହା ଦେଖି ଯୁବକ ଟି ସ୍ଥାନୀୟ ଘାଟ ନିକଟରେ ଥିବା ମହାବୀର ଙ୍କ ନିକଟକୁ ଆଣିଥିଲେ। ଏହି ପଥରକୁ ପୂଜାର୍ଚ୍ଚନା କରିବା ସମୟରେ ମହାବୀର ଙ୍କ ମୁଣ୍ଡରୁ ଫୁଲ ଖସି ସେହି ପଥର ଉପରେ ପଡ଼ିଥିଲା।
ଆଉ ଏବେ ସେହି ପଥରକୁ ପୁନର୍ବାର ପାଣି ଉପରେ ରଖିବା ଦ୍ବାରା ତାହା ପୁନର୍ବାର ପାଣି ଉପରେ ଭସିବାରେ ଲାଗିଛି। ଏହି ପଥର ଦେଖିବା ପାଇଁ ଅନେକ ଆଡୁ ଲୋକଙ୍କ ଭିଡ଼ ଲାଗୁଛି।
ଏହି କଥା ସମ୍ପର୍କରେ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଅନେକ ଦୂର ଦୁରାନ୍ତରୁ ଲୋକମାନେ ଏହାକୁ ଦର୍ଶନ କରିବା ପାଇଁ ଆସୁଛନ୍ତି। ଆଉ ଏହାକୁ ଭଗବାନ ଙ୍କ ଏକ ଆଲୌକିକ ଲୀଳା ବୋଲି ମଧ୍ୟ କୁହା ଯାଉଛି।
ତେବେ ଏହାକୁ ନେଇ ସୋସିଆଲ ମିଡ଼ିଆ ଅନେକ ଭିଡିଓ ଭାଇରାଲ୍ ମଧ୍ୟ ହେଉଛି। ତେବେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Advertisement