ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିବା ସହ ପାଣିପାଗ ବିଷୟରେ ଆସିଥିବା ଖବର ଜାଣିପାରିବେ । ଏବେ ପୁଣି ଲଘୁଚାପ ହେବ ବୋଲି ସୂଚନା ମିଳିଛି । ଆଉ ଏବେ ଡରାଉଛି ବାତ୍ୟା ଭୟ । ଆଉ ଆଗକୁ ଆସୁଛି ବଡ ଲଘୁଚାପ । ଏହି ଲଘୁଚାପ ଯୋଗୁଁ ବର୍ଷା ସହିତ ଜୋରରେ ବହିବ ପବନ । ସବୁକିଛି ଛାରଖାର ହୋଇଯିବ ବୋଲି ସୂଚନା ମିଳିଛି ।
ଅନେକ କିଛି କ୍ଷୟକ୍ଷତି ହେବ ବୋଲି ସୂଚନା ମିଳିଥିବା ବେଳେ ଭଙ୍ଗାଯିବ ପୂଜା ତୋରଣ ଆଉ ଦୁର୍ଗାପୂଜା ଫିକା ପଡ଼ିପାରେ ବୋଲି ସୂଚନା ମିଳିଛି । ବର୍ତ୍ତମାନ ସମୟରେ ମୌସୁମୀ ଫେରି ଯାଇଥିଲେ ସୁଦ୍ଧା ବର୍ଷା ଏବଂ ବାତ୍ୟା ଭୟ କମିନାହିଁ । ଏବେବି ରାଜ୍ୟବାସୀ ଭୟଭୀତ ଅଛନ୍ତି । ଓଡ଼ିଶାବାସୀଙ୍କ ମନରୁ ବାତ୍ୟା ଯାଇନାହିଁ । କାରଣ ଓଡ଼ିଶା ଏହି ଅକ୍ଟୋବର ମାସରେ ଅନେକ କିଛି ଅବସ୍ଥାର ସମ୍ମୁଖୀନ କରିବା ସହ ଅନେକ ବାତ୍ୟା ଦେଖିଛି । ଅକ୍ଟୋବର ମାସରେ ଅନେକ ବାତ୍ୟା ଓଡ଼ିଶାବାସୀ ଦେଖିଥିବେ । ଅକ୍ଟୋବର ମାସରେ ଫାଇଲିନ,ହୁଡହୁଡ ଅବା ତିତଲି ସବୁ ବାତ୍ୟା ହୋଇଥିଲା ।
ସେଥିପାଇଁ ଅକ୍ଟୋବର ମାସରେ ଓଡ଼ିଶାବାସୀ ଭୟଭୀତ ହୋଇ ଯାଉଛନ୍ତି । ଏହି ଅକ୍ଟୋବର ମାସ ହେଲେ ଉପକୂଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ଛାତି ଥରିଥାଏ । କାରଣ ଏହି ମାସରେ ବାତ୍ୟା ହେବାର ସମ୍ଭାବନା ବହୁତ ଅଧିକ ଥାଏ । ବର୍ତ୍ତମାନ ସମୟରେ ମଧ୍ୟ ଏହା ଲୋକମାନଙ୍କ ମନରେ ଭୟ ସୃଷ୍ଟି କରୁଛି । କାରଣ ଆଗକୁ ଆସୁଛି ବଡ ଲଘୁଚାପ ଆଉ ଏହି ଲଘୁଚାପରେ ଅଧିକ ବର୍ଷା ହୋଇ ଯଦି ଏହା ବାତ୍ୟା ରୂପ ନିଏ ତାହେଲେ ଏଭଳି କିଛି ହୋଇପାରେ । ଏହା ଏକ ବଡ ବାତ୍ୟା ହେବ ବୋଲି ସୂଚନା ମିଳିଛି । ଆଉ କିଛିଦିନ ପରେ ପାର୍ବଣର ଋତୁ ଆରମ୍ଭ ହୋଇଯିବ । ପାର୍ବଣର ଋତୁକୁ ଲୋକମାନେ ଭଲରେ କଟାଇ ପାରିବେ ନାହିଁ । ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।
ଯାହା ଆଗାମୀ ୪ ତାରିଖ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ । ଲଘୁଚାପ ପ୍ରଭାବରେ ୪ ତାରିଖ ବେଳକୁ ବର୍ଷା ହୋଇପାରେ । ଆଉ ବର୍ଷା ସହ ଘଡଘଡି ହେବ ଏବଂ ପବନ ବହିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଭାଗ । ଅକ୍ଟୋବର ମାସର ଦ୍ଵିତୀୟ ସପ୍ତାହରେ ଲଘୁଚାପ ହେବ ବୋଲି ସୂଚନା ମିଳିଛି । ଅକ୍ଟୋବର ୪ ରୁ ୧୦ ତାରିଖ ଭିତରେ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ୩ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ବୋଲି କୌଣସି ସୂଚନା ନାହିଁ ଏବଂ ୪ ତାରିଖରେ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି ।