ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି ଯେ, ଅକ୍ଟୋବର ମାସ ଆରମ୍ଭ ହେଉ ହେଉ ଗ୍ୟାସ ଦରରେ ବୃଦ୍ଧି ହେଇଛି। ମାସ ଆରମ୍ଭରୁ ପୁଣି ଗ୍ରାହକଙ୍କୁ ବଡ ଝଟକା। ଦୈନନ୍ଦିନ ଜୀବନରେ ପଡ଼ିବ ପ୍ରଭାବ। ରନ୍ଧନ ଗ୍ୟାସ ହେଲା ବୃଦ୍ଧି। ଆଉ ଏବେ ଆଧାର ନମ୍ୱରରେ ଲାଗିବନି ଆଧାର ଏନରୋଲମେଣ୍ଟ ନମ୍ବର। ସୁକନ୍ୟା ସମୃଦ୍ଧିରେ ବି ପରିବର୍ତ୍ତନ ହେଇଛି ନିୟମ।
ମାସ ଓ ତାରିଖ ବଦଳିବା ସହିତ ବଦଳିବାକୁ ଯାଉଛି କିଛି ନିୟମ। ଆଜିଠୁ ଦେଶରେ କେତେକ ଗୁରୁତ୍ବପୂର୍ଣ୍ଣ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ଯାହା ଲୋକମାନଙ୍କ ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଇବ। କର୍ମସିଆଲ ଗ୍ୟାସ ଦରଠୁ ଆରମ୍ଭ କରି ଟ୍ୟାକ୍ସ ନିୟମରେ ପରିବର୍ତ୍ତନ ସହିତ ଡେବିଟ୍ କାର୍ଡ ଓ କ୍ରେଡିଟ୍ କାର୍ଡ ନିୟମରେ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ସମସ୍ତ ବଦଳିଥିବା ନିୟମ ଗୁଡିକ ବିଷୟରେ।
୧:-ବଢିଲା କର୍ମସିଆଲ ଗ୍ୟାସ ଦର। ୨:-୧୯ କିଲୋଗ୍ରାମ ସିଲିଣ୍ଡର ଦରରେ ୪୯ ଟଙ୍କା ବୃଦ୍ଧି ହେଇଛି। ୩:-ଆଧାର ନମ୍ବର ସ୍ଥାନରେ ଆଧାର ଏନରୋଲମେଣ୍ଟ୍ ନମ୍ବର ଉଲ୍ଲେଖ କରିବା ସୁବିଧା ବନ୍ଦ ହେବ। ୪:-ଆୟକର ଦାଖଲ ବେଳେ ପାନ୍ କାର୍ଡରେ ଆଧାର ଏନରୋଲମେଣ୍ଟ ଆଇଡି ଦେବାକୁ ପଡ଼ିବନି। ୫:-ପିଏଫ, ସୁକନ୍ୟା ସମୃଦ୍ଧି ଭଳି ସ୍ବଳ୍ପ ସଞ୍ଚୟ ସ୍କିମର ନୂତନ ସୁଧହାର ଲାଗୁ ହେବ। ୬:-ଆୟ ଉତ୍ସରୁ ଟିକସ ନିୟମରେ ବଜେଟରେ କରାଯାଇଥିବା ପରିବର୍ତ୍ତନ ଲାଗୁ ହେବ।
୭:-କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବଣ୍ଡ୍ ଉପରେ ୧୦ ପ୍ରତିଶତ ଟିଡିଏସ ଲାଗିବ। ୧୧:-ଜୀବନ ବୀମା ପଲିସି, ଘରଭଡା ଆଦି ଉପରେ ଟିଡିଏସ ବଦଳିବ। ୧୨-ଫ୍ୟୁଚର ଆଣ୍ଡ ଅପସନସ୍ ପାଇଁ ପ୍ରତିଭୂତି କାରବାର ଟିକସରେ ହୋଇଥିବା ବୃଦ୍ଧି ଲାଗୁ ହେବ। ୧୩:- ଆଇସିଆଇସିଆଇ ବ୍ୟାଙ୍କର ଡେବିଟ୍ କାର୍ଡ, ଏଚଡିଏଫସି ବ୍ୟାଙ୍କର କ୍ରେଡିଟ କାର୍ଡ ଓ ପିଏନବିର ଶୁକ୍ଲରେ କେତେକ ପରିବର୍ତ୍ତନ ଲାଗୁ ହେବ ବୋଲି ଜଣାପଡିଛି