ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏକ ଘଟଣା ସମ୍ପର୍କରେ ଆପଣ ଶୁଣିଲେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।ଏକ ଅଭାବନୀୟ ଘଟଣା ଘଟି ଯାଇଛି ବାଲେଶ୍ଵର ଜିଲାର, ସୋର ର ଖରାସହାପୂର ଗ୍ରାମରେ।ଦୁଇ ଭଉଣୀ ସାଙ୍ଗ ହୋଇ ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ସମୟରେ ପାଣିରେ ପଡ଼ି ଯାଇ ଦୁଇ ଭଉଣୀଙ୍କ ଅଚାନକ ଭାବରେ ମୃ-ତ୍ୟୁ ହୋଇଥିଲା। ପରେ ତାଙ୍କୁ ସେଠାରୁ ଉଦ୍ଧାର କରି ମେଡିକାଲ ଅଣା ଯାଇଥିଲା,
ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃ-ତ ବୋଲି ଘୋଷଣା କରିଥିଲେ। ତାହା ପରେ ମେଡିକାଲ ପରିସରରେ ତାଙ୍କର ବନ୍ଧୁ ଓ ପରିଜନଙ୍କ ଅବସ୍ଥା ଏଭଳି କିଛି ଥିଲା ତାହାକୁ ଆପଣ ମାନେ ବିଶ୍ବାସ କରି ପାରିବେ ନାହିଁ। ଅଚାନକ ଏଭଳି ଘଟଣା ଘଟିଯିବ ବୋଲି କେହି ଭାବି ନଥିଲେ।ସୂଚନା ମୁତାବକ ଗାଁ ର ମାନସ ବେହେରାଙ୍କ ଦୁଇ ଝିଅ ରାଜଲକ୍ଷ୍ମୀ ଏବଂ ଭାଗ୍ୟଲକ୍ଷ୍ମୀ ନିକଟସ୍ଥ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ।
ଗାଧୋଇବା ସମୟରେ ଅସାବଧାନତା କାରଣରୁ ତାଙ୍କର ଗୋଡ଼ ଖସି ଯାଇଥିଲା। ସେ ପାଣିରେ ବୁଡି ଯାଉ ଥିବାର ଦେଖି ଅନ୍ୟ ଭଉଣୀ ଜଣକ ତାଙ୍କୁ ବଞ୍ଚାଇବାକୁ ଯାଇଥିଲେ।ହେଲେ ଉଭୟ ପୋଖରୀ ର ଗଭୀର ପାଣିରେ ବୁଡି ଯାଇଥିଲେ । ଏବଂ ସେମାନଙ୍କ ଘରକୁ ଫେରିବାରେ ବିଳମ୍ବ ହୋଇଥିଲା। ପରିବାର ଲୋକମାନ ଅନେକ ଖୋଜାଖୋଜି କରି ଶେଷରେ ପୋଖରୀ ନିକଟରେ ଯାଇ ପହଞ୍ଚି ଥିଲେ।
ଏହାପରେ ତାଙ୍କ ପରିବାର ଲୋକେ ତାଙ୍କୁ ପାଣିରୁ ଉଦ୍ଧାର କରି ନେଇଥିଲେ। ଏହାପରେ ତାଙ୍କୁ ସ୍ଥାନୀୟ ଡ଼ାକ୍ତରଖାନା କୁ ନେଇ ଆସିଥିଲେ। ସେଠାରେ ଡାକ୍ତର ଦୁଇ ଭଉଣୀକୁ ମୃ-ତ ଘୋଷଣା କରିଥିଲେ।ଏହା ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ପରିବାର ଲୋକେ ସଂପୂର୍ଣ୍ଣ ଭାବରେ ଭାଙ୍ଗି ପଡିଛନ୍ତି।କାରଣ ସେମାନେ ଏକା ସମୟରେ ଦୁଇ ଦୁଇଟି ଝିଅକୁ ହରାଇ ଦେଇଛନ୍ତି।