Jun 25, 2024, 20:39 IST

ଥାନା ଭିତରେ ପୋଲିସ ବାବୁଙ୍କ ଆଖି ଆଗରେ ହେଲା ବାହାଘର ଦେଖନ୍ତୁ ଏହି Viral Visual

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Bb
ବନ୍ଧୁଗଣ ଥାନା ଭିତରେ ଉଭୟ ପ୍ରେମିଯୁଗଳଙ୍କୁ ବିବାହ କରିଥିଲା ପୋଲିସ। ଫେରାର ହୋଇଯାଇଥିଲେ ପ୍ରେମୀ ଯୁଗଳଙ୍କୁ ପୋଲିସ ଥାନାକୁ ଆଣି କରିଥିଲା ବିବାହ। ଯାହାକୁ ନେଇ ପରିବାର ଲୋକେ କରୁଛନ୍ତି ପ୍ରଂଶସା। ଥାନା ଭିତରେ ପ୍ରେମୀ ଯୁଗଳ ହୋଇଗଲେ ସାତ ଜନ୍ମର ଜୀବନ ସାଥୀ। ଥାନା ପରିସରରେ ପୋଲିସ କଲେ ବିବାହ। ଦୁହେଁ ଦୁହିଁ ଫୁଲମାଳ ପିନ୍ଧାଇ ବିବାହ କରିଛନ୍ତି। ପ୍ରେମିକ ଥାନା ଭିତରେ ପ୍ରେମିକାର ମଥାରେ ସିନ୍ଦୂର ଓ ହାତରେ ଶଙ୍ଖା ପିନ୍ଧାଇ ବିବାହ କରିଛନ୍ତି। 
Hh
ଏ ଦୃଶ୍ୟ ହେଉଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ପରିସରର । ସ୍ଥାନୀୟ ଜନ ପ୍ରତିନିଧି ଏବଂ ଉଭୟଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ସେମାନଙ୍କୁ ବିବାହ କରିଛି ପୋଲିସ। ଥାନା ପରିସରରେ ଏକ ପ୍ରେମିଯୁଗକଙ୍କର ବିବାହ ଅନୁଷ୍ଠିତ ହେଉଛି। ବାଲେଡ ଗ୍ରାମର ରବିନ୍ଦ୍ର ଚାଲଣ ଓ ସେହି ଗାଁର ମଞ୍ଜୁଳା ହନ୍ତାଳ ବିବାହ ବନ୍ଧନରେ ବାନ୍ଧି ହେଇଛନ୍ତି। ପୋଲିସର ସୂଚନା ଅନୁସାରେ ରବୀନ୍ଦ୍ର ଓ ମଞ୍ଜୁଳା ଦୁହେଁ ଦୁହିଁଙ୍କୁ ଖୁବ୍ ଭଲ ପାଉଥିଲେ। ସେମାନେ ବିବାହ କରିବାକୁ ମଧ୍ୟ ମନସ୍ଥ କରିଦେଇଥିଲେ। 
ଗତ ୩ ତାରିଖରୁ ଦୁହେଁ ଘରୁ ଲୁଚି ପଳାଇଥିଲେ। ଏହାର କିଛିଦିନ ପରେ ୬ ତାରିଖ ଦିନ ରବୀନ୍ଦ୍ର ଗାଁ ମୁଣ୍ଡରେ ମଞ୍ଜୁଳାକୁ ଛାଡି ପଳାଇଥିଲା। ତାପରେ ମଞ୍ଜୁଳା ଗତ ୨୧ ତାରିଖରେ ଥାନାର ଦ୍ବାରସ୍ଥ ହେଇଥିଲା। ଗତକାଲି ପୋଲିସ ରବିନ୍ଦ୍ରକୁ ଥାନାକୁ ଆଣିବା ସହ ଉଭୟଙ୍କ ପରିବାର ଲୋକଙ୍କୁ ଥାନାକୁ ଡକାଇଥିଲେ। ପରିବାର ଲୋକେ ଏବଂ ଗାଁର ଭଦ୍ରଲୋକଙ୍କ ଉପସ୍ଥିତିରେ ବୁଝାମଣା ହେଇଥିଲା। ଏହାପରେ ଦୁହିଁଙ୍କର ଥାନା ପରିସରରେ ବିବାହ ମଧ୍ୟ ହେଇଥିଲା। ନବଦମ୍ପତିଙ୍କୁ ସମସ୍ତେ ଆଶୀର୍ବାଦ ମଧ୍ୟ ଦେଇଥିଲେ।

Advertisement