ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କିଛି ଖବର ଜାଣିବା ସହ ଅନେକ ବିଷୟରେ ଜାଣିପାରିବେ । ଆଜିକାଲି ସମାଜରେ ଏଭଳି ଗୁରୁ ଅଛନ୍ତି ଯେଉଁମାନେ ଏହି ସମାଜ ପାଇଁ କଳଙ୍କ ଅଟେ । ଏବେ ଗୋଟିଏ ସ୍କୁଲର ଖବର ଆସିଛି । ସ୍କୁଲରେ ପ୍ରଧାନ ଶିକ୍ଷକ ଶୋଇଛନ୍ତି । ଆଉ ସ୍କୁଲ ପିଲା ପାଠ ପଢିବା ପରିବର୍ତ୍ତେ ସେହି ପ୍ରଧାନ ଶିକ୍ଷକଙ୍କ ଗୋଡ ମୋଡି ଦେଉଥିଲେ । ଏହିସବୁ କାମର ଭିଡିଓ ହୋଇଥିଲା ।
ଭିଡିଓ ଭାଇରାଲ ହୋଇଥିଲା ଆଉ ଏହି ଭିଡିଓ ଆସିବା ପରେ ଗ୍ରାମବାସୀ ପ୍ରଧାନ ଶିକ୍ଷକଙ୍କୁ କିଛି କହିଲେ ନାହିଁ । କିନ୍ତୁ ଏହି ପ୍ରଧାନ ଶିକ୍ଷକ ଜଣକ ସେହି ସ୍କୁଲର ଆଉ ଜଣେ ଶିକ୍ଷକଙ୍କ ନାଁରେ ଅଭିଯୋଗ ଆଣିଥିଲେ କି ସେ ପାଠ ପଢାଉ ନାହାଁନ୍ତି । ଏହି ସ୍କୁଲର ଜଣେ ଶିକ୍ଷକ ଏହି ପ୍ରଧାନ ଶିକ୍ଷକଙ୍କ ଭିଡିଓ କରିଥିଲେ । ଆଉ ଏବେ ଏହି ଭିଡିଓ ସାମ୍ନାକୁ ଆସୁଛି । ସ୍କୁଲରେ ପ୍ରଧାନ ଶିକ୍ଷକ ଜଣକ ଶୋଇ ପଡ଼ିଥିଲେ ଆଉ ପିଲାମାନେ ତାଙ୍କ ଗୋଡ ମୋଡ଼ି ଦେଉଥିଲେ । ଏହିସବୁ ଦୃଶ୍ୟ ଏହି ଭିଡିଓ ମାଧ୍ୟମରେ ରେକର୍ଡ ହୋଇଛି ।
ଏହି ଶିକ୍ଷକ ଜଣକ ଏହିସବୁ କାମର ଭିଡିଓ କରିଥିବା ବେଳେ ସେ ମନା କରୁଛନ୍ତି ଏଭଳି କାମ ସେ କରୁ ନାହାନ୍ତି । ଏବେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ପ୍ରଧାନ ଶିକ୍ଷକ କହୁଛନ୍ତି ପିଲାମାନେ ତାଙ୍କୁ ବହୁତ ଭଲ ପାଆନ୍ତି ଆଉ ସେମାନେ ସ୍ନେହରେ ତାଙ୍କ ଗୋଡ ମୋଡ଼ି ଦେଉଥିଲେ । ଆଉ ସେ ତାଙ୍କୁ କହି ନଥିଲେ । ଏହି ଭିଡିଓ ଆସିବା ପରେ ଏବେ ଏହି ଶିକ୍ଷକ ଜଣଙ୍କୁ ସନ୍ଦେହ କରାଯାଉଛି । ଏହି ଭିଡିଓ ଟାଙ୍ଗୀ ଚୌଦ୍ଵାର ବ୍ଲକ ଅନ୍ତର୍ଗତ ହରିଅନ୍ତା ପଞ୍ଚାୟତର ତିରଣପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ ।
ଏହି ସ୍କୁଲରେ ପ୍ରଥମ ରୁ ପଞ୍ଚମ ପର୍ଯ୍ୟନ୍ତ ପାଠ ପଢ଼ାଇବା ପାଇଁ ଦୁଇଜଣ ଶିକ୍ଷକ ଥିଲେ । ଆଉ ଏହି ଶିକ୍ଷୟତ୍ରୀ ଜଣକ ପାଠ ପଢ଼ାଇବା ସହ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିଲେ । ଆଉ ଏବେ ଏହି ଶିକ୍ଷୟତ୍ରୀଙ୍କ ନାଁରେ ଅଭିଯୋଗ ଆସିବା ପରେ ଏହିସବୁ କଥା ସାମ୍ନାକୁ ଆସିଥିଲା । ଏହା ପୂର୍ବରୁ ଆହୁରି ଅନେକ କଥା ସାମ୍ନାକୁ ଆସିଥିଲା । ଏହି ଶିକ୍ଷୟତ୍ରୀ ଜଣକ ପିଲାମାନଙ୍କୁ ମାଡ଼ ମାରୁଥିବା କଥା ସାମ୍ନାକୁ ଆସିଥିଲା । ଏବେ ଏହି ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବ୍ଲକ ଅଧିକାରୀ କହିଛନ୍ତି । ଆଗାମୀ ୭ ଦିନ ଭିତରେ ଏହାର ତଦନ୍ତ ହେବ ବୋଲି ଜଣାପଡିଛି ।