ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ଦୁର୍ବଳ ହୋଇ ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ଏହା ଆଭ୍ୟନ୍ତରୀଣ ଓଡ଼ିଶା ଓ ସଂଲଗ୍ନ ଛତିଶଗଡ଼ ଉପରେ ସକ୍ରିୟ ରହିଛି । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆହୁରି ୪ ଦିନ ବର୍ଷା ଲାଗି ରହିବ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଲଘୁଚାପ ପ୍ରଭାବରେ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ଲାଗି ରହିବ।
ତେବେ ବନ୍ଧୁଗଣ ଆସନ୍ତା ୩ ଘଣ୍ଟାରେ ପାଇଁ ସତର୍କ ଏବଂ ସାବଧାନ ରହିବାକୁ ଏହି ୬ ଜିଲ୍ଲାକୁ ହାଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ପ୍ରବଳ ବର୍ଷା ସାଙ୍ଗକୁ ମାରିବା ବିଜୁଳି ଘଡଘଡି। ଏବେ ବର୍ଷାରେ ଭିଜୁଛି ଓଡ଼ିଶା। ସେପଟେ ଲଘୁଚାପ ଓ ପରେ ହେଇଥିବା ଅବପାତ ପ୍ରଭାବରେ ରାଜ୍ୟର ଏଭଳି ଭାବରେ ବର୍ଷା ଲାଗି ରହିଛି। ସେପଟେ ଆଉ ତିନିଦିନ ଏଭଳି ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଲଘୁଚାପ ଦୁର୍ବଳ ରହିଥିଲେ ମଧ୍ୟ ଏବେବି ସକ୍ରିୟ ରହିଛି ଏହାର ପ୍ରଭାବ।
ଉତ୍ତର ଛତିଶଗଡ ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଉପରେ ଲଘୁଚାପର ଅବସ୍ଥିତି ରହିଛି। ଏହା ପ୍ରଭାବରେ ଆଗାମୀ ତିନିଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। କେତେକ ସ୍ଥାନରେ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ସେଥିପାଇଁ ଆଜି ଏହି ୬ ଜିଲ୍ଲାକୁ ହାଇ ଆଲର୍ଟ ଜାରି କରାଯାଇଛି। ଆଗାମୀ ୩ ଘଣ୍ଟା ମଧ୍ୟରେ ଘରୁ ନବାହାରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ସେପଟେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ବରଗଡ଼, ବୌଦ୍ଧ, ସୋନପୁର, ସମ୍ବଲପୁରକୁ ୟୋଲ ୱାରିଂ ଜାରି କରିଛି। ସେପଟେ ପ୍ରବଳ ବର୍ଷା ନେଇ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼ ମୟୂରଭଞ୍ଜ, କଟକ କେନ୍ଦ୍ରାପଡ଼ାକୁ ୟୋଲ୍ ଆଲର୍ଟ ଜାରି ହେଇଛି। ତେବେ ୨୫ ତାରିଖରୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆଶଙ୍କା କରାଯାଉଛି ଯାହାଫଳରେ ପୁଣି ବର୍ଷାର ପ୍ରଭାବ ବଢିବା ନେଇ ଅନୁମାନ କରାଯାଉଛି।