ବନ୍ଦର ନଗରରେ ଧଳା ଜହର ବ୍ୟବସାୟୀ ଙ୍କ ଆତଙ୍କରାଜ ଚାଲିଛି। ତଳିଆ ଅଞ୍ଚଳରେ ଏବେ ଚାଲୁଛି ଆଡ଼ା। ଟାର୍ଗେଟ ରେ ଅଛନ୍ତି କଲେଜ୍ ପଢୁଆ ପିଲାମାନେ।ବାରମ୍ବାର ନିଶା ମାଫିଆଙ୍କ କବଳରେ ପଡ଼ି ହିତାହିତ ଜ୍ଞାନ ଭୁଲି ଅପରାଧ କରୁଥିବା ଅନେକ ଅପରାଧୀ ଧରା ପଡିବା ପରେ ବନ୍ଦର ନଗରୀ ର ପୋଲିସ ତତ୍ପର ହୋଇ ଉଠିଛି। ତେବେ ପାରାଦୀପ ମୁଣ୍ଡାପଡ଼ା , ମାର୍କେଟ ରାସ୍ତାରୁ ପାରାଦୀପ ଆଦର୍ଶ ଥାନା ପୋଲିସ ,
ପୋଲିସ ଏବେ ୧୧.୫୧ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ଲକ୍ଷେ ଟଙ୍କା ରୁ ଅଧିକ ହେବ ବୋଲି ଏହା ଜଣା ପଡ଼ିଛି। ଜଗତସିଂହପୁର ଏସପି ଏକଥା ଏକ ପ୍ରେଶମିଟ କରି ସୁଚନା ଦେଇଛନ୍ତି। ପାରାଦୀପ ଲକ୍ଷ୍ମଣା ବସ୍ତି ର ସାଗର ଙ୍କୁ ପୋଲିସ ଗିରଫ କରିଛି। ଏଥି ସହ ପାରାଦୀପ ଥାନା ପୋଲିସ ମଧ୍ୟ ଏକ ନମ୍ୱର୍ ବିହୀନ ଗାଡ଼ି ମଧ୍ୟ ସେହି ଅଭିଯୁକ୍ତ ଠାରୁ ଜବତ କରିଛି।
ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିବା ସହ ବ୍ରାଉନ ସୁଗାର୍ ରାକେଟ ରେ ସଂପୃକ୍ତ ଅନ୍ୟାନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ପୋଲିସ ଉଦ୍ୟମ ଜାରୀ ରଖିବ ବୋଲି ଏହା ଏସପି ସୁଚନା ଦେଇଛନ୍ତି। ଏହି ଘଟଣା ସମ୍ପର୍କରେ ଜାଣି ସାରିବା ପରେ ଆପଣ ମାନେ ଏହା ଭାବି ପାରୁଥିବେ କି ବର୍ତ୍ତମାନ ସମୟରେ ଯୁବପିଢୀ ମାନେ କେଉଁ ଆଡେ ଯିବାକୁ ଲାଗିଲେଣି। ଧୀରେ ଧୀରେ ସେମାନେ ଅବାଟ ରେ ଯାଉଛନ୍ତି।
ଏହି ଘଟଣା ସମ୍ପର୍କରେ ଏବେ ସାରା ଓଡ଼ିଶାରେ ଚର୍ଚ୍ଚା ହେବାରେ ଲାଗିଛି। ପୋଲିସ ଘଟଣାର ତଦନ୍ତ କରିବା ପରେ ହିଁ ଜଣା ପଡିବ କି ଏହି ଘଟଣାର ଚେର କେତେଦୂର ଲମ୍ବିଛି। ଆଉ ଏଥିରେ କେତେଜଣ ଅଭିଯୁକ୍ତ ଗିରଫ ହେବେ ତାହା ଆଗକୁ ମଧ୍ୟ ଜଣା ପଡ଼ିବ। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି। ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।