ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ।
ବନ୍ଧୁଗଣ ଏକମାତ୍ର ପୁଅକୁ ହରାଇଲେ ବାପା ମା। ବାପା ମାଙ୍କ ଆଖି ଆଗରେ ୬ ବର୍ଷର ଶିଶୁକୁ ଝୁଣି ଝୁଣି ଖାଇ ଗେଲ କୁକୁର ମାନେ।ଆଉ ଶେଷରେ ଡାକ୍ତର ମଧ୍ୟ କହିଲେ ଶିଶୁଟି ଆଉ ନାହିଁ। ବାପା ମାଙ୍କ ଆଗରେ ପୁଅ ଖେଳୁଥିଲା। ଘର ଆଗରେ ପୁଅ ଖେଳୁଥିବା ସମୟରେ ହଠାତ ଘେରି ଯାଇଥିଲେ କିଛି ଅଜଣା କୁକୁର। ପିଲାଟି ଏତେ କୁକୁର ଦେଖି ଡରି ଯାଇଥିଲା। ହେଲେ ମାତ୍ର କିଛି ମିନିଟ ଭିତରେ ୬ ବର୍ଷର କଉଁଳ ପିଲାଟିକୁ କୁକୁର ମାନେ ରକ୍ତାକ୍ତ କରିଦେଇଥିଲେ।
ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ସାହପୁର ସେରପୁଡ଼ା ଗାଁରେ। ଏହି ଘଟଣାଟି ଘଟି ଯିବା ପରେ ବାପା ମା ତୁରନ୍ତ ପିଲାଟକୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ପିଲାଟିର ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର୍ କରିଥିଲେ ଡାକ୍ତର। ହେଲେ ସେଠାରେ ଡାକ୍ତର ପିଲାଟିକୁ ଦେଖି ମୃ-ତ ଘୋଷଣା କରିଥିଲେ। ଡାକ୍ତର କହିଥିଲେ, "ପିଲାଟି ବହୁତ୍ ଗୁରୁତର ରହିଥିଲା, ଆଉ ଚେକ୍ କଲାବେଳକୁ ପିଲାଟିର ଜୀବନ ଚାଲି ଯାଇଥିଲା"।
ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ପିଲାଟିର ମୃ-ତ୍ୟୁ ହେଇଯାଇଥିଲା। ସେପଟେ ମୃ-ତ୍ୟୁ ଶିଶୁର ବାପା ଆଶ୍ରଫଅଲି କହିଛନ୍ତି ଯେ, "ପିଲାଟି ଖେଳୁଥିବା ତାକୁ କିଛି କୁକୁର ଘେରି ଯାଇ ଆକ୍ରମଣ କରିବାକୁ ଲାଗିଥିଲେ। ଆଶ୍ରଫଅଲିଙ୍କର ସେ ଗୋଟେ ବୋଲି ପୁଅ ଥିଲା। ତାଙ୍କର ଆଉ ଜଣେ ଝିଅ ଅଛି ବୋଲି ସେ ନିଜେ କହିଛନ୍ତି"। କିନ୍ତୁ ବର୍ତ୍ତମାନ ଗୋଟିଏ ବୋଲି ପୁଅକୁ ହରାଇ ପରିବାରରେ ଶୋକର ଛାୟା ଖେଳି ଯାଇଛି।