ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆ ଦ୍ଵାରା ସବୁ ଅଞ୍ଚଳର, ସବୁ ଦେଶ ବିଦେଶର ଖବର ପାଇ ପାରୁଛନ୍ତି । ଆପଣମାନେ ନିକଟରେ ଭୁବନେଶ୍ୱର ସହରର ଭରତପୁର ଅଞ୍ଚଳରେ ଘଟିଥିବା ଏକ ଘଟଣା ବିଷୟରେ ତ ଜାଣିଥିବେ । ଏହି ଘଟଣା ହେଉଛି ଜଣେ ସ୍ଵାମୀ ତାର ଦୁଇ ପ୍ରେମିକାଙ୍କ ସହିତ ମିଶି ନିଜ ସ୍ତ୍ରୀକୁ ମାରି ଦେଇଛି । ଏହାପରେ ଏହି ଘଟଣାକୁ ଆ-ତ୍ମ-ହ-ତ୍ୟାର ରୂପ ଦେବା ପାଇଁ ସ୍ଵାମୀ ଜଣକ ସ୍ତ୍ରୀକୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ । ଆଉ ସେଠାରେ ଡାକ୍ତର ପୋଲିସକୁ ଏହି ଘଟଣା ବିଷୟରେ ଜଣାଇଥିଲେ ।
ଏହି ସ୍ତ୍ରୀ ଜଣଙ୍କର ଶବ ବ୍ୟବଚ୍ଛେଦ ପରେ ଜଣା ପଡିଥିଲା କି ତାଙ୍କୁ ଓଭର ଡୋଜ ଆନାସ୍ଥେସିଆ ଦିଆ ଯାଇଥିଲା ଆଉ ଏହାସହ ପଟାସିୟମ ଲିକ୍ୟୁଡ଼ ମଧ୍ୟ ଦିଆଯାଇଥିଲା । ଏହି ଇଞ୍ଜେକସନ ଦେବାର ୫ ମିନିଟ ପରେ ଯୁବତୀ ଜଣଙ୍କର ଦେହାନ୍ତ ହୋଇଥିଲା । ଏବେ ଏହି ଘଟଣାକୁ ପୋଲିସ ଯାଞ୍ଚ କରୁଛି । ପୋଲିସ ଏହି ଅଭିଯୁକ୍ତ ଯୁବକ ଏବଂ ତାଙ୍କ ଦୁଇ ବାନ୍ଧବୀଙ୍କୁ ଗିରଫ କରିଛି । ଏବେ ପୋଲିସ ଏହି ଅଭିଯୁକ୍ତ ଜଳ୍ଲାଦ ସ୍ଵାମୀ ଜଣଙ୍କୁ ଗୋଟିଏ ଦିନ ରିମାଣ୍ଡରେ ନେଇଛି । ଆଉ ପୋଲିସ ଏବେ ଏହି ଘଟଣାର ସିନ ରିକ୍ରିଏସନ କରୁଛି ।
ଏହି ଜଳ୍ଳାଦ ସ୍ଵାମୀ ପ୍ରଦ୍ୟୁମ୍ନ କୁମାର ଦୁଇ ପ୍ରେମିକା ସହିତ ମିଶି ନିଜ ପତ୍ନୀ ଶୁଭଶ୍ରୀଙ୍କୁ ରାସ୍ତାରୁ ହଟାଇ ଦେଇଛି । ଯେତେବେଳେ ପତ୍ନୀ ଜଣକ ସ୍ଵାମୀଙ୍କର ଦୁଇ ଯୁବତୀଙ୍କ ସହିତ ସମ୍ପର୍କ ଅଛି ଜାଣିଥିଲେ ସେତେବେଳେ ଏଭଳି କିଛି କରିଥିଲା ସ୍ଵାମୀ ଜଣକ । ଶଶୁର ଘରୁ ଅଣ୍ଡର ଟେକିଂ ଲେଖି ସ୍ଵାମୀ ପ୍ରଦ୍ୟୁମ୍ନ ସ୍ତ୍ରୀ ଶୁଭଶ୍ରୀକୁ ନେଇ ଆସିଥିଲା । ଯେଉଁ ଘରେ ତାଙ୍କର ଦୁଇ ପ୍ରେମିକା ଇଯିତା ଆଉ ରୋଜି ରହୁଥିଲେ ସେଠାକୁ ପ୍ରଦ୍ୟୁମ୍ନ ତାଙ୍କ ସ୍ତ୍ରୀକୁ ନେଇ ଆସିଥିଲା । ଏହାପରେ ସେଠାରେ ଦୁଇ ପ୍ରେମିକା ଶୁଭଶ୍ରୀଙ୍କ ହାତକୁ ଧରିଥିଲେ । ଆଉ ତାଙ୍କ ସ୍ଵାମୀ ତାଙ୍କୁ ଇଞ୍ଜେକସନ ଦେଇଥିଲେ । ଏହାପରେ ସେଠାରେ ତାଙ୍କର ମୃ-ତ୍ୟୁ ହୋଇଥିଲା ।
ଏହି ଘଟଣାକୁ ଆଧାର କରି ସ୍ଵାମୀ ଜଣଙ୍କୁ ଯେତେବେଳେ ପୋଲିସ ଗିରଫ କରିଥିଲା ସେତେବେଳେ ପୋଲିସ ମାଡ ଭୟରେ ସବୁ ସତ ଓଗାଳି ଦେଇଥିଲା ସ୍ଵାମୀ ଜଣକ । ଆଉ ଏହାପରେ ଏହି ଘଟଣାରେ ଈଜିତା ଆଉ ରୋଜିଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଶୁଭଶ୍ରୀଙ୍କ ମୃ-ତ୍ୟୁ ପରେ ଯେତେବେଳେ ଏହାକୁ ଆ-ତ୍ମ-ହ-ତ୍ୟା ରୂପ ଦେବା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ ସେତେବେଳେ ତାଙ୍କ ପରିବାର ଲୋକଙ୍କୁ ଏହି ଦୁଇଜଣ ଯୁବତୀ ଖବର ଦେଇଥିଲେ । ଆଉ ଏହାପରେ ତାଙ୍କ ପରିବାର ଥାନାରେ ଅଭିଯୋଗ କରିଥିଲେ । ଏବେ ଶୁଭଶ୍ରୀଙ୍କ ପରିବାର ଏହିଭଳି କାମ କରିଥିବା ନୃଶଂସ ବ୍ୟକ୍ତି ପ୍ରଦ୍ୟୁମ୍ନକୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ।