ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ କିଭଳି ଘଟଣା ମାନ ଘଟିବାରେ ଲାଗିଛି।ଏଭଳି ଏକ ଘଟଣା ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ।ରାସ୍ତା ଉପରେ ଗଦା ହୋଇଥିଲେ ଲୋକ। ଏହାରି ମଧ୍ୟରେ ଜଣେ ଆଗରେ ଦୌଡ଼ି ଦୌଡ଼ି ଯାଉଥିବା ବେଳେ ତା ପଛରେ ଦୁଇ ଭାଇ ଏକ ବଡ଼ ଭୁଜାଲି ଧରି ଦୌଡୁ ଥାଆନ୍ତି। ଏଭଳି କି ସେମାନେ ଯୁବକଙ୍କ ମୁହଁ କୁ ମୁଥା ମାରି ଫଟେଇ ମଧ୍ୟ ଦେଇ ଥାଆନ୍ତି।
ଯାହା ଦ୍ବାରା ଯୁବକଙ୍କ ମୁହଁ ରୁ ଧାର ଧାର ହୋଇ ବହି ଯାଉଥାଏ। ଏହାକୁ ଶୁଣିବା ପରେ ଆପଣଙ୍କୁ ଲାଗୁଥିବ କି ବୋଧ ହୁଏ ଏଠାରେ କୌଣସି ଏକ ଫିଲ୍ମ ର ସୁଟିଂ ଚାଲିଛି ବୋଲି। ହେଲେ ଏହା କୌଣସି ଫିଲ୍ମ ସୁଟିଂ ର ଦୃଶ୍ୟ ନୁହେଁ। ଏହି ଘଟଣା ହେଉଛି ବାସ୍ତବ ଘଟଣା। ବିଚ୍ ରାସ୍ତାରେ ସମସ୍ତଙ୍କ ଆଗରେ ଯୁବକଙ୍କୁ ହ-ତ୍ୟା କରିବା ପାଇଁ ଭୁଜାଲି ଧରି ଦୌଡୁ ଥିଲେ ଦୁଇ ଭାଇ ଯାହାକୁ ଦେଖିବା ପରେ ସ୍ଥାନୀୟ ଲୋକମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିଲେ।
ହେଲେ ସେମାନେ ଆଦୌ ହେଲେ ବି ଅଟକି ରହି ନଥିଲେ। ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହାଣି ଦେଇଥିଲେ। ଅତି ବିଭତ୍ସ ଭାବରେ ହ-ତ୍ୟା କରିବା ସହ ରାସ୍ତା ଉପରେ ପଡ଼ିଥିବା ଯୁବକଙ୍କ ସେହି ତାଜା ତାଜା ରକ୍ତରେ ହୋଲି ଖେଳିଥିଲେ ଦୁଇଜଣ ଭାଇ। ଏଭଳି ଏକ ଘଟଣା ସାମ୍ନା କୁ ଆସିଛି ସୁନ୍ଦରଗଡ଼ ରୁ। ମଦ ନିଶାରେ ଚୁର ହୋଇ ଦୁଇ ଭାଇ ଆଉ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଭୁଜାଲି ରେ ହାଣି ଥିଲେ।
ହ-ତ୍ୟା ର ଶିକାର ହୋଇଥିବା ଏହି ଯୁବକ ଜଣକ ହେଲେ ମନୋଜ ସାହା ଆଉ ଦୁଇଜଣ ଅଭିଯୁକ୍ତ ଯୁବକ ହେଲେଗାଁ ର ବିଜୟ ମହାନନ୍ଦିଆ ଓ ଡୁଲାମଣି ମହାନନ୍ଦିଆ। ଅଭିଯୋଗ ଅନୁସାରେ ବିଜୟଙ୍କ ଘରେ ମଦ ଗଞ୍ଜେଇ କାରବାର ଚାଲେ। ଗାଁ ସେ ସାମାନ୍ୟ କଥାରେ ମାରପିଟ କରି ସେମାନେ ଆତଙ୍କ ଚଳାଇ ଥିଲେ। ଏହାପରେ ଦିନେ ମନୋଜ ସାହା ଙ୍କ ସହ ତାଙ୍କର ଯୁକ୍ତିତର୍କ କରିଥିଲେ ଏହା ପରେ ଏଭଳି ଭୟଙ୍କର ରୂପ ନେଇଥିଲା।