Jun 23, 2024, 20:04 IST

ଆସିଲା ସତର୍କ ସୂଚନା ଦେଖନ୍ତୁ ଏହିସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ହେବ ବର୍ଷା

Gh

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆସନ୍ତା ୫ ଦିନ ଯାଏଁ ପ୍ରବଳ ବର୍ଷିବ। ମୌସୁମୀ ସକ୍ରିୟ ଥିବା ବେଳେ ଦାନା ବାନ୍ଧୁଛି ଲଘୁଚାପ। ୨୪ ଘଣ୍ଟା ମଧ୍ୟରେ ବଦଳିବ ପାଗ। ବିଜୁଳି ଘଡଘଡି ସାଙ୍ଗକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ବିଜୁଳି ଘଡଘଡି ସାଙ୍ଗକୁ ପବନର ବେଗ ମଧ୍ୟ ଅଧିକ ରହିବ। ତେବେ ଆଗୁଆ ସତର୍କ ଜାରି କରାଗଲାଣି। ଅତିଆବଶ୍ୟକ ନଥିଲେ ଘର ବାହାରିବାକୁ ମନା କରାଯାଇଛି। ସକ୍ରିୟ ହେବାକୁ ଲାଗିଛି ମୌସୁମୀ। ଅସହ୍ୟ ତାତି ଏବଂ ଗରମରୁ ମିଳିବ ଆଶ୍ୱସ୍ତି। ବିଭିନ୍ନ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିଥିବା ବେଳେ ତୁହାକୁତୁହା ବର୍ଷା ଲାଗି ରହିଛି। 
Bb
ଆଉ ଏପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୩ ଜିଲ୍ଲାକୁ ହାଇ ଆଲୋର୍ଟ ଜାରି କରିଛି ପାଣିପାଗ ବିଭାଗ। ବାକି ୨୫ଟି ଜିଲ୍ଲାରେ ଘଡଘଡି ବର୍ଷା ସହ ହାଲୁକା ବର୍ଷା ନେଇ ସତର୍କ ଜାରି କରିଛି ପାଣିପାଗ ବିଭାଗ। ତେବେ ୨୫ ତାରିଖ ପର୍ଯ୍ୟନ୍ତ ଘଡଘଡି ବର୍ଷା ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ୨୬ ରୁ ପୁଣି ବଢିବ ବର୍ଷାର ପରିମାଣ। ଯାହାକୁ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେପଟେ ଲଘୁଚାପକୁ ନେଇ ଆକଳନ କରୁଛନ୍ତି ବିଶେଷଜ୍ଞ। 
Hh
ଫଳରେ ଜୁନ ଶେଷ ପର୍ଯ୍ୟନ୍ତ ଦେଖିବାକୁ ମିଳିବ ପ୍ରବଳ ବର୍ଷା। ତେବେ ଆସନ୍ତା ୨୪ ଘଣ୍ଟାରେ କନ୍ଧମାଳ, ଗଞ୍ଜାମ, ଗଜପତି, ପ୍ରବଳ ବର୍ଷା ହେବା ନେଇ ଆଲୋର୍ଟ ଜାରି କରିଛନ୍ତି ପାଣିପାଗ ବିଭାଗ। ବାକି ୨୫ଟି ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ନେଇ ୟୋଲ ୱାରିଂ ଜାରି କରିଛି ଆଞ୍ଚଳିକ ପାଣିପାଗ। ତେବେ ଆଜିଠାରୁ ୨୫ ତାରିଖ ଯାଏଁ ଘଡଘଡି ସହ ଝଡ଼ ତାଫାନର ଆଶଙ୍କା ରହିଛି। ୨୬ରେ ପୁଣି ବଢିବାକୁ ଯାଉଛି ବର୍ଷାର ପରିମାଣ। 
ବିଶେଷକରି ୨୬ରେ କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ଗଜପତି ଏବଂ ଗଞ୍ଜାମରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି। ଅନ୍ୟପଟେ ପାଣିପାଗ ବିଶେଷଜ୍ଞଙ୍କ ଆକଳନ କହୁଛି ଯେ, ଆସନ୍ତା ୨୭ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଇପାରେ। ୨୬ ତାରିଖରେ ଘୂର୍ଣ୍ଣିବଳୟ ଓ ୨୭ ତାରିଖ କିମ୍ବା ୨୮ ତାରିଖ ସକାଳୁ ଲଘୁଚାପ ସୃଷ୍ଟି ହେବ ଯାହା ପ୍ରଭାବରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ।

Advertisement