May 30, 2024, 18:27 IST

ଦାମୀ ଗାଡ଼ିରେ ଟଙ୍କା ବାଣ୍ଟୁଥିଲେ ଆଉ ଏବେ ଧରା ପଡ଼ିବା ପରେ ମୁଁହ ଲୁଚାଉଛନ୍ତି ମ୍ୟାଡାମ

Vg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Bh
ବନ୍ଧୁଗଣ ଜୁନ ୧ ତାରିଖରେ ହେବାକୁ ଅଛି ସଧାରଣ ନିର୍ବାଚନ। ନିର୍ବାଚନରେ ଜିତିବା ପାଇଁ ହେଲେ ଜନତାଙ୍କ ଆଶୀର୍ବାଦ ନିହାତି ଜରୁରୀ। ଏଥିପାଇଁ ରାତିଅଧିଆ ଦାମୀ ଗାଡିରେ ବସି ଟଙ୍କା ବାଣ୍ଟୁଥିଲେ। ହେଲେ ଧରାପଡିବା ପରେ ଲାଜରେ ଆଉ ମୁହଁ ଦେଖାଉନାହାଁନ୍ତି ମ୍ୟାାଡାମ୍। ନିର୍ବାଚନ ପାଇଁ ଟଙ୍କା ବଣ୍ଟା ଘଟଣା ଏବେ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଏ ହେଉଛି ପଇସା ଦେଇ ଭୋଟରକୁ ପ୍ରଭାବିତ କରିବା ଘଟଣା। ଖାମରେ ଟଙ୍କା ଭର୍ତ୍ତୀ କରି ବାଣ୍ଟୁଥିବା ବେଳେ ଉଠାଇ ଆଣିଥିଲା ଉଦଳା ପୋଲିସ ବିଭାଗ। 
Vg
ବିଭାଗ ପକ୍ଷରୁ କୌଣସି ସୂଚନା ନଥିବା ବେଳେ ଏ ଘଟଣା ନେଇ ଅଭିଯୋଗ ଆସିଥିଲା। ଆଉ ଅଭିଯୋଗ ଆଧାରରେ ପୋଲିସ ପହଞ୍ଚିଥିଲା ଘଟଣାସ୍ଥଳରେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉଦଳା ଥାନା ଉଦଳା ବ୍ଲକ ଗୁହବନ୍ତ ଗ୍ରାମ ପଞ୍ଚାୟତର ଗୋଧିମରା ମୂଖ୍ୟ ଛକ ନିକଟରେ। ପରେ ଖବର ପାଇଁ ଘଟଣାସ୍ଥଳରେ ପୋଲିସ ଟିମ ପହଞ୍ଚି ୪ଜଣଙ୍କୁ ଅଟକ ରଖିବା ସହିତ ସେମାନଙ୍କୁ ସେଠାର ଉଠାଇ ଆଣିଥିଲା। ଆଉ ଥାନାକୁ ଆସିବା ପରେ ସେମାନଙ୍କ ନିକଟରୁ ଏକ ଲକ୍ଷ ୫୧ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି। 
ଏହା ସହିତ ଦୁଇଟି ଦାମୀ ଗାଡି ମଧ୍ୟ ଜବତ କରିଛି ଉଦଳା ପୋଲିସ। ତେବେ ଏହି ୪ ଜଣଙ୍କ ମଧ୍ୟରେ ଜଣେ ମହିଳା ବି ଅଛନ୍ତି। ମହିଳା ଜଣଙ୍କ ନାଁ ହେଉଛି ଲକ୍ଷ୍ମୀମହାପାତ୍ର। ଆଉ ବୟସ ହେଉଛି ୫୧। ଘର ହେଉଛି ଭୁବନେଶ୍ୱର ଖାରବେଳନଗରରେ। ସେ ମଧ୍ୟ ଟଙ୍କା ବନଣ୍ଟା କାର୍ଯ୍ୟକ୍ରମରେ ନିୟୋଜିତ ରହିଥିବା ପୋଲିସ ଜାଣିବାକୁ ପାଇଛି। ସେପଟେ ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ବୋଲି ଜଣାପଡିଛି।

Advertisement