ବର୍ତ୍ତମାନ ସମୟରେ ଏବେ ଏଭଳି ଖବର ସାମ୍ନା କୁ ଆସିଛି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।ଚିକେନ ତରକାରୀ ପାଇଁ ନିଜ ସ୍ତ୍ରୀ କୁ ଚାପୁଡ଼ା ମାରି ସ୍ୱାମୀ ଜୀବନରୁ ମାରି ଦେଇଛି। ଏଭଳି ଘଟଣା ଏବେ ଚାରି ଆଡେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି।ଢେଙ୍କାନାଳ ଜିଲ୍ଲାର ଗନ୍ଦିଆ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଘଟି ଯାଇଛି ଏଭଳି ଅଭାବନୀୟ ଘଟଣା। ସ୍ବାମୀ ସ୍ତ୍ରୀ ମଧ୍ୟରେ ଚିକେନ ତରକାରୀ କୁ ନେଇ ଏତେ ମାତ୍ରାରେ ଝଗଡା ବଢ଼ି ଯାଇଥିଲା ଯେ,

ସ୍ୱାମୀ ଶେଷରେ ନିଜ ସ୍ତ୍ରୀ କୁ ଜୀବନରୁ ମାରି ଦେଇଥିଲା।ସୋମବାର ପୂର୍ବାହ୍ନରେ ହ୍ନରେ ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ମୃତକ ହେଉଛନ୍ତି ଧନିଆନାଳି ଗ୍ରାମର ଜେନା ପିଙ୍ଗୁଆଙ୍କ ପତ୍ନୀ କୁନି ପିଙ୍ଗୁଆ।ରବିବାର ରାତିରେ ଧନିଆନାଳି ଗ୍ରାମର ଜେନା ପିଙ୍ଗୁଆ ପ୍ରଚୁର ମଦ୍ୟପାନ କରି ଘରକୁ ଫେରିଥିଲେ। ଘରେ ଚିକେନ ତରକାରୀ ପ୍ରସ୍ତୁତ ହୋଇଥିଲା। ହେଲେ ପରସିବାରେ ଅଳ୍ପବହୁତ ହେବାକୁ ନେଇ ପତ୍ନୀ କୁନିଙ୍କ ସହ ଯୁକ୍ତିତର୍କ ହୋଇଥିଲା।

ଏଥିରେ ଉତ୍କ୍ଷିପ୍ତ ହୋଇ ଜେନା ପିଙ୍ଗୁଅ ଗୁଆ ପତ୍ନୀଙ୍କ କାନମୂଳକୁ କରି ଏକ ଶକ୍ତ ଚାପୁଡ଼ା ମାରିଥିଲା। କୁନି ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ । ସୋମବାର ସକାଳେ ଘଟଣା ପ୍ରଘଟ ହୋଇଥିଲା। ଏହି ଖବର ପାଇ କୁନିଙ୍କ ବାପଘର ଧନିଆନାଳିରେ ପହଞ୍ଚିଥିଲେ । କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳର ଲାଲମୋହହନ ବିରୁଆ ଏନେଇ ଗଁଦିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ମଧ୍ୟ ଏନେଇ ଏକ ମାମଲା ରୁଜୁ କରିଥିଲା।
ଚିକେନ ତରକାରିକୁ ନେଇ ସ୍ଵାମୀସ୍ତ୍ରୀ ମ ଏବଂ ର ରାଗିଯାଇ ପତ୍ନୀଙ୍କୁ ଚାପୁଡ଼ା ମାରିଥିବା ଅଭିଯୁକ୍ତ ଜେନା ପିଙ୍ଗୁଆ ସ୍ବୀକାର କରିଛନ୍ତି। ଏ ନେଇ ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା ମଧ୍ଯରେ ବଚସା ହୋଇଥିଲା। ଏବେ ଏହି ଘଟଣା ସମସ୍ତଙ୍କୁ ସମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆଉ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।